ଜଗନ୍ନାଥ ସାଗରକୁ ପଶିବନି ଦୂଷିତ ପାଣି

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ଜଗନ୍ନାଥ ସାଗରର ଉନ୍ନତି ପାଇଁ ପୌରପାଳିକା ନେଇଛି ପଦକ୍ଷେପ । ଏଣିକି ଆଉ ନୂଆସାହି ଦେଇ ନିଷ୍କାସିତ ଦୂଷିତ ପାଣି ସାଗରରେ ପଶିବନି । ଏଥିପାଇଁ ଯୋଜନା କରାଯାଇଛି । ନୂଆସାହିରୁ ପଞ୍ଚାନନ ମନ୍ଦିର ପର୍ଯ୍ୟନ୍ତ ନାଳର ପୁନରୁଦ୍ଧାର ଏଥିପାଇଁ କରାଯିବ ।
ସୂଚନା ଅନୁସାରେ, ଏଥିପାଇଁ ୩କୋଟି ୯୬ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି । ପ୍ରକଳ୍ପ ଅନୁମୋଦନ ପରେ ଟେଣ୍ଡର ଓ ଅନ୍ୟାନ୍ୟ ପ୍ରକ୍ରିୟା ଆରମ୍ଭ ହେବ । ନୂଆ ସାହିରୁ ପଞ୍ଚାନନ ମନ୍ଦିର ପର୍ଯ୍ୟନ୍ତ ରହିଛି ବଡ ନାଳ । ଏହା ମଧ୍ୟଦେଇ ସହରର ଦୂଷିତ ପାଣି ନିଷ୍କାସନ ହେବାର ବ୍ୟବସ୍ଥା ହୋଇଥିଲା । କିନ୍ତୁ ଦୂଷିତ ପାଣି ନାଳ ବଦଳରେ ଅନ୍ୟ ଏକ ରାସ୍ତା ଦେଇ ସାଗରରେ ମିଶୁଛି । ଫଳରେ ସାଗର ଦୂଷିତ ହେବାରେ ଲାଗିଛି । ଏହା ଜାଣିବା ପରେ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ଏ ଦିଗରେ ପଦକ୍ଷେପ ନେବାକୁ ପୌରନିର୍ବାହୀ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ତୁରନ୍ତ ସର୍ଭେ କରି ଡିପିଆର ପ୍ରସ୍ତୁତ କରିବାକୁ କହିଥିଲେ । ପରେ ପୌରପାଳିକା ପକ୍ଷରୁ ସର୍ଭେ କରାଯାଇଥିଲା । ଏବେ ବ୍ୟୟ ଅଟକଳ କରାଯାଇଛି ।
କନିÂ ଯନ୍ତ୍ରୀ ପ୍ରତପ ଆଚାର୍ଯ୍ୟ କହଛନ୍ତି, ନୂଆସାହିରୁ ପଞ୍ଚାନନ ମନ୍ଦିର ପର୍ଯ୍ୟନ୍ତ ୧୩୯୫ମିଟର ବଡନାଳ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛି । ଏହାର ଓସାର ହାରାହାରି ୩.୫ମିଟର ହେବ । ଉଚ୍ଚତା ରହିବ ୫.୬ମିଟର । କେତେକ ସ୍ଥାନରେ ଏହାକୁ ଖୋଲା ରଖାଯିବ । ଫଳରେ ଆବର୍ଜନ ଉଠାଇବାକୁ ସୁବିଧା ହେବ । ଏଥିସହ ନୂଆସାହି ନିକଟରେ ଷ୍ଟିଲ୍ ବେସିନ୍ ବ୍ୟବସ୍ଥା ହେବ । ଏଥିପାଇଁ ଦୁଇଟି ସ୍ଥାନ ଚିହ୍ନଟ ହୋଇଛି । ସହରରୁ ଆସୁଥିବା ଆବର୍ଜନା ଏକ କୁଣ୍ଡରେ ଜମା ହେବ । ନାଳରେ କେବଳ ଦୂଷିତ ପାଣି ନିଷ୍କାସନ ହେବ । ବେସିନରେ ଜମା ହେଉଥିବା ଆବର୍ଜନା ବାହାର କରାଯିବ । ବେସିନର ଗଭୀରତା ୩ମିଟର ରହିବ । ପୌରନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ କହିଛନ୍ତି, ଏହାର ବ୍ୟୟ ଅଟକଳ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି । ଜିଲ୍ଲାପାଳ ଏହାକୁ ଅନୁମୋଦନ କରି ସରକାରଙ୍କ ନିକଟକୁ ପଠାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons