ପୁରା ଜିଲ୍ଲାରେ ଇଣ୍ଟରନେଟ୍ ବନ୍ଦ

Get real time updates directly on you device, subscribe now.

ଯୋଡ଼ା,(ବି.ବି.ନୁ୍ୟଜ): କେନ୍ଦୁଝର ଜିଲ୍ଲା ଯୋଡ଼ା ସହର ଏବେ ବି ଅଶାନ୍ତ ରହିଛି । ସୋମବାର ଦଙ୍ଗା ହେବା ପରେ ଏଠାରେ ଶାନ୍ତ ପରିବେଶ ବିଗିଡ଼ି ଯାଇଛି । ପୂର୍ବରୁ ଜାରି କରାଯାଇଥିବା ୧୪୪ ଧାରାକୁ ବୁଧବାର ସକାଳ ୧୦ଟା ଯାଏଁ ବଢ଼ାଇ ଦିଆଯାଇଛି । ଅନ୍ୟପଟେ ସମଗ୍ର କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ଦଙ୍ଗାକୁ ଉସୁକାଇବା ଏବଂ ଆଇନଶୃଙ୍ଖଳା ପରିସ୍ଥିତିରେ ସୁଧାର ଆଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ ନିଆଯାଇଛି । ଇଣ୍ଟରନେଟ୍ ସେବା ବନ୍ଦ ଯୋଗୁଁ ଶିକ୍ଷା, ବ୍ୟବସାୟ ଓ ଅନ୍ୟ ପ୍ରତିÂାନଗୁଡ଼ିକରେ କାର୍ଯ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି ।
ସୋମବାର ଏକ ଝଣ୍ଡା(ପତାକା) ଶିବ ମନ୍ଦିରକୁ ଯାତ୍ରାବେଳେ ଦୁଇ ଗୋÂୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉଭୟ ଗୋÂୀ ପରସ୍ପରକୁ ପଥରମାଡ଼ କରିଥିବା ବେଳେ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା ହୋଇଥିଲା । ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ ପାଇଁ ଫାଙ୍କା ଗୁଳି ଚଳାଇବା ସହ ଲାଠିଚାଳନା କରିଥିଲା । ଏହାପରେ ଯୋଡ଼ାରେ ୧୪୪ ଧାରା ଜାରି କରାଯାଇଥିଲା । ମଙ୍ଗଳବାର ସକାଳ ୧୦ଟା ଯାଏଁ ଏହି କଟକଣା ଜାରି କରାଯାଇଥିଲା । ମାତ୍ର ସ୍ଥିତିରେ ସୁଧାର ଆସିବା ନେଇ ଆଶଙ୍କା ପ୍ରକାଶ ପାଇବା ପରେ ଯୋଡ଼ା ସହରରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଲକ୍ଷ୍ୟ କରି ଏହାକୁ ପୁନର୍ବାର ବୁଧବାର ଦିନ ୧୦ଟା ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।
ଏବେ ସହରର ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ପ୍ରଶାସନ ପକ୍ଷରୁ ବାରମ୍ବାର ଡାକବାଜି ଯନ୍ତ୍ର ସାହାଯ୍ୟରେ ଘରୁ ନ ବାହାରିବାକୁ ସଚେତନ କରାଯାଇଛି । କୌଣସି ସ୍ଥାନରେ ଏକରୁ ଅଧିକ ଲୋକ ଏକତ୍ରିତ ନ ହେବା ପାଇଁ ତାଗିଦ୍ କରାଯାଇଛି । ସହର ଭିତରେ ସମସ୍ତ ଯାନବାହନ ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି । ସେହିପରି ବ୍ୟାଙ୍କ, ଶିକ୍ଷାନୁÂାନଗୁଡ଼ିକୁ ବନ୍ଦ ରଖାଯାଇଛି । ପୂରା ସହର ଶୂନଶାନ ହୋଇପଡ଼ିଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ପ୍ରଶାସନ ପକ୍ଷରୁ ବିଚ୍ଛିନ୍ନ କରି ଦିଆଯାଇଛି । ମୋବାଇଲ୍ରେ ଯୋଗାଯୋଗ ସମ୍ଭବ ହେଉଥିଲେ ମଧ୍ୟ ଅନ୍ୟ ନେଟ୍ୱାର୍କିଂ କାର୍ଯ୍ୟ ସମ୍ଭବ ହେଉ ନାହିଁ । କେବଳ ଇଣ୍ଟ୍ରା ସେବା ଦ୍ୱାରା ବ୍ୟାଙ୍କ କାର୍ଯ୍ୟ ସ୍ୱାଭାବିକ ରହିଛି ।
ମଙ୍ଗଳବାର ଅପରାହ୍ନରେ ଶାନ୍ତି କମିଟି ବୈଠକ ବସି ସନ୍ଧ୍ୟା ୫ଟାରୁ ଅଢେ଼ଇ ଘଣ୍ଟା କଟକଣା କୋହଳ କରାଯାଇଥିଲା । ଏହି ସମୟରେ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଥିଲା । ମାତ୍ର ଦୋକାନ ଖୋଲିବା ପାଇଁ ବ୍ୟବସାୟୀମାନେ ରାଜି ହୋଇ ନ ଥିଲେ । ଘଟଣାର ପୂରା ସମାଧାନ ହେବା ପରେ ଦୋକାନ ଖୋଲିବେ ବୋଲି କହିଥିଲେ ।
ରବିବାର ରାମନବମୀ ଦିନ ଏକ ଶିବ ମନ୍ଦିରକୁ ହନୁମାନଙ୍କ ପତାକା ନେବା ନେଇ ୨ ଗୋÂୀ ମଧ୍ୟରେ ବିବାଦ ହୋଇଥିଲା । ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ଏହି ପତାକା ବାଉଁଶକୁ ମୋଡ଼ି ଭାଙ୍ଗି ଦେବା ଫଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟ ଗୋÂୀ ପକ୍ଷରୁ ପଥରମାଡ଼, ପୋଡ଼ାଜଳା, ଗାଡ଼ି ଭଙ୍ଗାରୁଜା ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ଉଭୟ ପକ୍ଷର ଢେଲାମାଡ଼ରେ ଅନେକ କ୍ଷତାକ୍ତ ହୋଇଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା ପାଇଁ ପୁଲିସକୁ ଫାଙ୍କା ଗୁଳି ଏବଂ ପରେ ଲାଠିଚାଳନା କରିବାକୁ ପଡ଼ିଥିଲା ।
ଘଟଣାସ୍ଥଳରେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ, ଚମ୍ପୁଆ ଉପଜିଲ୍ଲାପାଳ, ବଡ଼ବିଲ ତହସିଲଦାର, ଯୋଡ଼ା ବିଡିଓ ପ୍ରମୁଖ ସ୍ଥିତି ନିୟନ୍ତ୍ରଣ କରିଥିଲେ । ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି । ୧୪ ପ୍ଲାଟୁନ ପୁଲିସ ବଳ ନିୟୋଜିତ କରାଯାଇଥିବା ସୂଚନା ମିଳିଛି । ହନୁମାନଜୀଙ୍କ ମନ୍ଦିର ଓ ବଜାର ମଧ୍ୟରେ ପୁଲିସ ତମ୍ବୁ ମାରି ଜଗି ରହିଛି । ମଙ୍ଗଳବାର ଶାନ୍ତିକମିଟି ବୈଠକ ବସିଥିବା ବେଳେ ବୁଧବାର ପୁଣି ଏହି ବୈଠକ ବସିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons