ଚିଲିକା ବୁଡ଼ିଗଲା ଡ଼ଙ୍ଗା:୧୧ ପର୍ଯ୍ୟଟକ ଉଦ୍ଧାର,ଜଣେ ନିଖୋଜ

Get real time updates directly on you device, subscribe now.

ଟାଙ୍ଗୀ,(ବି.ବି.ଆପ୍ର): ଦୀର୍ଘ ୪ ବର୍ଷ ତଳେ ଚିଲିକା ଡ଼ଙ୍ଗାବୁଡ଼ି ଲୋକ ଟାଙ୍କୁରାଦୃର୍ଶ୍ୟର ପୁର୍ନରାବୃତ୍ତି ହୋଇଛି ।ଗୁରୁବାର ସାଢେ ୪ଟାରେ ନିଳାମ୍ବୁ ଚିଲିକାର ଗଭୀର ଜଳରାଶୀରେଏକ ଯାତ୍ରାବାହୀ ଡ଼ଙ୍ଗାବୁଡ଼ିଯାଇଥିବା ବେଳେ ଦେବଦୂତ ସାଜି ପୁଲିସ ପାଣିରୁ ୧୧ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି ।ଉଦ୍ଧାର ପର୍ଯ୍ୟଟକମାନେ ବାଲେଶ୍ୱର ରେମୁଣା ଅଞ୍ଚଳର ମଧୁସୂଦନ ମହାଲିକ(୨୫)ବିମ୍ବାଧର ସେନାପତି(୬୩)ଭବାନୀ ପଣ୍ଡା(୩୩)ଜ୍ୟୋତିସ୍ମିତା ସେନାପତି(୨୯)ପ୍ରୀତିସ୍ମିତତା ସେନାପତି(୨୨)ଜ୍ୟୋସ୍ନାର ସେନାପତି(୫୩) ଏଲିନା ପ୍ରାଣିଗ୍ରାହୀ (୩୮)ପିୟୁଷ ପାଣିଗ୍ରାହୀଏବଂ ଗଞ୍ଜାମ ଜିଲ୍ଲାର ଭାସ୍କର ସାହୁ(୬୦) ଏବଂ ଡ଼ଙ୍ଗା ଚାଳକ ରାଜ କିଶୋର ବେହେରା(୪୮)ଓ ରାମଚନ୍ଦ୍ର ବେହେରା(୨୨) ହୋଇଥିବା ଜଣାପଡ଼ିଛି । ସେମାନଙ୍କ ବିପଦମୁକ୍ତ ଥିବା ବେଳେ ସମସ୍ତଙ୍କୁ ବାଲୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ସେହିପରି କାଳିଜାଇ ସ୍ଥିତ ଏକ ଦୋକାନରେ କାମ କରୁଥିବା ରାଜେନ୍ଦ୍ର ଖୁଣ୍ଟିଆ ନାମକ ଜଣେ ବ୍ୟକ୍ତି ନିଖୋଜ ହୋଇଥିବା ବେଳେ ତାଙ୍କୁ ଖୋଜିବାକୁ ଦୁଇ ଗୋଟି ଡ଼ଙ୍ଗାରେ ପୁଲିସ,ଓଟିଡ଼ିସି କର୍ମଚାରୀ ଲାଗିପଡ଼ିଥିବା ଜଣାପଡ଼ିଛି ।ଅପରପାଶ୍ୱର୍ରେ ଏ ଡ଼ଙ୍ଗାବୁଡ଼ି ଘଟଣା ପରେ ଜିଲ୍ଲା ପ୍ରଶାସନ ଚେତାଉଦୟ ହୋଇଛି । ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ସାମ୍ଭବ୍ୟ କାଳ ବୈଶାଖୀ ନଟଳିବା ଯାଏଁ ଚିଲିକାରେ ଯାତ୍ରୀବାହୀ ଡ଼ଙ୍ଗା ଚଳାଚଳକୁ ନିଷିଦ୍ଧ କରିଥିବା ପ୍ରକାଶ କରିଛନ୍ତି ।
ଘଟଣାରୁ ଜଣାଯାଇଛି ଆଜି ବାଲେଶ୍ୱର ରେମୁଣା ଅଞ୍ଚଳରେ ଆଠ ଜଣ ପର୍ଯ୍ୟଟକ ଚିଲିକା ବୁଲିବାକୁ ଆସିଥିଲେ । ସେମାନେ ବାଲୁଗାଁ ଠାରୁ ଏକ ଘରୋଇ ଯାତ୍ରୀବାହୀ ଡ଼ଙ୍ଗାରେ ସାହାର୍ଯ୍ୟରେ ପୁର୍ବାହ୍ନରେ ମା’ କାଳିଜାଇ ଦର୍ଶନ କରିବାକୁ ଯାଉଥିଲେ ।ଫେରିବା ସମୟରେ ଚଢେଇଘୁଆ ପାହାଡ଼ ନିକଟରେ ହଠାତ କାଳବୈଶାଖୀ ପ୍ରଭାବରେ ପବନ ହୋଇଥିଲା ।ଫଳରେ ଡ଼ଙ୍ଗାଟି ଭାରସମ୍ୟ ହରାଇ ବୁଡ଼ିଯାଇଥିଲା ।ଏ ଖବର ଜାଣିବା ପରେ ବଡ଼କୂଳ ଠାରେ ଏକ ଅନ୍ୟା କାର୍ଯ୍ୟକ୍ରମରେ ଏସଡ଼ିପିଓ ମାନସ ରଞ୍ଜନ ବାରିକ, ବାଲୁଗାଁ ଥାନା ଅଧିକାରୀ ରମାକାନ୍ତ ମହାଲିକ୍ ଜାଣିବାକୁ ପାଇଥିଲେ ।ଏହା ପରେ ସେମାନେ ଏବଂ ବାଲୁଗାଁ ପୁଲିସ ଅନ୍ୟ ଜଣେଏସଆଇ, ଓଟିଡ଼ିସିର ୪ ଜଣ କର୍ମଚାରୀ, ନାଭାଲର ୪ ଜଣ ସେନା ଜଣେ ଡାକ୍ତରଖାନା କର୍ମଚାରୀ ଘଟଣା ସ୍ଥଳକୁ ଅନ୍ୟ ଏକ ମୋଟର ଚାଲିତ ଡ଼ଙ୍ଗାରେ ପହଁଞ୍ଚିଥିଲେ ।ତନ୍ମଧ୍ୟରୁ କେତକ ପର୍ଯ୍ୟଟକ ଚିଲିକା ଗଭୀର ଜଳରେ ମୃତ୍ୟୁ ସହିତ ସଂଗ୍ରାମ କରୁଥିବା ବେଳେ ଆଉ କେତକ ପହଁରୀ ଚଢେଇଘୁଆ ପାହାଡ଼କୁ ଚାଲିଯାଇଥିବା ଦେଖିବାକୁ ମିଳିଥିଲା ।ଏହା ପରେ ପ୍ରାୟ ଏକ ଘଣ୍ଟା ଧରି ପୁଲିସ ଉଦ୍ଧାର କରିବାକୁ ଚେଷ୍ଟା କରିଥିବା ବେଳେ ଶେଷରେ ୧୧ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡ଼ିଛି ।କିନ୍ତୁ ତନ୍ମଧ୍ୟରୁ ରାଜେନ୍ଦ୍ର ଖୁଣ୍ଟିଆ ନାମକ ଜଣେ ବ୍ୟକ୍ତି କେଉଁ ଆଡେ଼ ଘଟଣା ପରେ ନିଖୋଜ ହୋଇଯାଇଥିବା ବେଳେ ଏଯାବତ ତାଙ୍କର କୈାଣସି ସନ୍ଧାନ ମିଳିନଥିବା ଏସଡ଼ିପିଓ ବାଲୁଗାଁ ଶ୍ରୀ ବାରିକ୍ ସୂଚନା ଦେଇଛନ୍ତି ।ଉଦ୍ଧାର ପର୍ଯ୍ୟଟକ ମଧ୍ୟରେ ୫ ଜଣ ମହିଳା ଏବଂ ୩ ଜଣ ପୁରୁଷ ଥିବା ଜଣାପଡ଼ିଛି ।ତେବେ ଚିଲିକାରେ ଡ଼ଙ୍ଗାବୁଡ଼ି କିଛି ନୁଆ କଥା ନୁହେଁ ।ଗତ ୨୦୧୮ ମସିହା ଜୁଲାଇ ମାସ ୧୬ ତାରିଖରେ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏ ଘଟଣାରେ ନୟାଗଡ଼ ଜିଲ୍ଲା ଡ଼ିମିରିସାହିର ରବି ନାରାୟଣ ଦାସଙ୍କୁ ଝିଅ ଶ୍ରର୍ଦ୍ଧାଞ୍ଜଳୀ ଓ ପତ୍ମୀ ପ୍ରମୋଦିନୀ ଦାସଙ୍କର ମୃତ୍ୟୁ ହୋଇଥିଲା । ସେହିପରି ଜିଲ୍ଲା ଜାମୁଁସାହିର ସୁଧାଂଶୁ ଶେଖର ଦାସଏବଂ ବାଲୁଗାଁ ପୈାରପରିଷଦ ଅନ୍ତର୍ଗତ ଶିଖରପୁର ଗ୍ରାମର ମୃତକ ମୀର ପଟ୍ଟନାୟକ, ନୟାଗଡ଼ ଜିଲ୍ଲା ନରସିଂହପୁର ଗ୍ରାମର ସୁଚିତ୍ରା ମହାନ୍ତ ଓ କଳ୍ପନା ମହାନ୍ତି ପ୍ରମୁଖ ମୃତ୍ୟୁ ବରଣ କରିଥିଲେ । ଏ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଦୀର୍ଘ ୪ ବର୍ଷ ପରେ ଚିଲିକା ଡ଼ଙ୍ଗାବୁଡ଼ି ଘଟଣାର ପୁର୍ନରାବୃତ୍ତି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons