ନିର୍ବାହୀ ଯନ୍ତ୍ରୀଙ୍କୁ ବ୍ୟାଙ୍କରେ ମାଡ଼ି ବସିଲା ଭିଜିଲାନ୍ସ

Get real time updates directly on you device, subscribe now.

ମାଲକାନଗିରି,(ବି.ବି.ନୁ୍ୟଜ): ଭିଜିଲାନ୍ସ ଜାଲରେ ପଡିଛନ୍ତି ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ର ନିର୍ବାହୀ ଯନ୍ତ୍ରୀ ଆଶିଷ କୁମାର ଦାଶ । ବ୍ୟାଙ୍କରେ ୧୦ଲକ୍ଷ ଟଙ୍କା ଜମା କରୁଥିବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛନ୍ତି । ଟଙ୍କା ଜବତ କରାଯାଇଛି । ଏଥିସହ ଏକାସାଙ୍ଗରେ ମାଲକାନଗିରିସ୍ଥିତ ତାଙ୍କ ବାସଭବନ, କାର୍ଯ୍ୟାଳୟ, ଯାଜପୁରରେ ଥିବା ତାଙ୍କ ପୈତୃକ ଗୃହ ଉପରେ ଚଢଉ କରାଯାଇ ଯାଞ୍ଚ ହୋଇଛି । ତାଙ୍କୁ ଗିରଫ କରାଯାଇଛି । ଜବତ ଟଙ୍କା ଚଳିତ ମାର୍ଚ୍ଚରେ ହୋଇଥିବା କାମ ବିଲ୍ର ପିସି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।
ଶ୍ରୀ ଦାଶ ଶୁକ୍ରବାର ଜିଲ୍ଲା ପୁଲିସ କାର୍ଯ୍ୟାଳୟ ନିକଟରେ ଥିବା ଡିସିବି ବ୍ୟାଙ୍କକୁ ୧୦ଲକ୍ଷ ଟଙ୍କା ଜମା କରିବାକୁ ଯାଇଥିଲେ । ସୂଚନା ପାଇ ମାଲକାନଗିରି ଭିଜିଲାନ୍ସ ଟିମ୍ ବ୍ୟାଙ୍କରେ ଚଢ଼ଉ କରିଥିଲା । ଏତେ ଟଙ୍କା କେଉଁଠୁ ଆଣିଲେ ଓ କାହା ନିକଟକୁ ପଠାଉଛନ୍ତି ବୋଲି ଟିମ୍ ଶ୍ରୀ ଦାଶଙ୍କୁ ପଚାରିଥିଲେ । ସେ ଏହାର ଠିକ୍ ଉତ୍ତର ଦେଇପାରି ନଥିଲେ । ଭିଜିଲାନ୍ସ ବିଭାଗ ତାଙ୍କଠାରୁ ଟଙ୍କା ଜବତ କରିବା ସହ ଗିରଫ କରିଥିଲା । ପରେ ତାଙ୍କୁ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିଥିଲା । ଏହା ପୂର୍ବରୁ ମଧ୍ୟ ଏହି ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ର ୨ଜଣ ନିର୍ବାହୀ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡିଥିଲେ । କିଛିଦିନ ତଳେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons