ପାଣି ସମସ୍ୟା, ଆନେ୍ଦାଳନ ଚେତାବନୀ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବାଲିଆ ପଞ୍ଚାୟତ ନୀଲାଗୁଡାରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ହାଣ୍ଡିଏ ପାଣିପାଇଁ ମହିଳାଙ୍କୁ ଘଣ୍ଟାଘଣ୍ଟା ଧରି ନଳକୂଅ ନିକଟରେ ଠିଆ ହେବାକୁ ପଡୁଛି । ଅନେକ ସମୟରେ ପାଣି ପାଇଁ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ମଧ୍ୟ ହେଉଛି । ତୁରନ୍ତ ଏହାର ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି । ନଚେତ୍ ଆଗାମୀ ଦିନରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆନେ୍ଦାଳନ କରି ଧାରଣା ଦେବାକୁ ଲୋକେ ଚେତାବନୀ ଦେଇଛନ୍ତି ।
ଲୋକେ କହିଛନ୍ତି, ପାଣି ସମସ୍ୟା ନେଇ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଡିଓଙ୍କୁ ଅବଗତ କରାଯାଇଛି । କିନ୍ତୁ ଏ ଦିଗରେ କିଛି ପଦକ୍ଷେପ ନିଆଯାଉନି । ତ୍ୱରିତ ପଦକ୍ଷେପ ନିଆ ନଗଲେ ଆନେ୍ଦାଳନ କରାଯିବ ବୋଲି ଗାଁର ୱାର୍ଡସଭ୍ୟ ନକୁଳ ହିଆଲ, ସମିତିସଭ୍ୟ ମକରଧ୍ୱଜ ହରିଜନ, ହୀରାମଣି ବାଗ୍, ଘାସିନ ହରିଜନ, ସରସ୍ୱତୀ ବୈଶାଂ, ଚନ୍ଦ୍ର ବାଗ୍, ଗୌରୀ ନାୟକ, ଦୂତି ହରିଜନ, ରିନା ନାଗ, ଈଶ୍ୱର ବାଗ୍, ପୁରୁଷୋତ୍ତମ ନାୟକ, ପୀତାମ୍ବର ନାଗ କହିଛନ୍ତି ଚେତାବନୀ ଦେଇଛନ୍ତି ।
ଏହି ଗାଁରେ ୪ଟି ସାହି ରହିଛି । ୧୨୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ଗାଁରେ ୩ଟି ନଳକୂଅ ଓ ଗୋଟିଏ ସୋଲାର ସିଷ୍ଟମ ପାଣି ଯୋଗାଣ ପ୍ରକଳ୍ପ ରହିଛି । ଗୋଟିଏ ନଳକୂଅରୁ ଲୁହାଗୁଣ୍ଡ ମିଶା ପାଣି ବାହାରୁଛି । ଏହାର ପାଣ ବ୍ୟବହାର ଉପଯୋଗୀ ହେଉନି । ଅନ୍ୟ ଦୁଇଟି ନଳକୂଅରୁ ଠିକ୍ ପାଣି ବାହାରୁନି । ଅଧଘଣ୍ଟାରେ ହାଣ୍ଡିଏ ପାଣି ବାହାରୁଛି । ସୋଲାର ପ୍ରକଳ୍ପ ଉପରେ ସମସ୍ତେ ନିର୍ଭର କରୁଛନ୍ତି । ଖରା ହେଲେ ଏଥିରୁ ପାଣି ଆସୁଛି । କିନ୍ତୁ ସଂଗ୍ରହ କରିବା ଲୋକଙ୍କ ପାଇଁ କଷ୍ଟକର ହେଉଛି । ସକାଳୁ ମହିଳାମାନେ ଘରର ଅନ୍ୟ କାମଧନ୍ଦା ଛାଡି ପାଣି ପାଇଁ ଲାଇନ୍ରେ ଠିଆ ହେଉଛନ୍ତି । ଜଣଙ୍କ ପରେ ଜଣେ ପାଣି ନେଉଛନ୍ତି । ସ୍ରୋତ ଅଧିକ ରହୁ ନଥିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି । ତିନିଘଣ୍ଟା ଲଗାତର ପାଣି ଆସିଲେ ଆଉ ଆସୁନି । ସନ୍ଧ୍ୟା ପରେ ପାଣି ଉଠୁନି । ଅବସ୍ଥା ଏପରି ହୋଇଛି ଦିନବେଳା ଲୋକ ପାଣି ସଂଗ୍ରହ କରିବାକୁ କୁଲି କାମ କରିବାକୁ ଯାଇପାରୁ ନାହାନ୍ତି । ପାଣି ପାଇଁ ଗାଁରେ ଅନ୍ୟ ବିକଳ୍ପ ନାହିଁ । ଆଖପାଖରେ କୌଣସି କେନାଲ ଅବା ପୋଖରୀ ନାହିଁ । ଶୌଚରୁ ଆରମ୍ଭ କରି ଗାଧୋଇବା ଓ ରୋଷେଇ ପାଇଁ ଲୋକଙ୍କୁ ସୋଲାର ପ୍ରକଳ୍ପ ଉପରେ ନିର୍ଭର କରିବାକୁ ପଡୁଛି । ଏପରିସ୍ଥଳେ, ତୁରନ୍ତ ସମସ୍ୟା ଦୂର କରିବା ସହ ଗାଁରେ ନଳକୂଅ ଖୋଳିବାକୁ ଲୋକେ ଦାବି କରିଛନ୍ତି । ତ୍ୱରିତ ପଦକ୍ଷେପ ନିଆଯାଇ ପାଣି ସମସ୍ୟା ଦୂର କରାଯିବ ବୋଲି ବିଡିଓ ସୁରଜକୁମାର ପଟ୍ଟନାୟକ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons