ପୁଣି ଡରାଇଲା ମହାମାରୀ

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ମହାମାରୀରୁ ଧିରେ ଧିରେ ମୁକୁଳି ଦେଶ ଆଗକୁ ବଢୁଥିବା ବେଳେ ପୁଣି ସଂକ୍ରମଣ ଡରାଇବା ଆରମ୍ଭ କରିଛି । ଏବେ ଦେଶରେ ସଂକ୍ରମଣ ଗ୍ରାଫ୍ ଉପର ମୁହାଁ ହେବାରେ ଲାଗିଛି । ଦୈନିକ ସଂକ୍ରମଣ ୯୦ଧ ବୃଦ୍ଧିପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୧୮୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବ ଦିନ ୧,୧୫୦ ନୂଆ ପଜିଟିଭ ମାମଲା ସାମ୍ନାକୁ ଆସିଥିଲା ।
ଜାନୁଆରୀରେ ଦେଶରେ ତୃତୀୟ କରୋନା ଲହର ଆରମ୍ଭ ହେବା ପରେ ଗତ ୧୧ ସପ୍ତାହ ହେବ ସଂକ୍ରମିତଙ୍କ ସଂଖ୍ୟା କମିଚାଲିଥିଲା । କିନ୍ତୁ ସପ୍ତାହକ ମଧ୍ୟରେ (୧୧ରୁ ୧୮ ଏପ୍ରିଲ) କରୋନା ମାମଲା ପାଖାପାଖି ୩୫ଧ ବଢ଼ିଛି । ଗତ ସପ୍ତାହରେ ଦେଶରେ ମୋଟ ୬,୬୧୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ତା’ ପୂର୍ବ ସପ୍ତାହରେ ମୋଟ ୪,୯୦୦ ରୋଗୀ ଚିହ୍ନଟ ହୋଇଥିଲେ । ସଂକ୍ରମଣ ବଢୁଥିଲେ ମଧ୍ୟ ମୃତୁ୍ୟ ସଂଖ୍ୟା ନିୟନ୍ତ୍ରଣାଧୀନ ରହିଛି । ପୂର୍ବ ସପ୍ତାହରେ ମୋଟ ୫୪ ଜଣଙ୍କର କରୋନା ଯୋଗୁ ମୃତୁ୍ୟ ହୋଇଥିବା ବେଳେ ଗତ ସପ୍ତାହରେ ୨୭ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଶେଷଥର ପାଇଁ ଏତେ କମ୍ ସଂଖ୍ୟକ ସପ୍ତାହିକ ମୃତୁ୍ୟ ୨୦୨୦ ମସିହା ମାର୍ଚ୍ଚ ୨୩ରୁ ୨୯ ମଧ୍ୟରେ ହୋଇଥିଲା ।
ରାଜଧାନୀ ଦିଲ୍ଲୀ ସଂକ୍ରମଣର କେନ୍ଦ୍ର ପାଲଟିଛି । ଏଠାରେ ଗତ ସପ୍ତାହ ମଧ୍ୟରେ ସର୍ବାଧିକ ୨,୩୦୭ ରୋଗୀ ଚିହ୍ନଟ ହୋଇଛନ୍ତି । ପୂର୍ବ ସପ୍ତାହରେ ଦିଲ୍ଲୀରେ ୧,୦୦୦ରୁ କମ୍ ରୋଗୀ ମିଳିଥିଲେ । ମାତ୍ର ୭ ଦିନ ମଧ୍ୟରେ ଦିଲ୍ଲୀରେ ସଂକ୍ରମଣ ପାଖାପାଖି ୧୪୫ଧ ବୃଦ୍ଧି ଘଟିଛି । ଦେଶରେ ଦୈନିକ କରୋନା ସଂକ୍ରମଣର ଏକ-ଚତୁର୍ଥାଂଶ ଦିଲ୍ଲୀରୁ ରହିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀର ସ୍କୁଲଗୁଡ଼ିକରେ କିଛି ଦିନ ପାଇଁ ଛୁଟି ଘୋଷଣା କରାଯାଇଛି । ହରିଆଣା ଏବଂ ଉତ୍ତରପ୍ରଦେଶରେ ମଧ୍ୟ ଚିନ୍ତାଜନକ ଭାବେ ସଂକ୍ରମଣ ବୃଦ୍ଧି ପାଉଛି । ସପ୍ତାହକ ମଧ୍ୟରେ ହରିଆଣାରେ ସଂକ୍ରମଣ ୧୧୮ଧ ବୃଦ୍ଧି ପାଇଥିବା ବେଳେ ଉତ୍ତରପ୍ରଦେଶରେ ସଂକ୍ରମଣ ୧୪୧ଧ ବୃଦ୍ଧି ପାଇଛି । ଉଭୟ ରାଜ୍ୟରେ ନୋଏଡା, ଗୁରୁଗ୍ରାମ ଏବଂ ଗାଜିଆବାଦ ଭଳି ଦିଲ୍ଲୀ ସୀମାବର୍ତ୍ତୀ ଜିଲ୍ଲାମାନଙ୍କରେ ସଂକ୍ରମଣ ବୃଦ୍ଧି ପାଇଛି । ସଂକ୍ରମଣର ମୁକାବିଲା ପାଇଁ ୟୁପି ସରକାର ୭ ଜିଲ୍ଲାରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି । ଗୌତମବୁଦ୍ଧନଗର, ଗାଜିଆବାଦ, ହାପୁଡ଼, ମିରଟ, ବୁଲନ୍ଦସହର, ବାଗପତ ଏବଂ ଲକ୍ଷେ୍ନø ଆଦି ଜିଲ୍ଲାରେ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ୧,୯୮୫ ସଂକ୍ରମିତ ଆରୋଗ୍ୟଲାଭ କରିଥିବା ବେଳେ ୨୧୪ ଜଣଙ୍କର ମୃତୁ୍ୟ ହୋଇଛି । ବର୍ତ୍ତମାନସୁଦ୍ଧା ଦେଶବ୍ୟାପୀ ମୋଟ ୪,୩୦,୪୪,୨୮୦ କରୋନା ସଂକ୍ରମିତ ଚିହ୍ନଟ ହେଲେଣି । ଏମାନଙ୍କ ମଧ୍ୟରୁ ୪,୨୫,୧୦,୭୭୩ ଆରୋଗ୍ୟଲାଭ କରିଥିବା ବେଳେ ୫,୨୧,୯୬୫ ମୃତୁ୍ୟ ହୋଇଛି । ବର୍ତ୍ତମାନ ଦେଶବ୍ୟାପୀ ୧୧,୫୪୨ ଚିକିତ୍ସାଧୀନ କରୋନା ରୋଗୀ ଅଛନ୍ତି । ଯାହା ମୋଟ ସଂକ୍ରମିତଙ୍କର ୦.୦୩ଧ । ଆଜି ଗୋଟିଏ ଦିନରେ ୧୬.୫୨ ଲକ୍ଷରୁ ଅଧିକ ଡୋଜ୍ କରୋନା ପ୍ରତିଷେଧକ ଟିକା ଦିଆଯାଇଛି । ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୧୮୬.୬୨ କୋଟିରୁ ଅଧିକ ଡୋଜ୍ ଟିକା ଦିଆଗଲାଣି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons