ପାରାଦୀପରେ ତିଆରି ହେବ ଜାହାଜ

Get real time updates directly on you device, subscribe now.

ପାରାଦୀପ,(ବି.ବି.ନୁ୍ୟଜ): ପାରାଦୀପରେ ନିର୍ମାଣ ହେବ ଜାହାଜ । ପ୍ରଥମ ପର୍ଯ୍ୟାୟରେ ଏକ ପାଇଲଟ୍ ଜାହାଜ ନିର୍ମାଣର ଆଜି ଶୁଭାରମ୍ଭ କରିଛନ୍ତି ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ୍ ହାରନାଦ୍ । ଏହି ଅବସରରେ ବନ୍ଦର ସ୍ଲିପ୍ ୱେରେ ଏକ ପାଇଲଟ୍ ଜାହାଜର କିଲ୍ ଲେଇଂ କାର୍ଯ୍ୟକ୍ରମ ଅନୁÂିତ ହୋଇଯାଇଛି । ସାଧବ ସିପିଂ ଅଫ୍ସୋର୍ ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଟେଣ୍ଡର ମାଧ୍ୟମରେ ଏହି ଜାହାଜ ନିର୍ମାଣ କାମ ହାତକୁ ନେଇଛି । ୩୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ସ୍ଲିପ୍ ୱେରେ କେବଳ ଛୋଟ ଛୋଟ ଲଞ୍ଚ୍ର ମରାମତି ହେଉଥିଲା । ମାତ୍ର ଲଞ୍ଚ୍ ମରାମତି ଛଡ଼ା ସାଧବ ସିପିଂ କମ୍ପାନି ଏବେଠୁ ଜାହାଜ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛି । ଅଭିଜ୍ଞ ବିଶେଷଜ୍ଞଙ୍କୁ ନେଇ କମ୍ପାନି ବିଶ୍ୱ ସ୍ତରୀୟ ଜାହାଜ ନିର୍ମାଣ କରିବାକୁ ଯୋଜନା ରଖିଛି ।
ଓଡ଼ିଶାରେ ସାମୁଦ୍ରିକ ପରମ୍ପରା ବହୁ ପୁରାତନ ହୋଇଥିବା ବେଳେ ଜାହାଜ ନିର୍ମାଣ ଓ ମରାମତି କାମର ଆରମ୍ଭ ଓଡ଼ିଶାକୁ ଏକ ନୂଆ ପରିଚୟ ଦେବ । କେବଳ ସେତିକି ନୁହେଁ, ଏଥିସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କମ୍ପାନିର ନିଦେ୍ର୍ଧଶକ ଦେବାହୁତି ଚୌଧୁରୀ କହିଛନ୍ତି । ଗୋଟିଏ ପାଇଲଟ୍ ଜାହାଜର ଲମ୍ବ ୨୦ରୁ ୩୦ ମିଟର ମଧ୍ୟରେ ହେବ । ଏଥିରେ ୧୨ଶହରୁ ୧୮ଶହ ହର୍ସପାୱାର ଇଞ୍ଜିନ ଲାଗିବ । ସେହିପରି ଶୀତତାପ କୋଠରି ରହିବ । ଏହାର ନିର୍ମାଣ ଖର୍ଚ୍ଚ ୩ରୁ ୬ କୋଟି ଟଙ୍କା ମଧ୍ୟରେ ରହିବ ବୋଲି ଜଣାପଡ଼ିଛି । ଆଗକୁ ଗ୍ରାହକଙ୍କ ଚାହିଦା ଅନୁସାରେ ବଡ଼ ବଡ଼ ଜାହାଜର ନିର୍ମାଣ ଲାଗି ପଦକ୍ଷେପ ନିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।
ସୂଚନା ଥାଉ କି ବଡ଼ ବଡ଼ ଜାହାଜକୁ କୂଳକୁ ଆଣିବାରେ ଏଇ ପାଇଲଟ୍ ଜାହାଜ ସହାୟତା କରିଥାଏ । କାରଣ ବଡ଼ ଜାହାଜ ଗୁଡ଼ିକର ଇଞ୍ଜିନ୍ ଅଧିକ କ୍ଷମତାଯୁକ୍ତ ହୋଇଥିବାରୁ ପୋର୍ଟରେ ପଶିବା ବେଳେ ଅଘଟଣ ଘଟିବାର ଆଶଙ୍କା ରହିଥାଏ । ଏହାକୁ ପ୍ରତିହତ କରିବାରେ ପାଇଲଟ୍ ଜାହାଜର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons