ଗୋଡ଼ାଇ ଗୋଡ଼ାଇ କାମୁଡ଼ୁଛନ୍ତି ମାଙ୍କଡ଼ ପଲ, ୧୨ ଗୁରୁତର

Get real time updates directly on you device, subscribe now.

ପାରାଦୀପ: ଜଗତସିଂହପୁର ଜିଲ୍ଲାରେ ମାଙ୍କଡ଼ ଆତଙ୍କ। ଗତ ୩ ଦିନ ମଧ୍ୟରେ କୁଜଙ୍ଗ ବ୍ଲକ୍ ମଙ୍ଗରାଜପୁର ପଞ୍ଚାୟତ ଅଞ୍ଚଳରେ ମାଙ୍କଡ଼ ଆକ୍ରମଣରେ ୧୨ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରତରଙ୍କୁ ଜଗତସିଂହପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଆହତଙ୍କୁ କୁଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ଜଣାଯାଇଛି। ଆଜି ସକାଳେ ସନ୍ତରା ଗାଁର ୨ଜଣ ମହିଳା ଓ ଗୋଟିଏ ବାଛୁରୀକୁ ମାଙ୍କଡ଼ ପଲ କାମୁଡି କ୍ଷତାକ୍ତ କରିଛନ୍ତି। ଗତକାଲିଠାରୁ ବନକର୍ମଚାରୀ ଗାଁରେ ପହଞ୍ଚି କଦଳୀରେ ନିଶା ବଟିକା ଦେଇ ମାଙ୍କଡପଲଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଏକ ମାଙ୍କଡ ପଲ ଲୋକମାନଙ୍କୁ ଗୋଡ଼େଇ ଗୋଡ଼େଇ କାମୁଡ଼ୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ମାଙ୍କଡପଲକୁ କାବୁ କରିବା ପାଇଁ ଭୁବେଶ୍ୱରରୁ ଟ୍ରାଙ୍କୁଲାଇଜ ଟିମ୍‌ ପହଞ୍ଚି ଥିବା ଜଣାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons