ନାଗାବଳି ନଦୀରେ ନିଖୋଜ ମାମଲା :ପୁଅ ପରେ ବାପାଙ୍କ ଶବ ମିଳିଲା

Get real time updates directly on you device, subscribe now.

ରାୟଗଡ଼ା,(ବି.ବି.ନୁ୍ୟଜ): ସହର ଉପକଣ୍ଠ ନାଗାବଳୀ ନଦୀର ଝୁଲାପୋଲ ନିକଟରେ ନିଖୋଜ ହୋଇଯାଇଥିଲେ ବାପା-ପୁଅ । ସୋମବାର ପୁଅ କେ. ଜିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ତାଙ୍କ ବାପା କେ. ଶ୍ରୀନୁ(୪୬)ଙ୍କ ଶବ ମିଳିଛି । ଜଗନ୍ନାଥପୁର ଗାଁ ନିକଟ ଘାଟରୁ ଅଗ୍ନିଶମ କର୍ମଚାରୀମାନେ ଶବ ଉଦ୍ଧାର କରିଛନ୍ତି । ଆଜି ସକାଳେ ଝୁଲାପୋଲଠାରୁ ଆରମ୍ଭ କରି ହାତୀପଥର ଓ ବେହେରାଗୁଡା ଦେଇ ଜଗନ୍ନାଥପୁର ପର୍ଯ୍ୟନ୍ତ ଖୋଜା ଚାଲିଥିଲା । ଅଗ୍ନିଶମ କର୍ମଚାରୀମାନେ ୪ ଭାଗରେ ବିଭକ୍ତ ହୋଇ ଏଥିରେ ସାମିଲ ହୋଇଥିଲେ । ମଧ୍ୟାହ୍ନରେ ଶବ ଭାସୁଥିବା ନଜରକୁ ଆସିଥିଲା । ପୁଲିସ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ଅଣାଯାଇ ବ୍ୟବଚ୍ଛେଦ କରାଯାଇଥିଲା ।
ସୂଚନାଥାଉକି, ପାରଳାଖେମୁଣ୍ଡିର ୧୬ ଜଣ ପର୍ଯ୍ୟଟକ ଗତ ରବିବାର ରାୟଗଡା ସହରକୁ ଆସି ମଝିଘରିଆଣୀ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ଅପରାହ୍ନରେ ଝୁଲାପୋଲ ଦେଖିବାକୁ ଯାଇଥିଲେ । ସମସ୍ତେ ପୋଲ ଉପରେ କିଛି ସମୟ ବୁଲିବା ପରେ ପ୍ରଥମେ ଶ୍ରୀନୁ ତଳକୁ ଓହ୍ଲାଇଥିଲେ । ନଦୀର ଏକ ପଥର ଉପରେ ଠିଆ ହୋଇ ଗୋଡ ଧୋଇବା ସମୟରେ ତଳକ ଖସି ପଡିଥିଲେ । ବାପା ଖସିଯିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ପୁଅ ଜିତେନ୍ଦ୍ର ତଳକୁ ଦୌଡିଥିଲେ । ଉଦ୍ଧାର ସମୟରେ ସେ ମଧ୍ୟ ନଦୀ ଗର୍ଭକୁ ଖସିଯାଇଥିଲେ । ଉଭୟ ଖସିଯିବା ପରେ ଅନ୍ୟମାନେ ଚି+ାର କରିଥିଲେ । ଏହା ଦେଖି ପାଖରେ ଗାଧୋଉଥିବା କିଛି ଯୁବକ ପହଞ୍ଚି ଦମକଳ କେନ୍ଦ୍ରକୁ ସୂଚନା ଦେଇଥିଲେ । ସୂଚନା ପାଇ ବିଭାଗୀୟ କର୍ମଚାରୀ ପହଞ୍ଚି ଖୋଜାଖୋଜି କରିଥିଲେ । ସେଦିନ ଅନ୍ଧାର ହୋଇଯିବାରୁ ନିଖୋଜ ଦୁଇଜଣଙ୍କ ପତ୍ତା ମିଲିନଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons