ଟ୍ରାକ୍ଟର ଓଲଟି ୪୫ ଆହତ

Get real time updates directly on you device, subscribe now.

ନାରାୟଣପାଟଣା,(ବି.ବି.ନୁ୍ୟଜ): ବିବାହ ଭୋଜିକୁ ଯାଉଥିବା ବେଳେ ବାଟରେ ଘଟିଛି ଦୁର୍ଘଟଣା । ଟ୍ରାକ୍ଟର ଓଲଟି ପଡ଼ିବାରୁ ବନ୍ଧୁଗାଁ ବ୍ଲକ୍ କାବିରିବାଡ଼ି ପଞ୍ଚାୟତ ଜାଙ୍ଗିଡ଼ିବାଲସା ଗାଁର ପ୍ରାୟ ୪୫ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ନାରାୟଣପାଟଣା ଓ ବନ୍ଧୁଗାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ନାରାୟଣପାଟଣା ପୁଲିସ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେହିପରି ନାରାୟଣପାଟଣା ନିକଟ ପାଲାପୁଟଟାରେ ଏକ ଅଟୋ ଓଲଟି ପଡ଼ିବାରୁ ୬ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ୨ଜଣଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଜାଙ୍ଗିଡ଼ିବାଲସା ଗାଁର ୫୦ରୁ ଅଧିକ ଲୋକ ଏକ ବିବାହ ଭୋଜିରେ ଯୋଗଦେବାକୁ ନାରାୟଣପାଟଣା ବ୍ଲକ୍ ବୋରିଗି ପଞ୍ଚାୟତର ଜାମଡ଼ାବାଲସା ଗାଁକୁ ଆସୁଥିଲେ । ସେମାନେ ଟ୍ରାକ୍ଟର(ଏପି-୩୯ଟି-୮୬୭୯)ରେ ଆସୁଥିବା ସମୟରେ ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଡ୍ରାଇଭର ଭାରସାମ୍ୟ ହରାଇଥିଲେ । ଫଳରେ ଗାଡ଼ିଟି ପେଦାଇଟିକି-କେଲୁବାଡ଼ି ମଝିରେ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ୪୫ଜଣ ଆହତ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons