ଛତିଶା ନିଯୋଗ ବୈଠକ :ସର୍ବସାଧାରଣଙ୍କ ପାଇଁ ଖୋଲିବ ପଶ୍ଚିମ ଦ୍ୱାର

Get real time updates directly on you device, subscribe now.

ପୁରୀ,(ବି.ବି.ବୁ୍ୟରୋ): ଚାରିଦ୍ୱାର ଦେଇ ଭକ୍ତଙ୍କୁ ଦର୍ଶନ ପ୍ରବେଶ ଲାଗି ବାଟ ଫିଟିଲା । ପ୍ରାଥମିକ ପର୍ଯ୍ୟାୟରେ ପଶ୍ଚିମ ଦ୍ୱାରକୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ପରେ ଅନ୍ୟ ଦୁଇ ଦ୍ୱାର ଦେଇ ଦର୍ଶନ ପ୍ରବେଶ ଉପରେ ପରିଚାଳନା କମିଟିର ମତାମତ ନିଆଯିବ । ତଦନୁସାରରେ କାର୍ଯ୍ୟାନୁÂାନ ହେବ ବୋଲି ନୀଳାଦ୍ରି ଭକ୍ତ ନିବାସରେ ଅନୁÂିତ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ଆଶ୍ୱାସନା ଦେଇଛନ୍ତି ।
ବୈଠକରେ ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରାର ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ମୋହର ମାରିଥିଲା । ସେହିଭଳି ସିଂହଦ୍ୱାର ସାମ୍ନାରେ ବିଭିନ୍ନ ପ୍ରସଙ୍ଗ ନେଇ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ବନ୍ଦ କରିବାକୁ ଛତିଶା ନିଯୋଗ ନିଷ୍ପତ୍ତି ନେଇଛି । କେବଳ ସମୂହ ଦୀପଦାନ ଭଳି ଧାର୍ମିକ କାର୍ଯ୍ୟକ୍ରମରେ ସିଂହଦ୍ୱାରରେ ଲୋକ ସମାଗମ ହୋଇପାରିବ ବୋଲି ଛତିଶା ନିଯୋଗ ମତ ଦେଇଛି ।
ବୈଠକରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଗତ ଶନିବାର ବିଳମ୍ବିତ ରାତିରେ ରୋଷଘର ଭିତରେ ପଶି ଦୁର୍ବୃତ୍ତ ଚୁଲି ଭଙ୍ଗା ଘଟଣା ନେଇ ବୈଠକରେ ତନାଘନା ଆଲୋଚନା ହୋଇଥିଲା । ଶ୍ରୀମନ୍ଦିର ଶୋଧ ଠିକ ହେଉ ନଥିବାର ସେବାୟତଙ୍କ ପକ୍ଷରୁ ଅଭିଯୋଗ ଉଠିଥିଲା । ପୂର୍ବରୁ ସ୍ନାନପୂର୍ଣ୍ଣିମା, ନବଯୌବନ ଦର୍ଶନ ଭଳି ଅନେକ ପର୍ବରେ ଶ୍ରୀମନ୍ଦିର ଦ୍ୱାର ଖୋଲା ଯିବା ପୂର୍ବରୁ ଦର୍ଶନାର୍ଥୀଙ୍କ ଭିଡ଼ କିଭଳି ହେଉଥିଲା ତାହାର ଉଦାହରଣ ସେବାୟତ ଉପସ୍ଥାପନ କରିଥିଲେ । ସେହିଭଳି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଶ୍ରୀମନ୍ଦିର ଭିତରେ ସୁରକ୍ଷା ବ୍ୟବସ୍ଥା ତଦାରଖ କରିବାକୁ ରହୁନଥିବା ଅଭିଯୋଗ ଉଠିଥିଲା । ଜେଟିପି ଚୁଲି ଭଙ୍ଗା ଅଭିଯୁକ୍ତକୁ ଧରି ଛାଡ଼ି ଦେବା ବେଳେ ସିଂହଦ୍ୱାରରେ ଡୁ୍ୟଟି ଦେଉଥିବା ପୁଲିସ କାହିଁକି ଅଟକାଇ ପ୍ରଶ୍ନ କରିନଥିଲେ ବୋଲି ପ୍ରଶ୍ନ କରିଥିଲେ ସେବାୟତ ।
ସେହିଭଳି ନୂତନ ସିସିଟିଭି କ୍ୟାମ ଲଗାଇ ଦେଲେ ଚଳିବନି । ଏହାର ଉଚିତ ତଦାରଖ ଆବଶ୍ୟକ । ନ ହେଲେ ପୁଣି ଖରାପ ହୋଇଯିବ । ଏହି ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥାରେ ସୁଧାର ହେବା ଜରୁରି ବୋଲି ସେବାୟତମାନେ ଦାବି କରିଥିଲେ ।
ଏହି ସବୁ ବିତର୍କ ବେଳେ ରାଜ୍ୟ ବିଜେପିର ଜଣେ ବରିÂ ନେତା ଶ୍ରୀମନ୍ଦିର ସୁପକାର ଓ ପ୍ରଶାସନ ମଧ୍ୟରେ ଝଗଡ଼ା ହୋଇଥିବାରୁ ଚୁଲି ଭଙ୍ଗା ଭଳି ଅଘଟଣ ଘଟିଗଲା ବୋଲି ଅଭିଯୋଗ କରିଥିଲେ । ଏହାକୁ ଅନ୍ୟ ସେବାୟତମାନେ ଖଣ୍ଡନ କରିଥିଲେ । ସେବାୟତଙ୍କ ଅଭିଯୋଗ ଓ ସୁଧାର ପ୍ରସ୍ତାବ ଉପରେ ପ୍ରଶାସନ ଜବାବ ଦେଇଥିଲା, ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାର ସୁଧାର ପାଇଁ ସ୍ୱତନ୍ତ୍ର ବୈଠକ ଡକାଯିବ । ତା ବ୍ୟତୀତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଏସ୍ପି, ଜିଲ୍ଲାପାଳ, ସୁରକ୍ଷା ପ୍ରଶାସକ ପ୍ରମୁଖ ଆଲୋଚନା କରି ଅଭିଯୁକ୍ତକୁ ବାହାରକୁ ଛାଡ଼ିବା ଏବଂ ସିଂହଦ୍ୱାରରେ ପୁଲିସ ଅଭିଯୁକ୍ତକୁ ଅଟକ ନ ରଖିବା ଘଟଣା ଉପରେ ସମୀକ୍ଷା କରୁଛନ୍ତି । ସମୀକ୍ଷା ପରେ ପ୍ରଶାସନିକ କାର୍ଯ୍ୟାନୁÂାନ ହେବ ବୋଲି ବୈଠକରେ ପ୍ରତିଶ୍ରୁତି ଦିଆଯାଇଥିଲା ।
ଶ୍ରୀମନ୍ଦିରର ବାହାର ଚନ୍ଦନ ନୀତି ନିର୍ଘଣ୍ଟ ଉପରେ ଆଲୋଚନା ବେଳେ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା ୨୦୨୧ ଚନ୍ଦନ ଯାତ୍ରା ଭଳି ସେବାୟତଙ୍କୁ ପ୍ରାପ୍ୟ ପାଉଣା ପ୍ରଦାନ କରାଯିବ । ପୂର୍ବବର୍ଷ ଭଳି ଚନ୍ଦନ ଯାତ୍ରାର ନୀତି ନିର୍ଘଣ୍ଟକୁ ଅନୁପାଳନ କରାଯିବ । ଚନ୍ଦନ ଯାତ୍ରା ବେଳେ ନରେନ୍ଦ୍ର ପୁଷ୍କରିଣୀ ନିକଟରେ ଶୌଚାଳୟ ବ୍ୟବସ୍ଥା କରିବାକୁ ସଦସ୍ୟମାନେ ପ୍ରସ୍ତାବ ଦେଇଥିଲେ ।
ବୈଠକ ପରେ ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଥିଲେ, ଛତିଶା ନିଯୋଗ ବୈଠକରେ ଯାହା ସବୁ ପ୍ରସ୍ତାବ ଆସିଛି ସେସବୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ଆଲୋଚନା ପରେ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ । ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି କେ ବିଶାଲ ସିଂହ ସେବାୟତଙ୍କ ସହ ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons