ପୁରୀରେ ସାଂସଦ ଅପରାଜିତା :ଦର୍ଶନ କଲେ, ଜବାବ ମାଗିଲେ

Get real time updates directly on you device, subscribe now.

ପୁରୀ,(ବି.ବି.ଆପ୍ର): ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବୁଧବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ମନ୍ଦିର ପ୍ରବେଶ ପୂର୍ବରୁ ସେ ସିଂହଦ୍ୱାର ସାମ୍ନାରେ ସାଷ୍ଟାଙ୍ଗ ମୁଦ୍ରାରେ ମହାପ୍ରଭୁଙ୍କୁ ପ୍ରଣାମ କରିଥିଲେ । ଦର୍ଶନ ସାରି ଫେରିବା ପରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମ ଆଗରେ ଅନେକ ପ୍ରଶ୍ନ ଉଠାଇଥିଲେ ।
ସାଂସଦ ପ୍ରଶ୍ନ କରିଥିଲେ ଶ୍ରୀମନ୍ଦିର ଚାରି ପଟେ କାହାର ପରାମର୍ଶରେ ବଡ଼ବଡ଼ ଗାତ ଖେଳାଯାଇଛି । ଆଇନର ପରିସର ମଧ୍ୟରେ ସବୁ କାମ ହେଉ । ପ୍ରକଳ୍ପକୁ ନେଇ ଗଠିତ ହାଉସ କମିଟି କାହିଁକି ଶ୍ରୀମନ୍ଦିର ପରିଦର୍ଶନ କରି ନାହିଁ? ଶ୍ରୀମନ୍ଦିର ସୌନ୍ଦର୍ଯୀକରଣ ନାମରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ଭେକ୍ଷଣ ସଂସ୍ଥା (ଏଏସଆଇ) ଅନୁମତି ନ ଦେଇ କାହିଁକି କାମ ହେଉଛି ? ଶ୍ରୀମନ୍ଦିର ଚାରି ପାଖରେ ଜେସିବି ଓ ଏକ୍ସାଭେଟର ଦ୍ୱାରା କାମ କରି ବିପଦ ସୃଷ୍ଟି କରାଯାଉନି ତ ? ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବୈଷୟିକ ବିଶେଷଜ୍ଞଙ୍କ ପରାମର୍ଶ ଦରକାର । ଗଜପତି ମହାରାଜାଙ୍କ ମତାମତ ନୁହେଁ ବୋଲି ସେ କହିଥିଲେ ।
ପୁରୀ ଗସ୍ତ ସମ୍ପର୍କରେ ସେ କହିଥିଲେ ଭୁବନେଶ୍ୱରରୁ ବାହାରିବା ଠାରୁ ପୁରୀରେ ପହଞ୍ଚିବା ପର୍ଯ୍ୟନ୍ତ ରାସ୍ତା ସାରା ତାଙ୍କୁ ପୁଲିସ ସୁରକ୍ଷା ରହିଥିଲା । ପ୍ରଶାସନ ମତେ ଗୋଟିଏ ଗାଡ଼ିରେ ଦୁଇ/ ଦିନି ଜଣଙ୍କୁ ଯିବାକୁ ଅନୁମତି ଦେଇଥିଲା । ଏଥିପାଇଁ ସେ କୃତଜ୍ଞତା ପ୍ରକାଶ କରିଥିଲେ ।
ସୂଚନାଯୋଗ୍ୟ, ସାଂସଦ ପୁରୀ ପହଞ୍ଚିବା ପରେ ମେଡିକାଲ ଛକରୁ ପଦଯାତ୍ରାରେ ସିଂହଦ୍ୱାର ଯାଇଥିଲେ । କେହି ବି ପଦଯାତ୍ରାକୁ ଅଟକାଇ ନଥିଲେ । ମହାପ୍ରଭୁଙ୍କ ଦର୍ଶନକୁ ସେ ବୁଧବାର ଦିନ ପୁରୀ ଯିବେ ବୋଲି ଜିଲ୍ଲା ପ୍ରଶାସନକୁ ମଙ୍ଗଳବାରଠାରୁ ଜଣାଇଥିଲେ । ତାଙ୍କର ଦର୍ଶନ ଗସ୍ତ କିନ୍ତୁ ମେଡିକାଲ ଛକରୁ ପଦଯାତ୍ରାରେ ପରିଣତ ହୋଇଥିଲା । ବଡ଼ଦାଣ୍ଡ କୃଷ୍ଣ ସିନେମା ଗଳି ଛକ ସମ୍ମଖରେ ଛାତ୍ର କଂଗ୍ରେସ ପକ୍ଷରୁ ପଦଯାତ୍ରାକୁ ବିରୋଧ କରାଯାଇଥିଲା । ସାଂସଦଙ୍କ ଶୋଭାଯାତ୍ରା ଉପରକୁ ଟମାଟୋ ମାଡ଼ କରିଥିଲା ଛାତ୍ର କଂଗ୍ରେସ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons