ଛାତ୍ରାବାସ ଆଜବେଷ୍ଟସ ଉଡ଼ାଇନେଲା:ବର୍ତ୍ତିଗଲେ ୩୦ ଛାତ୍ର

Get real time updates directly on you device, subscribe now.

ତୁରୁମୁଙ୍ଗା,(ବି.ବି.ଆପ୍ର): ଗୁରୁବାର ଅପରାହ୍ନରେ ହୋଇଥିବା କାଳବୈଶାଖି ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଆଖପାଖ ଅଞ୍ଚଳକୁ ଥରହର କରି ପକାଇଛି । ପ୍ରବଳ ବେଗରେ ପବନ ବୋହିବା ସହିତ କୁଆପଥର ମାଡ଼ ହୋଇଥିଲା । କାଳବୈଶାଖି ଯୋଗୁ ବାଉଁଶୂଳୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଙ୍କ ପାଇଁ ଥିବା ଛାତ୍ରାବାସ ଆଜବେଷ୍ଟ୍ସ ଉଡ଼ିଯାଇଛି । କାଳବୈଶାଖି ସମୟରେ ୩୦ ଜଣ ଛାତ୍ର ଛାତ୍ରାବାସ ଭିତରେ ରହିଥିଲେ । ସୌଭାଗ୍ୟବଶତଃ ଛାତ୍ରାବାସ ଟିଣ ଛପର ବାହାରକୁ ଉଡ଼ାଇ ନେଇଥିବାରୁ ପିଲାମାନେ ଓଦା ହୋଇ ଯାଇଥିଲେ ମଧ୍ୟ କାହାରି କୌଣସି କ୍ଷତି ହୋଇ ନାହିଁ । ଛାତ୍ରାବାସ ଭିତରେ ଥିବା ସମସ୍ତ ଆସବାବପତ୍ର ଓଦା ହୋଇଯାଇଛି ।
ମାତ୍ର ବର୍ଷକ ତଳେ ଆଇଟିଡିଏ ତରଫରୁ ୫ ଲକ୍ଷ ଟଙ୍କା ବ୍ୟୟରେ ଏହି ଛାତ୍ରବାସ ମରାମତି ହୋଇଥିଲା । କିନ୍ତୁ ପୁରୁଣା ଛପର ବଦଳା ଯାଇ ନ ଥିବାରୁ କାଳବୈଶାଖିରେ ଏହା ଉଡ଼ିଯାଇଛି । ସେହିପରି କାଳବୈଶାଖି ଯୋଗୁ କେତେକ ଟାଇଲ ଛପର ଓ ଆଜେବେଷ୍ଟସ ଘର ମଧ୍ୟ ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଚେମଣା ଓ ଧନୁର୍ଜୟପୁର ନିକଟରେ ବିଦୁ୍ୟତ୍ ଲାଇନରେ ବାଉଁଶଗଛ ଉପୁଡ଼ି ପଡ଼ିଛି । ବିଦୁ୍ୟତ୍ ସଂଯୋଗ ସ୍ୱାଭାବିକ କରିବା ପାଇଁ ତ୍ୱରିତ ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons