ନକଲି ଡାକ୍ତରଙ୍କ ପାଇଁ ନିଲମ୍ବିତ ହେଲେ ଏଏସଆଇ

Get real time updates directly on you device, subscribe now.

ଠାକୁରମୁଣ୍ଡା,(ବି.ବି.ଆପ୍ର): ମଣିଷକୁ ପଶୁ ଇଞ୍ଜେକସନ ଦେଇଥିବା ନକଲି ଡାକ୍ତର(କ୍ୱାକ୍) ବିଶ୍ୱନାଥ ବେହେରାଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ପରିବର୍ତ୍ତେ ଦାୟିତ୍ୱ ଅବହେଳା ଯୋଗୁଁ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁÂାନ ନେଇଛନ୍ତି ମୟୂରଭଞ୍ଜ ଏସପି ରିଷିକେଶ ଦ୍ୟାନଦେଓ ଖିଲାରୀ । ଏବେ ସଂପୃକ୍ତ କ୍ୱାକ ଫେରାର ଥିବା ବେଳେ ମହୁଲଡିହା ଥାନା ଏଏସଆଇ ପବିତ୍ର ମୋହନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ଏସପି ।
ଘଟଣାରୁ ପ୍ରକାଶଯେ, ଗତ ଶନିବାର ମହୁଲଡିହା ଗ୍ରାମର ଶ୍ରୀକାନ୍ତ ମହାନ୍ତ ଓ ଗୌଡ଼ିଆବାହାଳି ଗ୍ରାମର ଦୈତାରୀ ମହାନ୍ତ ଅଣ୍ଟା ବ୍ୟଥା ପାଇଁ ପଶୁଙ୍କ ପାଇଁ ଉଦ୍ଧିଷ୍ଟ ୩ ଟି ଲେଖାଏଁ ଇଞ୍ଜେrନ ଦେଇଥିଲେ ନକଲି ଡାକ୍ତର(କ୍ୱାକ୍) ବିଶ୍ୱନାଥ ବେହେରା । ତାଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର କଣ୍ଟିପାଳ ଗ୍ରାମରେ ।ଶ୍ରୀକାନ୍ତ ମହାନ୍ତଙ୍କ ପୁଅ ଜାଣିବା ପରେ ପୂର୍ବତନ ସମିତି ସଭ୍ୟଙ୍କୁ ଡାକି ନକଲି ଡାକ୍ତରଙ୍କୁ ନେଇ ଥାନା ଜିମା ଦେଇଥିଲେ । ମାତ୍ର କୌଣସି ଏତଲା ଦାଏର ହୋଇନଥିବାରୁ ଆପୋଷ ବୁଝାମଣା ପରେ ବିଶ୍ୱନାଥ ଚାଲି ଯାଇଥିଲେ । ଏକଥା ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପାଲିସ ଉପରେ ଚାପ ବଢିଥିଲା । ଥାନାରେ ଶ୍ରୀକାନ୍ତ ଏତଲା ଦେବା ପରେ ପୁଲିସ ଚଢ଼ଉ କରିଥିଲେ ମଧ୍ୟ ବିଶ୍ୱନାଥ ଏବେବି ଫେରାର ଥିବାରୁ ପୁଲିସ ଖାଲି ହାତରେ ଫେରିଥିଲା । ଗୋଟିଏ ପରେ ଗୋଟିଏ କେଶ ସାମ୍ନାକୁ ଆସିବା ପରେ ଏସପି ମହୁଲଡିହା ଥାନା ଏ ଏସଆଇ ପବିତ୍ର ମୋହନଙ୍କୁ ଗୁରୁବାର ନିଲମ୍ବନ କରିଥିବା ଜଣାପଡିଛି । ପ୍ରକାଶଥାଉକି, ବୃଦ୍ଧ ଦୈତାରୀ ମହାନ୍ତ ଇଞ୍ଜେrନ ନେବା ପରେ ପାଶ୍ୱର୍ ପ୍ରତିକ୍ରିୟା ଯୋଗୁଁ ଏବେବି ଠାକୁରମୁଣ୍ଡା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons