ଡିଭାଇଡରରେ ପିଟି ହୋଇ ଓଲଟିଲା ବସ୍

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଶୁକ୍ରବାର ସକାଳେ ଜୟଦେବବିହାର ଓଭରବି୍ରଜ ତଳ ରାସ୍ତାରେ ଏକ ମିନିବସ୍ ଓଲଟି ପଡ଼ିଛି । ଏଥିରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି । ନୂଆପଲ୍ଲୀ ଥାନା ପୁଲିସ ଆହତମାନଙ୍କୁ ହସ୍ପିଟାଲ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ବସ୍କୁ ଜବତ କରିଛି । ସୂଚନା ଅନୁଯାୟୀ, ଆଜି ସକାଳେ ମିନି ବସ୍ରେ ୨୦ ଜଣ ଶ୍ରମିକ ବସି ଜିଜିପି କଲୋନୀରୁ ପିଟିଆ ଅଭିମୁଖେ ଯାଉଥିଲା । ଜୟଦେବ ବିହାର ଓଭରବ୍ରିଜ ତଳ ରାସ୍ତା ଦେଇ ବସ୍ଟି ଯାଉଥିବା ବେଳେ ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । ଫଳରେ ବସ୍ରେ ଥିବା ଶ୍ରମିକଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିଲେ । ନୂଆପଲ୍ଲୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ପଠାଇ ବସ୍କୁ ପୁଲିସ ଜବତ କରିଥିଲା । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons