ପୁଣି ଡରାଇଲା କରୋନା

Get real time updates directly on you device, subscribe now.

ମୁମ୍ବାଇ: ଭାରତରେ କରୋନା ମହାମାରୀର ପ୍ରକୋପ ଧୀରେ ଧୀରେ କମିଆସୁଥିବା ବେଳେ ନୂଆ ଭାରିଆଣ୍ଟ ‘ଏକ୍ସଇ’ ପୁଣି ଡରାଇଛି । ବୁଧବାର ମୁମ୍ବାଇରୁ ଏକ୍ସଇ ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁର ଯେତେ ଭାରିଆଣ୍ଟ ଚିହ୍ନଟ ହେଲାଣି, ଏକ୍ସଇ ସବୁଠାରୁ ଅଧିକ ସଂକ୍ରାମକ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁ୍ୟଏଚ୍ଓ) କହିଛି । ଏଭଳି ଭୟ ମଧ୍ୟରେ ଆଜି ଭାରତରେ ଦୈନିକ କରୋନା ମାମଲା ହଜାରେ ଅତିକ୍ରମ କରିଛି ।
ବିଶେଷଜ୍ଞଙ୍କ ମୁତାବକ, ‘ଏକ୍ସଇ’ ଏକ ହାଇବ୍ରିଡ୍ ଭାରିଆଣ୍ଟ । ଓମାଇକ୍ରନର ସବ୍ଭାରିଆଣ୍ଟ ‘ବିଏ-୧’ ଏବଂ ‘ବିଏ-୨’ର ସମ୍ମିଶ୍ରଣରେ ଏହାର ସୃଷ୍ଟି । ଭାରତରେ ତୃତୀୟ କରୋନା ଲହରର କାରଣ ସାଜିଥିବା ଓମାଇକ୍ରନର ବିଏ.୨ ଭାରିଆଣ୍ଟ ତୁଳନାରେ ଏକ୍ସଇ ଭାରିଆଣ୍ଟ ୧୦ଧ ଅଧିକ ସଂକ୍ରାମକ ହୋଇଥିବା ଡବ୍ଲୁ୍ୟଏଚ୍ଓ ଏହାର ରିପୋର୍ଟରେ କହିଛି । ଓମାଇକ୍ରନର ମୂଳ ଭାରିଆଣ୍ଟ ତୁଳନାରେ ଏହା ୪୩ଧ ଅଧିକ ବେଗରେ ବ୍ୟାପୁଛି ।
ମୁମ୍ବାଇରୁ ଚିହ୍ନଟ ହୋଇଥିବା ଏକ୍ସଇ ଭାରିଆଣ୍ଟ ସଂକ୍ରମିତ ମହିଳାଙ୍କ ବୟସ ୫୦ ବର୍ଷ । ତାଙ୍କଠାରେ କୌଣସି ଗୁରୁତର ଲକ୍ଷଣ ନାହିଁ । ସେ ପୂର୍ବରୁ କୌଣସି ରୋଗରେ ମଧ୍ୟ ପୀଡ଼ିତ ନଥିଲେ । ଉଭୟ ଡୋଜ୍ କୋଭିଡ ଟିକା ନେଇଥିଲେ । ଗତ ଫେବ୍ରୁଆରୀ ୧୦ରେ ସେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ । ଦକ୍ଷିଣ ଆଫ୍ରିକାରୁ ଫେରିବା ପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ନେଗେଟିଭ ଆସିଥିଲା । ମାର୍ଚ୍ଚ ୨ରେ ସେ ନିଜର ରେଗୁଲାର ଚେକ୍ଅପ୍ ପାଇଁ ଡାକ୍ତରଖାନା ଯିବାରୁ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା । ପରେ ସେ ନିଜକୁ ଏକ ହୋଟେଲରେ ସଙ୍ଗରୋଧରେ ରଖିଥିଲେ । ଉକ୍ତ ନମୁନାର ଜେନୋମ୍ ସିକ୍ୱେନ୍ସିଂ କରାଯିବାରୁ ସେ ଏକ୍ସଇ ଭାରିଆଣ୍ଟରେ ସଂକ୍ରମିତ ଥିବା ଜଣାପଡ଼ିଛି ।
ମୁମ୍ବାଇରେ ମୋଟ ୨୩୦ଟି ପଜିଟିଭ ନମୁନା ଜେନୋମ୍ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା । ସେଥିମଧ୍ୟରୁ ୨୨୮ଟି ଓମାଇକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ଥିବା ବେଳେ ଜଣେ କପ୍ପା ଭାରିଆଣ୍ଟ ଏବଂ ଜଣେ ଏକ୍ସଇ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ଅଛନ୍ତି । ତେବେ ଜଣେ ହେଲେ ବି ରୋଗୀ ଗୁରୁତର ନାହାନ୍ତି କି ସେମାନଙ୍କୁ ଆଇସିୟୁ କିମ୍ବା ଅକ୍ସିଜେନ ଆବଶ୍ୟକ ପଡ଼ିନାହିଁ ।
ଜାନୁଆରୀ ୧୯ରେ ବି୍ରଟେନରେ ପ୍ରଥମେ ଏକ୍ସଇ ଭାରିଆଣ୍ଟ ଚିହ୍ନଟ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ମୋଟ ୬୩୭ ଜଣ ଏକ୍ସଇ ସଂକ୍ରମିତ ଚିହ୍ନଟ ହେଲେଣି । ତେବେ ଏହା ରୋଗୀଙ୍କୁ କେତେ ମାତ୍ରାରେ ଗୁରୁତର କରାଉଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏକ୍ସଇ ଭାରିଆଣ୍ଟ ବିରୋଧରେ ଟିକା କେତେ ଦୂର କାମ କରୁଛି, ସେନେଇ ମଧ୍ୟ ପର୍ଯ୍ୟାପ୍ତ ତଥ୍ୟ ମିଳିନାହିଁ ।
ଅନ୍ୟପକ୍ଷରେ ଭାରତରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ୧ ହଜାର ଅତିକ୍ରମ କରିଛି । ଗତ ୨ ଦିନ ହେବ ଦେଶରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ତଳେ ରହୁଥିଲା । ମଙ୍ଗଳବାର ୭୯୫ ନୂଆ ପଜିଟିଭ ମାମଲା ଚିହ୍ନଟ ହୋଇଥିଲା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ମୁତାବକ, ଗତ ୨୪ ଘଣ୍ଟାରେ ଦେଶରେ ୧୦୮୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଇତିମଧ୍ୟରେ ୧୧୯୮ ସଂକ୍ରମିତ ଆରୋଗ୍ୟଲାଭ କରିଥିବା ବେଳେ ୭୧ ଜଣଙ୍କର ମୃତୁ୍ୟ ହୋଇଛି ।
ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪,୩୦,୩୦,୯୨୫ ସଂକ୍ରମିତ ଚିହ୍ନଟ ହେଲେଣି । ଏମାନଙ୍କ ମଧ୍ୟରୁ ୪,୨୪,୯୭,୫୬୭ ଆରୋଗ୍ୟଲାଭ କରିଛନ୍ତି । ସମୁଦାୟ ୫,୨୧,୪୮୭ ସଂକ୍ରମିତଙ୍କର ମୃତୁ୍ୟ ହୋଇଛି । ଦିନକ ମଧ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧୮୩ ହ୍ରାସ ପାଇଛି । ଦେଶରେ ୧୧,୮୭୧ ଚିକିତ୍ସାଧୀନ କରୋନା ରୋଗୀ ଅଛନ୍ତି । ଯାହା ମୋଟ କରୋନା ସଂକ୍ରମିତଙ୍କର ୦.୦୩ଧ । ସୁସ୍ଥହାର ୯୮.୭୬ଧ ରହିଛି । ୨୪ ଘଣ୍ଟା ମଧ୍ୟରେ ୧୪.୨୩ ଲକ୍ଷରୁ ଅଧିକ କରୋନା ପ୍ରତିଷେଧକ ଟିକା ଦିଆଯାଇଛି । ମୋଟ ୧୮୫.୦୪ କୋଟିରୁ ଅଧିକ ଟିକା ଦିଆଗଲାଣି । ଦିନକରେ ୪.୮୧ ଲକ୍ଷ ନମୁନା ପରୀକ୍ଷା କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons