ତାରାତାରିଣୀ ପୀଠରେ ଚୈତ୍ର ଯାତ୍ରା ଉଦଯାପିତ:୫-ଟି ସଚିବଙ୍କ ଦର୍ଶନ, ମନ୍ଦିର କାର୍ଯ୍ୟ ଅନୁଧ୍ୟାନ

Get real time updates directly on you device, subscribe now.

ପୁରୁଷୋତ୍ତମପୁର, (ବି.ବି.ନୁ୍ୟଜ): ଦକ୍ଷିଣ ଓଡ଼ିଶାର ଅଧିÂାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ଚୈତ୍ର ମଙ୍ଗଳବାର ଯାତ୍ରା ଆଜି ଉଦ୍ୟାପିତ ହୋଇଛି । ଆଜି ଶେଷ ମଙ୍ଗଳବାର ପର୍ବରେ ୫୦ ହଜାରରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା । ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରା ପାଇଁ ମାନସିକ ପୂରଣ ନିମନ୍ତେ ଶ୍ରଦ୍ଧାଳୁ ଅପେକ୍ଷା କରି ରହିଥାନ୍ତି । ଏଥିଲାଗି ପୂରା ଚୈତ୍ର ମାସ ମା’ଙ୍କ ପୀଠ ଖୁବ୍ ଚଳଚଞ୍ଚଳ ହୋଇ ଉଠିଥାଏ । ଆଜିର ଅନ୍ତିମ ମଙ୍ଗଳବାର ଯାତ୍ରା ଯୋଗୁଁ ସୋମବାର ଠାରୁ ଭକ୍ତଙ୍କ ଗହଳି ନଥିଲା । ଆଜି ଭୋରରୁ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଯାତ୍ରାର ରୀତିନୀତି ଅନୁସାରେ ମନ୍ଦିର ସେବାୟତମାନେ ମା’ଙ୍କ ୨.୩୦ ମିନଟ୍ରେ ଦ୍ୱାରଫିଟା ନୀତି ଆରମ୍ଭ କରି ମଙ୍ଗଳ ଆଳତି, ଅବକାଶ ବେଶ, ମାଜଣା, ପଞ୍ଚସୂତ୍ରରେ ଅଭିଷେକ, ବାସନ୍ତୀକ ଦୁର୍ଗାରୂପରେ ମା’ଙ୍କୁ ସିଙ୍ଗାର କରାଯାଇ ପ୍ରଥମେ ବାଳଧୂପ ପରେ ସଙ୍ଗୁଡ଼ି ଭୋଗ, ମହା ଆଳତି କରାଯାଇ ସକାଳ ୫ଟା ୧୦ ରେ ସାହାଣ ମେଲା କରାଯାଇ ସର୍ବସାଧାରଣ ଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା । ମା’ତାରାତାରିଣୀ ଆଜି ଅନ୍ତିମ ମଙ୍ଗଳବାର ଯାତ୍ରାରେ ବାସନ୍ତୀକ ଦୁର୍ଗା ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ ।
ଆଜି ସକାଳ ୭ଟା ୩୦ରେ ୫-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନ୍ ଓ ତାଙ୍କ ଧର୍ମପତ୍ନୀ ତାରାତାରିଣୀ ପୀଠରେ ପହଞ୍ଚି ଦର୍ଶନ କରିବା ସହ ପୂଜାପାଠ କରିଥିଲେ । ମନ୍ଦିର ଉପର ଦେଶରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିବା ସହ ତୁରନ୍ତ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେଇଥିଲେ । ୫-ଟି ସଚିବ ଦର୍ଶନ ସମୟରେ କିଛି ସମୟ ପାଇଁ ସାଧାରଣ ଭକ୍ତଙ୍କ ପାଇଁ କଟକଣା କରାଯାଇଥିଲା । ୫-ଟି ସଚିବଙ୍କ ଗସ୍ତକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ଓ ପୁଲିସ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଥିଲା । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଛତ୍ରପୁର ଏସ୍ପି ବିଜେଶ ରାୟଙ୍କ ସମେତ ବରିÂ ଅଧିକାରୀ ଉପସ୍ଥିତ ଥିଲେ । ମା’ ତାରାତାରିଣୀଙ୍କ ଯାତ୍ରାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମନ୍ଦିରର ସମସ୍ତ ସେବାୟତ ପରିବାର ସହଯୋଗ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons