ପାଣି ପାଇଁ ରାସ୍ତାରୋକ, ବଜାର ବନ୍ଦ

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ): ପାଣି ପାଇଁ ଦୋକାନ ବଜାର ଓ ଗାଡ଼ି ଚଳାଚଳ ବନ୍ଦ । ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ମହିଳାମାନଙ୍କ ଦ୍ୱାରା ହାଣ୍ଡି, ମାଠିଆ ରଖାଯାଇ ରାସ୍ତାରୋକ । ଏମିତିକି କନିÂ ଯନ୍ତ୍ରୀ, ଏସ୍ଡିଓ ଏବଂ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଦୋକାନୀ ସଂଘ ଗୃହ ମଧ୍ୟରେ ତାଲା ପକାଇ ଦିଆଗଲା । ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ସଦର ମହକୁମାରେ । ଆସନ୍ତା ୧୫ ତାରିଖ ମଧ୍ୟରେ ପାଣି ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗୀୟ ଅଧିକାରୀମାନେ ବୈଠକ କରି ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନରୁ ଓହରିଛନ୍ତି ଲୋକେ । ଦାବି ପୂରଣ ନହେଲେ ପୁନର୍ବାର ଆନେ୍ଦାଳନ କରାଯାଇ ବ୍ଲକ୍ କାର୍ଯ୍ୟାଳୟକୁ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ଆନେ୍ଦାଳନକାରୀ ।
ବ୍ଲକ୍ ସଦର ମହକୁମାରେ ବର୍ଷ ବର୍ଷ ଧରି ଲାଗି ରହିଛି ପାଣି ସମସ୍ୟା । ଏହାର ପ୍ରତିକାର କରାଯାଉ ନଥିବାରୁ ଗତ ମାର୍ଚ୍ଚ ୨୮ ତାରିଖରେ ବ୍ଲକ୍ ସଦର ମହକୁମାରେ ରାସ୍ତା ଅବରୋଧ କରିବାକୁ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀମାନଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ଲୋକେ । ଏ ନେଇ ଗତ ମାର୍ଚ୍ଚ ୨୪ ତାରିଖରେ ବିଡିଓ ଡମ୍ବରୁଧର ମଲ୍ଲିକ ବ୍ଲକ୍ ସଭାଗୃହରେ ଏକ ବୈଠକ ଡାକିଥିଲେ । ତହସିଲଦାର ଏବଂ ବିଭାଗୀୟ ଏସ୍ଡିଓଙ୍କ ଉପସ୍ଥିତିରେ ଆଲୋଚନା କରି ମାର୍ଚ୍ଚ ୩୦ ତାରିଖ ମଧ୍ୟରେ ପାନୀୟ ଜଳ ସମସ୍ୟାର ସମାଧାନ କରିବାକୁ ମିଳିଥିଲା ପ୍ରତିଶ୍ରୁତି । ପରିତାପର ବିଷୟ, ଏପ୍ରିଲ୍ ୧୧ ତାରିଖ ପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଗଲାନି । ପ୍ରତିବାଦରେ ଲୋକେ ପୁଣିଥରେ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇ ଆଜି ରାସ୍ତାକୁ ଓହ୍ଲାଇଥିଲେ । ଆଞ୍ଚଳିକ ବିକାଶ କମିଟିର ସମସ୍ତ ସଦସ୍ୟ ଏବଂ ଗାଁ ଲୋକେ ସକାଳ ୬ଟାରେ ଶୋଭାଯାତ୍ରା କରି ରାସ୍ତା ଅବରୋଧ କରିଥିଲେ । ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିଲେ ବିଭାଗୀୟ କନିÂ ଯନ୍ତ୍ରୀ, ଏସ୍ଡିଓ, ଅଧୀକ୍ଷଣ ଯନ୍ତ୍ରୀ ଏବଂ ବିଡିଓ ଡମ୍ବରୁଧର ମଲ୍ଲିକ । ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଉତ୍ତ୍ୟକ୍ତ ଯୁବକମାନେ ଦୋକାନୀ ସଂଘ ଗୃହ ମଧ୍ୟରେ ଏହି ଅଧିକାରୀମାନଙ୍କୁ କିଛି ସମୟ ପାଇଁ ତାଲା ପକାଇ ରଖିଥିଲେ । ପରେ ପରେ ଦୁଇ ଜିଲ୍ଲା ପରିଷଦ ସଦସ୍ୟ, ବିକାଶ କମିଟିର ସଦସ୍ୟଙ୍କ ସହ ଆଲୋଚନା କରି ଆସନ୍ତା ୧୫ ତାରିଖ ମଧ୍ୟରେ ପାନୀୟ ଜଳ ଯୋଗାଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଅଧିକାରୀମାନେ । ସେତିକିରେ କଥା ସରିନଥିଲା । ବ୍ଲକ୍ ସଭାଗୃହରେ ବିଡିଓଙ୍କ ତତ୍ତ୍ୱାବଧାନରେ ବୈଠକ ବସି ପାନୀୟ ଜଳଯୋଗାଣର ମ୍ୟାପ୍ ପ୍ରସ୍ତୁତ କରାଯାଇଥିଲା । ବ୍ଲକ୍ବାସୀ କିପରି ପାଣି ପାଇବେ ସେ ଉପରେ ଆଲୋଚନା କରାଯାଇଥିଲା । ପାଣି ପାଇବା ଲାଗି ପୁନର୍ବାର ପଞ୍ଜୀକରଣ ସହ ପ୍ରତି ମାସରେ ଜଳକର ପୈଠ ଉପରେ ଗୁରୁତ୍ୱ ଦିଆଯାଇଥିଲା । ପ୍ରଶାସନର ପ୍ରତିଶ୍ରୁତି ପରେ ଆନେ୍ଦାଳନରୁ ଓହରିଥିଲେ ଲୋକେ ।
ସୂଚନାଥାଉକି, ଆଜିର ବନ୍ଦ ଓ ରାସ୍ତାରୋକରେ ବ୍ଲକ୍ର ଶତାଧିକ ମହିଳା ଓ ଯୁବକ ସାମିଲ ହୋଇଥିଲେ । ଆନେ୍ଦାଳନ ସମୟରେ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ପଠାଯାଇଥିଲା । ଏଠାରେ ଉଲ୍ଲେଖଥାଉକି, ଗତବର୍ଷ ଏପି୍ରଲ୍ ୨୮ ତାରିଖରେ ବ୍ଲକ୍ବାସୀ ଅନୁରୂପ ଭାବେ ପାଣି ପାଇଁ ଆନେ୍ଦାଳନ କରିଥିଲେ । ରାସ୍ତାରୋକ ବେଳେ ବିଡିଓ ଏବଂ ବିଭାଗୀୟ କନିÂ ଯନ୍ତ୍ରୀ ପହଞ୍ଚି ୮ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ବିଡମ୍ବନା, ଏ ଭିତରେ ବର୍ଷେ ବିତିଯାଇଥିଲେ ହେଁ ଅବସ୍ଥା ଯେଉଁ ତିମିରେ କୁ ସେହି ତିମିରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons