ଗଞ୍ଜେଇ ଜବତ, ୩ ଗିରଫ

Get real time updates directly on you device, subscribe now.

ବୈପାରିଗୁଡ଼ା,(ବି.ବି.ନୁ୍ୟଜ): ଚାଲାଣ ପାଇଁ ବସ୍କୁ ଅପେକ୍ଷା କରିଥିଲେ । ଚଢଉ ବେଳେ ପୁଲିସ୍ ହାତରେ ଧରାପଡ଼ିଛି ୨୭ କେଜି ୧୦୦ ଗ୍ରାମ ଗଞ୍ଜେଇ । ଏହି କାରବାରରେ ସଂପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚୁଇଁମାଟିଗୁଡ଼ା ଗାଁର ସମାରୁ ସାନ୍ତା ଓ ବୈପାରିଗୁଡ଼ା ଥାନା ଶିରାଘାଟ ଗାଁର ସତ୍ୟ ଖରା ଓ ଦୀନବନ୍ଧୁ ଖରା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧.୩ ଲକ୍ଷରୁ ଅଧିକ ହେବ ଆକଳନ କରାଯାଇଛି । ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶ୍ୱିନୀ କୁମାର ପ;ନାୟକ ସୂଚନା ଦେଇଛନ୍ତି ।
ଥାନାଅଧିକାରୀ ଶ୍ରୀ ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ସୋମବାର ଅପରାହ୍ଣ ୨ଟା ୨୦ ମିନିଟ୍ରେ ସ୍ଥାନୀୟ ଚଢେଇଗୁଡ଼ା ଛକରେ ୩ଜଣ ଯୁବକ ୨ଟି ବସ୍ତାରେ ସାମଗ୍ରୀ ନେଇ ଜୟପୁର ଅଭିମୁଖେ ଯିବା ପାଇଁ ବସ୍କୁ ଅପେକ୍ଷା କରିଥିଲେ । ବିଶ୍ୱସ୍ତସୂତ୍ରରୁ ଖବରପାଇ ପୁଲିସ୍ର ଏକ ଟିମ୍ ସେଠାରେ ଚଢଉ କରିଥିଲା । ଯାଞ୍ଚ ବେଳେ ୨ଟି ବସ୍ତାରେ ଗଞ୍ଜେଇଥିବା ଜଣାପଡ଼ିଥିଲା । ଗଞ୍ଜେଇ ବସ୍ତା ସହ ୩ ଯୁବକଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ଓଜନ ପରେ ୨ଟି ବସ୍ତାରେ ମୋଟ ୨୭ କେଜି ୧୦୦ ଗ୍ରାମ ଗଞ୍ଜେଇ ରହିଥିଲା । ପଚାରଉଚରା ବେଳେ ସେମାନେ ଏହି ଗଞ୍ଜେଇ ଜୟପୁର ଅଭିମୁଖେ ନେଉଥିଲେ ବୋଲି ସ୍ୱୀକାର କରିଥିଲେ । ଏ ସମ୍ପର୍କରେ ଥାନାରେ ଏକ ଗଞ୍ଜେଇ ମାମଲା ରୁଜୁ ହୋଇଛି । ତଦନ୍ତ ଚାଲୁ ରହିଥିବା ଥାନା ଅଧିକାରୀ ଶ୍ରୀ ପ;ନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons