ଠାକୁରମୁଣ୍ଡାରେ ନକଲି ଡାକ୍ଟରଙ୍କ କମାଲ

Get real time updates directly on you device, subscribe now.

ମୟୁରଭଞ୍ଜ,(ବି.ବି.ଆ.ପ୍ର.):ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡିହା ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମର ଶ୍ରୀକାନ୍ତ ମହାନ୍ତଙ୍କ ପରେ ପୁଣି ଜଣେ ବୃଦ୍ଧ ରୋଗୀ ନକଲୀ ଡାକ୍ତର(କ୍ୱାକ)ଙ୍କ ହାବୁଡ଼ରେ ପଡ଼ି ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।ଅଣ୍ଟା ବ୍ୟଥା ହେବାରୁ ଉକ୍ତ ଶନିବାର ଦିନ କ୍ୱାକ ବିଶ୍ୱନାଥ ତାଙ୍କୁ ପଶୁ ଇଞ୍ଜେକସନ ଦେଇଥିଲେ ।ଗୌଡ଼ିଆବାହାଳୀ ଗ୍ରାମର ଦୈତାରୀ ମହାନ୍ତ (୮୦) ଠାକୁରମୁଣ୍ଡା ଡାକ୍ତରଖାନାରେ ଏବେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଅବସ୍ଥା ଏବେ ସ୍ଥିର ଅଛି ।ମେଲାrିକାମ(ପଶୁ ଇଞ୍ଜେକସନ୍) ଯାହା କେବଳ ପଶୁଙ୍କ ପାଇଁ ଉଦ୍ଧିଷ୍ଟରୁ ୩ ଟି ଇଞ୍ଜେrନ ଓ ୧୦ ଟି ଟାବଲେଟ ଦୈତାରୀଙ୍କୁ ଦେଇଛନ୍ତି ନକଲୀ ଡାକ୍ତର ବିଶ୍ୱନାଥ ବେହେରା । ଫିସ୍ ବାବଦ ୫୦୦ ମାଗୁଥିଲେ ମାତ୍ର ୪୦୦ ଟଙ୍କା ଦେଇଛନ୍ତି ବୋଲି ଦୈତାରୀ ଆମ ପ୍ରତିନିଧି ଆଗରେ ପ୍ରକାଶ କରିଛନ୍ତି ।
ଶ୍ରୀକାନ୍ତ ମହାନ୍ତଙ୍କୁ ଚିକିତ୍ସା କରିବା ଦିନ ହିଁ ବିଶ୍ୱନାଥ ଦୈତାରୀଙ୍କୁ ଚିକିତ୍ସା କରିଛନ୍ତି । ରବିବାର ଠାରୁ ବୃଦ୍ଧ ଦୈତାରୀ ପାଶ୍ୱର୍ ପ୍ରତିକ୍ରିୟାରେ ପୀଡିତ ହୋଇଛନ୍ତି ।ସୋମବାର ରାତି ଚିକିତ୍ସା ପାଇଁ ସେ ଠାକୁରମୁଣ୍ଡା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ ।ପ୍ରାଥମିକ ଚିକିତ୍ସା ପରେ ଘରକୁ ଫେରିଯାଇଥିଲେ । ମାତ୍ର ପରିସ୍ଥିତିରେ ସୁଧାର ନଆସିବାରୁ ପୁନର୍ବାର ମଙ୍ଗଳବାର ଠାରୁ ଠାକୁରମୁଣ୍ଡା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଆଜି ମଧ୍ୟ ଦିନବେଳା ୬ ଥର ଝାଡା ହେଲାଣି ବୋଲି ତାଙ୍କ ସହ କଥା ହେବା ବେଳେ କହିଛନ୍ତି । ଶ୍ରୀକାନ୍ତଙ୍କ ଭଳି ଦୈତାରୀ କିନ୍ତୁ ଥାନାରେ କେଶ କରିନାହାନ୍ତି । ମାତ୍ର ଗୁରୁବାର ଥାନାରେ ଏତଲା ଦାଏର କରିବେ ବୋଲି କହିଛନ୍ତି ତାଙ୍କ ପୁଅ ।
ଏଣେ ଶ୍ରୀକାନ୍ତଙ୍କ ଏତଲା କ୍ରମେ ମହୁଲଡିହା ପୁଲିସ ବିଶ୍ୱନାଥକୁ ଖୋଜୁଥିବା ବେଳେ ଚଢ଼ଉ ଜାରି ରହିଛି ବୋଲି ଆଇଆଇସି ରଞ୍ଜୁ ହାସିନ କୁଲୁ ସୂଚନା ଦେଇଛନ୍ତି ।ପ୍ରକାଶଥାଉକି, ଗତ ଶନିବାର ନକଲି ଡାକ୍ତର ବିଶ୍ୱନାଥ ବେହେରା ଶ୍ରୀକାନ୍ତଙ୍କୁ ଚିକିତ୍ସା କରିବା ପରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ତାଙ୍କୁ ଥାନାକୁ ଅଣାଯାଇଥିଲା । ମାତ୍ର ସେଠାରେ ଏକ ବୁଝାମଣା ପତ୍ର କରାଯାଇଥିଲା । କୌଣସି ପାଶ୍ୱର୍ ପ୍ରତିକ୍ରିୟା ହେଲେ ମୁଁ ଦାୟୀ ରହିବି ବୋଲି ନକଲି ଡାକ୍ତର ଲେଖିଥିଲେ । ଏବଂ ଯେଉଁ ଫାନ ନମ୍ବର ଦେଇଥିଲେ ତାହା ପୁଅଙ୍କ ନମ୍ବର ବୋଲି କୁହାଯାଉଛି । ତେବେ ନକଲି ଡାକ୍ତର ଏବେବି ଫେରାର ନେଇ ଚିନ୍ତାର ପୁଲିସ୍ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons