ନନ୍ଦନକାନନରେ ସିଂହୀ ‘ଶ୍ୟାମା’ର ମୃତୁ୍ୟ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୨୯ ନମ୍ବର ଫିଡିଂ ଚ୍ୟାମ୍ବରରେ ରହୁଥିବା ସିଂହୀ ‘ଶ୍ୟାମା’ର ବାର୍ଦ୍ଧକ୍ୟଜନିତ ରୋଗରେ ମୃତୁ୍ୟ ହୋଇଛି । ସିଂହୀ ଶ୍ୟାମା ସର୍ବାଧିକ ୨୦ ବର୍ଷ ୩ ମାସ ବଞ୍ଚିବାର ସୌଭାଗ୍ୟ ଅର୍ଜନ କରିଛି । କିନ୍ତୁ ଜୀବନକାଳରେ ସିଂହୀଟି ମା’ ହେବାରୁ ବଞ୍ଚିତ ରହିଗଲା । ୧୧ ବର୍ଷ ବୟସର ହୋଇଥିବାବେଳେ ‘ଶ୍ୟାମା’ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଥିଲା । ୨୦୧୩ ମାର୍ଚ୍ଚ ୨୫ରେ ଗୁଜରାଟର ତକ୍ରାଳୀନ ମୋଦି ସରକାର ଏକ ଯୋଡ଼ା ଏସିଆ ପ୍ରଜାତିର ସିଂହ ନନ୍ଦନକାନନକୁ ଦାନରେ ଦେଇଥିଲେ । ସେମାନଙ୍କ ନାମ ଥିଲା ପିଚ୍ଛାନ ଏବଂ ଶ୍ୟାମା । ପୂର୍ବରୁ ‘ପିଚ୍ଛାନ’ର ମୃତୁ୍ୟ ହୋଇଥିବା ବେଳେ ଶନିବାର ଅପରାହ୍ଣରେ ‘ଶ୍ୟାମା’ର ମୃତୁ୍ୟ ହୋଇଛି । ୯ ବର୍ଷ ମଧ୍ୟରେ ‘ଶ୍ୟାମା’ ଅନେକ ଜଟିଳ ରୋଗର ଶିକାର ହୋଇ ସେଥିରୁ ବର୍ତ୍ତିଯାଇଥିଲା । ମାତ୍ର ୨୦୧୯ରେ ମଳଦ୍ୱାରରେ ଟୁ୍ୟମର ହେବାରୁ ତା ସ୍ୱାସ୍ଥ୍ୟରେ ଅବନ୍ନତି ଦେଖାଦେଇଥିଲା । ଅସ୍ତେ୍ରାପଚାର ପରେ ମଧ୍ୟ ବୟସାଧିକ୍ୟ କାରଣରୁ ସେ ଉକ୍ତ ବ୍ୟାଧିଜନିତ ଜଟିଳତାରୁ ଉଦ୍ଧାର ପାଇପାରିନଥିଲା । ‘ଶ୍ୟାମା’ର ମୃତୁ୍ୟ ପରେ ବର୍ତ୍ତମାନ ନନ୍ଦନକାନନରେ ସିଂହ ସଂଖ୍ୟା ୧୭କୁ ଖସିଆସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons