ନବୀନ ନିବାସରେ ମେୟର ଓ କର୍ପୋରେଟର

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ବ୍ରହ୍ମପୁର ମହାନଗର ନିଗମରେ ପୌର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଆଜି ବିଜୟୀ ବିଜେଡି ମେୟର ଓ କର୍ପୋରେଟର ନବୀନ ନିବାସରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ସଚିବ ଭି.କେ ପାଣ୍ଡିୟାନ୍ଙ୍କୁ ସାକ୍ଷାତ କରି କୃତଜ୍ଞତା ଜଣାଇବା ସହ ଆଶୀର୍ବାଦ ନେଇଥିଲେ । ବ୍ରହ୍ମପୁରେ ୪୨ଟି ୱାର୍ଡ ମ%୍ୟରୁ ବିଜେଡି ୩୦ଟି ୱାର୍ଡ ଦଖଲକୁ ନେଇଛି । ମେୟର ଓ କର୍ପୋରେଟର ବିଜୟ ଲାଭ କରିବା ପରେ ଆଜି ଭୁବନେଶ୍ୱରରେ ପହଞ୍ଚିଥିଲେ । ଅପରାହ୍ନ ୪ଟା ୩୦ରେ ନବୀନ ନିବାସରେ ପହଞ୍ଚି କିଛି ସମୟ ଅପେକ୍ଷା କରିଥିଲେ । ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାରକୁ ଆସିଥିଲେ । ବିଜୟୀ ମେୟର ସଂଘମିତ୍ରା ଦଳେଇ ଏବଂ ୩୦ଜଣ ବିଜୟୀ କର୍ପୋରେଟର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି କୃତଜ୍ଞତା ଜଣାଇଥିଲେ । କିଛି ସମୟ ମୁଖ୍ୟମନ୍ତ୍ରୀ ବିଜୟୀ ମେୟର ଓ କର୍ପୋରେଟରଙ୍କ ଗହଣରେ ରହିଥିଲେ । ବିଜୟୀ ପ୍ରାର୍ଥୀଙ୍କ ସହ ଦଳୀୟ ନେତା ଓ କର୍ମୀ ମ%୍ୟ ସେଠାରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ସମୟରେ ସମସ୍ତେ ସେଲ୍ଫି ଉଠାଇଥିଲେ । ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବ୍ରହ୍ମପୁର ବି%ାୟକ ବିକ୍ରମ କୁମାର ପଣ୍ଡା, ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡା.ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ରାଜ୍ୟ ସମ୍ପାଦକ ସୁବାସ ମହାରଣା, ବିଜେଡି ଯୁବ ସଂଗଠନ ଏ.ସନ୍ତୋଷ ପାତ୍ରଙ୍କ ସହ ବହୁ ନେତା ନବୀନ ନିବାସରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons