ପୌରାଧ୍ୟକ୍ଷାଙ୍କୁ ହତ୍ୟା ଧମକ, ଫାଙ୍କା ଗୁଳି ଚାଳନା

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ପୌରାଞ୍ଚଳରେ ନିର୍ବାଚନୀ ହିଂସା ଥମିବାର ନାଁ ନେଉନି । ଗତ ୨୪ ତାରିଖ ସନ୍ଧ୍ୟାରେ ଟାଉନ୍ ଥାନା ପରିସରରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ବୁଧବାର ରାତିରେ ପୁଣି ପୌରାଞ୍ଚଳରେ ହିଂସାକାଣ୍ଡ ଘଟିଛି । ନବନିର୍ବର୍ାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କୁ ହତ୍ୟା ଧମକ ଦିଆଯାଇଛି, ଭୟଭୀତ କରିବାକୁ ତାଙ୍କ ବାସଭବନ ସମ୍ମୁଖରେ ଫାଙ୍କା ଗୁଳିଚାଳନା କରାଯାଇଛି । ଏଥିସହ ୧୯ ନଂ ୱାର୍ଡର କାଉନସିଲର ଅନିତା ମଲ୍ଲିକଙ୍କ ବାପା ଆର୍ତ୍ତବନ୍ଧୁ ମଲ୍ଲିକ ଓ ଶୈଳେନ୍ଦ୍ର ନାରାୟଣ ସାହୁଙ୍କୁ ଆକ୍ରମଣ ହୋଇଛି । ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ପରେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ପୌରାଧ୍ୟକ୍ଷାଙ୍କ ବାସଭବନ ସମ୍ମୁଖରେ ତଦନ୍ତ କରିଛି । ଏହି ମାମଲାରେ ପୁଲିସ ବାଜିଚୌକ୍ ହାଉସିଂବୋଡର଼୍ କଲୋନୀର ସତ୍ୟବ୍ରତ ବେହେରା(୨୬) ଓ ଜୟଗୋପାଳ ସାହିର ସୋମନାଥ ସାହୁ(୨୨)କୁ ଗିରଫ କରିଛି । ଉଭୟ ବିଜେଡି ସମର୍ଥକ ବୋଲି କୁହାଯାଉଛି । ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ବିଜେପି କର୍ମକର୍ତ୍ତା ଏସ୍ପିଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ଦାବି କରିଛନ୍ତି ।
ଅଭିଯୋଗ ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ନବନିର୍ବାଚିତ ପୌରାଧ୍ୟକ୍ଷା ଶ୍ରୀମତୀ ପାତ୍ର ଓ ବିଜେପି କାଉନସିଲରମାନଙ୍କୁ ନେଇ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷ ହେବାପରେ ରାତି ୧୦ଟା ବେଳକୁ ଶ୍ରୀମତୀ ପାତ୍ର ଓ ତାଙ୍କ ସ୍ୱାମୀ ରାମଚନ୍ଦ୍ର ପାତ୍ର ଶିମିଳିଆ ସ୍ଥିତ ବାସଭବନକୁ ଫେରିଥିଲେ । ରାତି ପ୍ରାୟ ସାଢେ଼ ୧୦ଟା ସମୟରେ ବାଜିଚୌକ୍ ଅଞ୍ଚଳର ୫ ଜଣ ଯୁବକ ଦୁଇଟି ବାଇକ୍ରେ ଆସି ୧୯ ନମ୍ବର ୱାର୍ଡର କାଉନସିଲର ଅନିତା ମଲ୍ଲିକଙ୍କ ବାପା ଆର୍ତ୍ତବନ୍ଧୁ ମଲ୍ଲିକଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ । ତାଙ୍କୁ ମାଡ଼ ହେଉଥିବାର ଦେଖି ଶୈଳେନ୍ଦ୍ର ନାରାୟଣ ସାହୁ ଏହାର ପ୍ରତିବାଦ କରିବାରୁ ସେମାନେ ଶୈଳେନ୍ଦ୍ରଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ପରେ ସେଠାରୁ ଶିମିଳିଆ ସ୍ଥିତ ବାସଭବନକୁ ଯାଇ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରି ଶ୍ରୀମତୀ ପାତ୍ର ଓ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିବାକୁ ଧମକ୍ ଦେଇଥିଲେ । ଘର ବାହାରେ କିଏ ହୋହାଲ୍ଲା କରୁଛି ବୋଲି ଦେଖିବାକୁ ଶ୍ରୀମତୀ ପାତ୍ର ବାହାରକୁ ଆସିବାରୁ ତାଙ୍କୁ ଦେଖି ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଏକ ବନ୍ଧୁକ ବାହାର କରି ପାଞ୍ଚ ରାଉଣ୍ଡ ବ୍ଲାଙ୍କ୍ ଫାୟାରିଂ କରିଥିଲା । ଭୟଭୀତ ହୋଇି ଶ୍ରୀମତୀ ପାତ୍ର ଘର ଭିତରକୁ ପଳାଇ ଯାଇଥିଲେ । ଦୁର୍ବୃତ୍ତମାନେ ଶିମିଳିଆ ଅଞ୍ଚଳରେ ହୋହାଲ୍ଲା କରି ସ୍ପିଡ଼୍ ବାଇକ୍ରେ ଚକ୍କର କାଟିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ।
ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ସହ ପୁଲିସ ଘଟଣା ସ୍ଥଳକୁ ଯାଇ ଛାନ୍ଭିନ୍ କରିଥିଲା । ଏହି ଘଟଣା ସମ୍ପର୍କରେ ଶ୍ରୀମତୀ ପାତ୍ର ଓ ଶୈଳେନ୍ଦ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଯୋଗାଇ ଦେବାକୁ ଦାବି କରିଛନ୍ତି । ଢେଙ୍କାନାଳ ପୌର ନିର୍ବାଚନରେ ପରାଜିତ ହେବା ପରେ ଶାସକ ଦଳ ଇର୍ଷାପରାୟଣ ହୋଇ ହିଂସାକାଣ୍ଡକୁ ଆପଣାଇଛି ବୋଲି ବିଜେପି ନେତା ତଥା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ଅଭିଯୋଗ କରିଛନ୍ତି । ଶ୍ରୀ ପାତ୍ରଙ୍କ ନେତୃତ୍ୱରେ ୪୦ରୁ ଊଦ୍ଧ୍ୱର୍ ବିଜେପି କାର୍ଯ୍ୟକର୍ତ୍ତା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏଲ୍. ଦିବ୍ୟା ଭି. ଓ ଟାଉନ ଥାନା ଅଧିକାରୀ ରାଜେନ୍ଦ୍ର ମହାପାତ୍ରଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ନେବାକୁ ଦାବି କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଆର୍ମସ୍ ଆକ୍ଟରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି । ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଥାନାକୁ ଆଣି ପଚରାଉଚୁରା କରିବା ପରେ ଉକ୍ତ ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ଶାସକ ଦଳର ସମର୍ଥକ ବୋଲି କୁହାଯାଉଛି । ଘଟଣାର ତଦନ୍ତ ଚାଲିଛି । ଦୋଷୀ ଯିଏ ବି ହେଉନା କାହିଁକି, ତା ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଏସ୍ପି କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons