ଦନ୍ତା ଆକ୍ରମଣରେ ଜଣେ ମୃତ

Get real time updates directly on you device, subscribe now.

ଟାଙ୍ଗୀ, (ବି.ବି.ନୁ୍ୟଜ): ଏକ ଗୋଠଛଡ଼ା ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତୁ୍ୟ ହୋଇଛି । ମୃତ ବୃଦ୍ଧ ହେଲେ ନାଚୁଣୀ ନିକଟସ୍ଥ ଭବାନୀପୁର ଗାଁର ନୀଳମଣି ସେଣ । ଗୁରୁବାର ଘର ବାହାରେ ବୃଦ୍ଧ ଜଣକ ଖାଇସାରି ଶୋଇଥିବାବେଳେ ବିଳମ୍ବିତ ରାତ୍ରିରେ ଏହି ଗୋଠଛଡ଼ା ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣରେ ବୃଦ୍ଧ ଗୁରୁତର ହେବାରୁ ଚିକିତ୍ସା ଲାଗି ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତୁ୍ୟ ହୋଇଛି ବାଲି ଟାଙ୍ଗୀ ବନ ବିଭାଗର ରେଞ୍ଜର ରବୀନ୍ଦ୍ର ନାଥ ପଣ୍ଡା ସୂଚନା ଦେଇଛନ୍ତି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି । ଟାଙ୍ଗୀ ବନ ବିଭାଗର ନରମାନବୀ ଜଙ୍ଗଲରେ ଗୋଟିଏ ଗୋଠଛଡା ଦନ୍ତା ହାତୀ ଏବେବି ଉପଦ୍ରବ କରୁଥିବା ବନ ବିଭାଗ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons