ଡ୍ରାଇଭର ମହାସଂଘର ବିକ୍ଷୋଭ

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ୧୧ ଦଫା ଦାବି ପୂରଣ ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି । ଏହାକୁ ସମର୍ଥନ ଜଣାଇ ରାୟଗଡ଼ା ଡ୍ରାଇଭର ସଂଘ ପକ୍ଷରୁ ଟ୍ୟାrିଷ୍ଟାଣ୍ଡ ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ପରେ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଡ୍ରାଇଭରମାନଙ୍କ ସୁରକ୍ଷା ପାଇଁ ଗତ ସେପ୍ଟେମ୍ବର ୧ ତାରିଖରେ ବିକ୍ଷୋଭ କରାଯିବା ସହ ଅକ୍ଟୋବର ୨୯ ତାରିଖରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳି ଡ୍ରାଇଭର ମହାସଂଘ ସହ ଆଲୋଚନା କରିଥିଲେ । ହେଲେ ଆଲୋଚନାର ଫଳସ୍ୱରୂପ କୌଣସି ପଦକ୍ଷେପ ନିଆଗଲାନାହିଁ । ମୁଖ୍ୟତଃ ଡ୍ରାଇଭରଙ୍କୁ ସୁରକ୍ଷା, ରାଜ୍ୟର ସମସ୍ତ ଡ୍ରାଇଭରଙ୍କୁ ବୀମାଭୁକ୍ତ କରିବା, ଡ୍ରାଇଭରଙ୍କ ପରିବାରକୁ ମାଗଣା ସ୍ୱାସ୍ଥ୍ୟସେବା ପ୍ରଦାନ ଏବଂ ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ପାଇଁ ଦାବି କରାଯାଇଛି । ତୁରନ୍ତ ଏସବୁ ଦାବି ପୂରଣ ନହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପି ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦେଇଥିଲା ମହାସଂଘ । ଆଜି ସଂଘର ସଭାପତି ଜିତେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏହି ବିକ୍ଷୋଭ କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons