ପୁଟିନ ଝିଅଙ୍କ ବିରୋଧରେ ୟୁରୋପୀୟ ସଂଘର କଟକଣା

Get real time updates directly on you device, subscribe now.

କିଏଭ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ୨ ଝିଅ ମ୍ୟାରିଆ ଭୋରୋନଟସୋଭା ଏବଂ କ୍ୟାଟେରିନା ତିଖୋନୋଭାଙ୍କ ବିରୋଧରେ ୟୁରୋପୀୟ ସଂଘ କଟକଣା ଲଗାଇଛି । ରୁଷର ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ଝିଅ ସେର୍ଗେୟେନେଭାଙ୍କ ବିରୋଧରେ ମଧ୍ୟ ୟୁରୋପୀୟ ସଂଘ କଟକଣା ଲଗାଇଛି । ସେମାନଙ୍କର ସମ୍ପତ୍ତି ଅଚଳ କରିବା ସହ ଯାତ୍ରା କଟକଣା ମଧ୍ୟ ଲଗାଯାଇଛି । ଏମାନେ ପରୋକ୍ଷରେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ସମର୍ଥନ କରୁଥିବାରୁ ସେମାନଙ୍କ ବିରୋଧରେ ଏଭଳି କଟକଣା ଲଗାଯାଇଥିବା କୁହାଯାଇଛି । ଏହି କଟକଣା ଦ୍ୱାରା ରୁଷର ଅର୍ଥନୀତି ଉପରେ ମଧ୍ୟ ବ୍ୟାପକ ପ୍ରଭାବ ପଡ଼ିବ ବୋଲି କୁହାଯାଇଛି । ୨ ଦିନ ପୂର୍ବରୁ ଆମେରିକା ମଧ୍ୟ ପୁଟିନଙ୍କ ୨ ଝିଅ ଏବଂ ସର୍ଗେଇ ଲାଭରୋଭଙ୍କ ଝିଅଙ୍କ ବିରୋଧରେ କଟକଣା ଲଗାଇଥିଲା । ପୁଟିନଙ୍କର ଅଧିକାଂଶ ସମ୍ପତ୍ତି ତାଙ୍କର ଝିଅଙ୍କ ନାଁରେ ଥିବାରୁ ଏହି କଟକଣା ଦ୍ୱାରା ପୁଟିନ ମଧ୍ୟ ବ୍ୟକ୍ତିଗତ ଭାବେ ପ୍ରଭାବିତ ହେବେ ।
ଅନ୍ୟପକ୍ଷରେ ରୁଷରୁ ଆସୁଥିବା ଜାହଜଗୁଡ଼ିକ ୟୁରୋପୀୟ ସଂଘ ଅଧୀନରେ ଥିବା ବନ୍ଦରରେ ଅଟକି ପାରିବନି ବୋଲି ମଧ୍ୟ ଘୋଷଣା ହୋଇଛି । ୟୁରୋପୀୟ ସଂଘ ରୁଷରୁ କୋଇଲା ଆମଦାନି ଓ ଅସ୍ତ୍ରଶସ୍ତ୍ର ଆମଦାନି ଉପରେ ମଧ୍ୟ କଟକଣା ଲଗାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons