ଡେପୁଟି ମେୟରଙ୍କ ୱାର୍ଡ ବୁଲିଲେ କମିଶନର

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ଶପଥ ନେବା ପରଦିନ ନିଜର ଆକ୍ସନ୍ ଆରମ୍ଭ କରିଛନ୍ତି ଯୁବ ଡେପୁଟି ମେୟର୍ ଇ. ବିବେକ ରେଡ୍ଡି । ଡେପୁଟି ମେୟର୍ ବିବେକଙ୍କ ଅନୁରୋଧକ୍ରମେ ଶନିବାର ବିଏମ୍ସି କମିଶନର ଡ. ସିଦେ୍ଧଶ୍ୱର ବଳିରାମ ବୋନ୍ଦର ୪୨ନଂ ୱାର୍ଡ ଅଧିନ ଆମ୍ବପୁଆ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଆମ୍ବପୁଆ ଅଞ୍ଚଳର ଡ୍ରେନ୍, ରାସ୍ତା ସମେତ ବିଭିନ୍ନ ସମସ୍ୟାକୁ ତଦାରଖ କରିଛନ୍ତି । ଏଥିସହ ଆମ୍ବପୁଆ ଠାରେ ନିର୍ମାଣ ଚାଲିଥିବା ରକ୍ ଗାର୍ଡେନ୍ କାର୍ଯ୍ୟ ତଦାରଖ କରିବା ସହ ଚିହ୍ନଟ ହୋଇଥିବା ଜାଗାରେ କମୁ୍ୟନିଟି ହଲ୍ ନିର୍ମାଣ ଏବଂ ଆନୁସଙ୍ଗୀକ ସୁବିଧା ନେଇ ମଧ୍ୟ ଆଲୋଚନା କରିଛନ୍ତି । ବିଏମ୍ସିରେ ନୂତନ ହେଲ୍ଥ ସେଣ୍ଟର ନିର୍ମାଣ କରାଯିବା ଲକ୍ଷ୍ୟ ରଖାଯାଇଥିବା ବେଳେ ଆମ୍ବପୁଆରେ ମଧ୍ୟ ହେଲଥ ସେଣ୍ଟର ନିର୍ମାଣ ନେଇ କମିଶନର ଆଲୋଚନା କରିଛନ୍ତି । ୱାର୍ଡରେ ରହିଥିବା ସମସ୍ତ ସମସ୍ୟାକୁ ସମାଧାନ କରାଯିବାକୁ ଉପସ୍ଥିତ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ବିଡିଏ ସମ୍ପାଦକ ସମ୍ବିତ୍ ପାତ୍ର, କନିÂ ଯନ୍ତ୍ରୀ ଗଣେଶ୍ୱର ପାତ୍ରଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons