ଜୟପୁର ଅଭିମୁଖେ ଗଲା ପ୍ରତୀକ ଝଣ୍ଡା

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ନନ୍ଦପୁର ବତ୍ରିଶ ସିଂହାସନ ଏବଂ ମା’ଜଗତଜନନୀଙ୍କ ପ୍ରତୀକ ଝଣ୍ଡା ସହ ପାଟଖଣ୍ଡା ଜୟପୁର ରାଜାଙ୍କ ଘରକୁ ନିଆଯାଇଛି । ବିଭିନ୍ନ ଆସ୍ଥାନରୁ ଆସିଥିବା ଲାଠି ଦେବାଦେବୀ ସହର ପରିକ୍ରମା କରିବା ପରେ ରାଜାଙ୍କ ଘରେ ପୂଜା ପାଇଥିଲେ । ଏହା ପରେ ଜୟପୁର ଅଭିମୁଖେ ବାହାରିଥିଲେ । ସେଠାରେ ଦଶମୀଦିନ ପାଟଖଣ୍ଡା ପୂଜା ପରେ ପୁଣିଥରେ ନିଜ ସ୍ଥାନକୁ ଏହାକୁ ଫେରାଇ ଅଣାଯାଇଥାଏ ।
ସୂଚନାଯାଗ୍ୟ ଯେ ରାଜାରାଜୁଡା ଅମଳରୁ ଦଶହରା ସମୟରେ ବ୍ଲକର କଣ୍ଡରା, ରାଇସିଂ, କସନ୍ଦି, ଦେବଗନ୍ଧଣା, ରୁଡ଼ିଚୁଅାଁ, ଦାଣ୍ଡଗୁଡା ଆଦି ଗାଁରୁ ଲାଠି ଦେବାଦେବୀ ନନ୍ଦପୁରକୁ ଆସିଥାନ୍ତି । ଚଳିତବର୍ଷ କୋଭିଡ ନିୟମ ପ୍ରକାରେ ପ୍ରତୀକ ଲାଠି ଦେବାଦେବୀ ମା’ ଭଣ୍ଡାରଘରଣୀ ମନ୍ଦିରକୁ ଆସିଥିଲେ । ସେଠାରେ ପୂଜାର୍ଚ୍ଚନା କରାଯାଇଥିଲା । ପରେ ପୁରୁଣା ବ୍ଲକ କାର୍ଯ୍ୟାଳୟରେ ସ୍ଥାପନ କରାଯାଇଥିବା ଝଣ୍ଡା ନିକଟରେ ମଧ୍ୟ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ବିଭିନ୍ନ ଗାଁରୁ ଆସିଥିବା ଝଣ୍ଡାମାନେ ମଙ୍ଗଳବାର ରାତିରେ ସହର ପରିକ୍ରମା କରିଥିଲେ । ଆଜି ସକାଳେ ଦଳପତି ପରିବାରର ଭୁବନେଶ୍ୱର ଦଳପତିଙ୍କ ନେତୃତ୍ୱରେ ଦିଶାରୀ, ପୂଜକ, ନାୟକମାନେ କୁଟୁଣୀ ମାଳାର ଧାନ, ବୈତାଳୁ(କୁମୁଣ୍ଡା), କାଠକାଉଡି, ସିଆଡ଼ିପତ୍ର, କଦଳୀ, ବିଶୁଦ୍ଧ ଘିଅ ସହ ଝଣ୍ଡାନେଇ ରାଜାଙ୍କ ଘରେ ପହଞ୍ଚିଥିଲେ । ଭୈରବୀ, ବେତାଳ, ମଠ, ମାଁ ଠାକୁରାଣୀ, ବୁଢ଼ା ଭୈରବୀ ଆଦି ଝଣ୍ଡା ସହର ପରିକ୍ରମା କରିଥିବା ପର୍ଯ୍ୟଟନ ବିକାଶ ପରିଷଦ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଗନ୍ନାଥ ପାଙ୍ଗି ସୂଚନା ଦେଇଛନ୍ତି । ଅନ୍ୟପକ୍ଷେ ରାଜାଙ୍କ ପାଟଖଣ୍ଡାକୁ ସ୍ଥାନୀୟ ଭୈରବ ମନ୍ଦିରରେ ପୂଜା କରାଯାଇଥିଲା । ୪ଜଣ ସେବାୟତ ଭାରରେ ପାଟଖଣ୍ଡାକୁ ଜୟପୁର ରାଜାଙ୍କ ଘରେ ପହଞ୍ଚାଇଥିଲେ । ସେଠାରେ ଦଶମୀ ପୂଜାର୍ଚ୍ଚର୍ନା ପରେ ପାଟଖଣ୍ଡାକୁ ପୁଣିଥରେ ନନ୍ଦପୁର ଫେରାଇ ଅଣାଯିବା ବିଧି ରହିଛି ବୋଲି ଶ୍ରୀ ପାଙ୍ଗି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons