ନାଁ ଗୋଟିଏ, ଷ୍ଟାର୍ ଦି’ ଜଣ

Get real time updates directly on you device, subscribe now.

ନାଁ ଗୋଟିଏ କିନ୍ତୁ ଷ୍ଟାର୍ ଦି’ ଜଣ । ଫଟୋରେ ଯାହା ଦେଖୁଛନ୍ତି ସେହି ଦୁଇଜଣଙ୍କ ନାଁ ଯଦି ଏକାଠି ଉଚ୍ଚାରଣ କରିବେ ତେବେ ତାହା ପ୍ରମାଣିତ ହୋଇଯିବ । କହିବାର ଅର୍ଥ ହେଲା ବଲିଉଡର ଲୋକପ୍ରିୟ ଷ୍ଟାଣ୍ଡ୍ଅପ୍ କମେଡିଆନ୍ କୃଷ୍ଣ ଅଭିଷେକ ଓ ଓଲିଉଡର ଷ୍ଟାର୍ ଅଭିଷେକ ଗୋଟିଏ ଓଡ଼ିଆ ଚଳଚ୍ଚିତ୍ରରେ ଏକାଠି ହୋଇଛନ୍ତି । ଆମର କିନ୍ତୁ କଥା ଥିଲା କି କୃଷ ଅଭିଷେକଙ୍କ ସହିତ ଯେତେବେଳେ ଅଭିଷେକ ଯୋଡ଼ି ହୋଇଯାଉଛନ୍ତି ସେତେବେଳେ ସେ କୃଷଙ୍କ ଭିତରେ ମିଶିଯାଉଛନ୍ତି ଅର୍ଥାତ୍ ତାଙ୍କ ନାଁ ପଛରେ ବି ଅଭିଷେକ ରହିଛି । ନିଶ୍ଚିତ ଭାବରେ ଏହା ଏକ ସଂଯୋଗ ଏବଂ ଉଭୟଙ୍କ ପାଇଁ ଅଭୁଲା ସ୍ମୃତି । ଶ୍ରୀହାନ ସିନେକ୍ରିଏସନ୍ସ ବ୍ୟାନରରେ ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧିଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଓଡ଼ିଆ ଚଳଚ୍ଚିତ୍ର ‘ମାମା ୱେଡ୍ସ ପାପା’ରେ ଦୁହେଁ ଅଭିନୟ କରିଛନ୍ତି । ସିନେମାର କାହାଣୀ ଅନୁଯାୟୀ ଏଥିରେ ପିଲାମାନେ ବାପା, ମା’ଙ୍କ ବାହାଘର କରୁଛନ୍ତି । ରୋମାନ୍ସ, କମେଡି ସାଙ୍ଗକୁ ସିନେମାରେ ଭରପୂର ସସ୍ପେନ୍ସ ରହିଛି । ପ୍ରମୁଖ ଭୂମିକାରେ ଅଭିଷେକ ଥିଲାବେଳେ ନାୟିକା ଭାବେ ବେଙ୍ଗଲର ରିତିଶା ଏବଂ ଅନ୍ୟତମ ନାୟିକା ଭାବେ ପ୍ରିୟଙ୍କା ଅଭିନୟ କରିଛନ୍ତି । ଏହାବାଦ୍ ବିଭିନ୍ନ ଚରିତ୍ରରେ ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ, ଗୁଡ୍ଡୁ ପ୍ରମୁଖ କଳାକାର ଅଛନ୍ତି । କୃଷ୍ଣ ଅଭିଷେକ ସିନେମାରେ ଏକ ଭିନ୍ନ ଚରିତ୍ରରେ ନଜର ଆସିବା ସହ ଶୀର୍ଷକ ସଙ୍ଗୀତରେ ଡ୍ୟାନ୍ସ ମଧ୍ୟ କରିଛନ୍ତି । ଯାହାର ସୁଟିଂ ନେଇ ସୋସିଆଲ୍ ମିଡିଆରେ ବହୁତ ଚର୍ଚ୍ଚା ହେବା ସହ କୃଷ୍ଣଙ୍କ ଉପସ୍ଥିତ ସାଥୀ କଳାକାରଙ୍କୁ ଉତ୍ସାହିତ କରିଥିଲା । ସିନେମାର କାହାଣୀ, ଚିତ୍ରନାଟ୍ୟ ଓ ନିଦେ୍ର୍ଧଶନା ଦେଇଛନ୍ତି ଆପ୍ପୁ କାନୁନ୍ଗୋ । ସଙ୍ଗୀତ ଅସଦ ନିଜାମ ସମ୍ଭାଳିଥିଲାବେଳେ ଡିଓପି ସମ୍ଭାଳିଛନ୍ତି ନିରଞ୍ଜନ ଦାଶ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons