ଥରିଲା ଧାମରା ବଜାର:୨ ଆହତ

Get real time updates directly on you device, subscribe now.

ଧାମରା, (ବି.ବି.ଆ.ପ୍ର.): ରାସାୟନିକ ବିସ୍ପୋରଣରେ ଧାମରା ବଜାର ଦୋହଲି ଯାଇଛି । କ୍ଷେପଣାସ୍ତ୍ରର ଭଗ୍ନାବଶେଷରୁ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ହୋଇଥିବା ସ୍ଥାନରୁ ନିଅାଁ ବାହାରି ୧ ଶହ ମିଟର ଦୂରକୁ ଛିଟିକି ଥିଲା । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଜଣେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ଜଣେ ଦୋକାନୀଙ୍କ ଦୋକାନରେ ନିଆଁ ପିଣ୍ଡୁଳା ପଡ଼ିଛି । ସେ ନିଶ୍ଚିତ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଧାମରା ବଜାରରେ ସତ୍ୟେନ କାମିଳିଆ ଦୀର୍ଘ ଦିନ ହେବ ଏକ ବଣିଆ ଦୋକାନ କରିଛନ୍ତି । ସେ ଚୋରା ମୋଟରସାଇକେଲ, ଚନ୍ଦନିପାଳ କ୍ଷେପଣାସ୍ତ୍ର ଘାଟିରୁ ବିଭିନ୍ନ ଚୋରା ଦ୍ରବ୍ୟ, ଧାମରା ବନ୍ଦର ମଧ୍ୟରୁ ଚୋରି ହେଉଥିବା ସମସ୍ତ ଚୋରା ଦ୍ରବ୍ୟର କାରବାର କରନ୍ତି । ଅନେକ ସମୟରେ ବହୁ ଚୋରା ଦ୍ରବ୍ୟ ସେଠାରୁ ପୁଲିସ ଜବତ କରି ଆସୁଛି ।
ଆଜି ଅପରାହ୍ଣ ୫.୩୦ ମିନଟ ସମୟରେ ସତ୍ୟେନ କାମିଳିଆଙ୍କ ଗୋଦାମ ଘରେ ଏକ ଅଫୁଟା କ୍ଷେପଣାସ୍ତ୍ରକୁ ଗରମ କରି ସେଥିରୁ କିଛି ଧାତୁ ବାହାର କରୁଥିବା ବେଳେ ସଂପୃକ୍ତ ଅଫୁଟା କ୍ଷେପଣାସ୍ତ୍ରଟି ବିସ୍ଫୋରଣ ହୋଇଥିଲା । ବିସ୍ପୋରଣର ମାତ୍ରା ଏତେ ଜୋର ଥିଲା ଯେ ୧ ଶହ ମିଟର ପର୍ଯ୍ୟନ୍ତ ଦୋକାନୀଙ୍କ ଦୋକାନ ମଧ୍ୟ ଦୋହଲି ଯାଇଥିଲା । ଏହି ବିସ୍ପୋରଣ ସ୍ଥାନରେ କାର୍ଯ୍ୟ କରୁଥିବା କଇଥଖୋଲା ବାସିନ୍ଦା ସେକ କଇମତ(୭୨)ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ଗ୍ରାମର ହରିହର ରଣା(୩୫) ଆହତ ହୋଇଥିଲେ । ସେକ କଇମତଙ୍କ ଦେହର ଚମଡା ସଂପୂର୍ଣ ପୋଡ଼ି ଯାଇଥିବା ବେଳେ ହରିହରଙ୍କ ଦେହ ମଧ୍ୟ ପୋଡ଼ିଯିବା ସହ ତାଙ୍କ ଡାହଣ ପଟ ଗୋଡ ମଧ୍ୟ ଭାଙ୍ଗି ଯାଇଥିଲା । ଘଟଣାସ୍ଥଳକୁ ଧାମରା ଦୋକାନୀ ବନ୍ଧୁ ମାନେ ପଶି ସେଠାରୁ ୨ ଆହତଙ୍କୁ ଉଦ୍ଧାର କରି ପ୍ରଥମେ ଧାମରା ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର, ପରେ ଭଦ୍ରକ ପଠାଯାଇଛି । ଜଣକ ଅବସ୍ଥା ଅତି ସଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ଘଟାଇଥିବା ସତ୍ୟେନ କାମିଳିଆଙ୍କ ବଡ଼ ପୁଅ ଭୀମ ରଣା, ଅର୍ଜୁନ, ନକୁଳ ଏବଂ ସତ୍ୟେନ କାମିଳିଆଙ୍କ ସ୍ଥୀ ଘଟଣା ସେଠାରୁ ଫେରାର ହୋଇ ଯାଇଥିଲେ । ଦୁର୍ଘଟଣା ପରେ ଧାମରା ଥାନାଧିକାରୀ ପହଞ୍ଚିି କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା ତାହାର ତଦନ୍ତ ଜାରି ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons