ଜାଲ୍ ସାର୍ଟିଫିକେଟ ଦେଇ ବିଜେବି କଲେଜରେ ଏଣ୍ଟ୍ରି କରିଛନ୍ତି ୮ ଛାତ୍ରଛାତ୍ରୀ, ମାମଲା ରୁଜୁ

Get real time updates directly on you device, subscribe now.

ଭୁବନେଶ୍ୱର: ବିଜେବି କଲେଜ ଓଡ଼ିଶାର ଏକ ଆଗଧାଡ଼ିର କଲେଜ ହୋଇଥିବା ବେଳେ ଏଥିରେ ଏକ ସିଟ୍‌ ପାଇବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଲାଗେ ପ୍ରତିଯୋଗିତା। ଏହି କଲେଜରେ ପଢ଼ିବାକୁ ବହୁ କଷ୍ଟ ସ୍ୱୀକାର କରୁଥିବା ମେଧାବୀ ଛାତ୍ରଛାତ୍ରୀ ଏଥିରୁ ବଞ୍ଚିତ ହେଉଥିବା ବେଳେ ଜାଲ୍‌ ସାଟିଫିକେଟ ଜରିଆରେ ଅନାୟସରେ ମିଳୁଛି ଆଡମିଶନ ।ଗତ ୩ ବର୍ଷରେ  ୮ଜଣ ଛାତ୍ରଛାତ୍ରୀ ଜାଲ୍ ସାର୍ଟିଫିକେଟ ଦେଇ ଏହି କଲେଜରେ ଆଡମିସନ୍ କରିଥିବା କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି । ବିଜେବି ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଏନେଇ ବଡ଼ଗଡ଼ ଥାନାରେ ଏତଲା ଦେଇଛନ୍ତି  । ପୁଲିସ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ଏହି ସାର୍ଟିଫିକେଟ୍ କେମିତି ହାତେଇଲେ ? କିଏ ଏହି ସାର୍ଟିଫିକେଟ ଯୋଗାଇଛି ଓ କଲେଜର ଆଉ କିଛି ଛାତ୍ରଛାତ୍ରୀ ଏହି ଘଟଣାରେ ସଂପୃକ୍ତ ଅଛନ୍ତି କି ନାହିଁ ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ବିଜେବି କଲେଜର ଅଧ୍ୟକ୍ଷ   ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons