ପ୍ରାକୃତିକ ବିପର୍ୟ୍ୟୟ କମିଟି ବୈଠକ

Get real time updates directly on you device, subscribe now.

ବଲାଙ୍ଗୀର ରୁ ଗୁପ୍ତେଶ୍ୱର ପୃଷ୍ଟି : ଆଉ କମ୍ ଦିନ ମଧ୍ୟରେ ମୌସୁମୀ ଜଳବାୟୁ ଆସିବା ର ସମ୍ଭାବନା ରହିଛି। ବିଭିନ୍ନ ସ୍ଥାନରେ କାଳବୈଶାଖୀ ର ପ୍ରଭାବ ଦେଖିବାକୁ ମିଳିଛି । ତେବେ ମୌସୁମୀ ଜନିତ ସମ୍ଭାବ୍ୟ ବନ୍ୟା, ବାତ୍ୟା ର ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସଜାଗ ହୋଇଛି । ଏନେଇ ସ୍ଥାନୀୟ ଡିଆରଡିଏ କାର୍ୟ୍ୟଳୟ ର ସମ୍ମିଳନୀ କକ୍ଷ ଠାରେ ବିପର୍ୟ୍ୟୟ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମ କୁ ଜିଲ୍ଲାପାଳ ଚଞ୍ଚଳ ରାଣା ଅଧ୍ୟକ୍ଷତା କରିଥିଲେ । କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ଅନ୍ୟାନ୍ୟ ବିଧାୟକ ମାନଙ୍କ ପ୍ରତିନିଧି ମାନଙ୍କ ସହିତ ଜିଲ୍ଲା ପ୍ରଶାସନ , ପୁଲିସ ବିଭାଗ , ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଟିମ ର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକ୍ରମ ରେ ସମ୍ଭାବ୍ୟ ବାତ୍ୟା, ବନ୍ୟା ଜନିତ ପରିସ୍ଥିତି ର କିଭଳି ମୁକାବିଲା କରାଯିବ ସେ ବିଷୟରେ ଆଲୋଚନା ହୋଇଥିଲା। ବନ୍ୟା ସମୟରେ ସୁରକ୍ଷିତ ସ୍ଥାନ ଚିହ୍ନଟ କରି ସେଠାରେ ପୂର୍ବ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ । ବଢ଼ି ପାଣି ଆସିଲେ ଲୋକଙ୍କୁ କିଭଳି ଉଦ୍ଧାର କରି ଥଇଥାନ କରାଯାଇପାରିବ ସେ ବିଷୟରେ ଅଗ୍ନିଶମ ବିଭାଗ ଓ ଓଡ୍ରଫ ଟିମ ସହିତ ଆଲୋଚନା ହୋଇଥିଲା । ବିଗତ ଦିନରେ ବଲାଙ୍ଗିର ସହରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେଥିପାଇଁ ଚଳିତ ବର୍ଷ ସମୟ ଆରମ୍ଭରୁ ଡ୍ରେନ କାମ ସଫେଇ କରାଯିବ ପାଇଁ ପୌରାଧ୍ୟକ୍ଷା ଲିକା ସାହୁ କହିଥିଲେ। ପୋତି ହୋଇଥିବା ଡ୍ରେନ ଗୁଡ଼ିକର ପୁନଃ ଉଦ୍ଧାର କରାଯିବା ସହ ସହରର ତଳି ଅଞ୍ଚଳ ପ୍ରତି ବିଶେଷ ଧ୍ୟାନ ଦେବାକୁ ସେ ଅନୁରୋଧ କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକ , ତହସିଲ ଓ ଜରୁରୀକାଳୀନ ସେବା ଯୋଗାଉଥିବା କାର୍ୟ୍ୟଳୟ ମାନଙ୍କ ୨୪ ଘଣ୍ଟିଆ ହେଲ୍ପ ଲାଇନ ନମ୍ବର ଜାରି କରିବା ପାଇଁ କୁହା ଯାଇଥିଲା । ବିପର୍ୟ୍ୟୟ ପରିଚାଳନା ପାଇଁ ବିଭିନ୍ନ ବିଭାଗ କିଭଳି ଭାବେ ପ୍ରସ୍ତୁତ ଅଛନ୍ତି ସେନେଇ ଅଧିକାରୀ ମାନଙ୍କ ସହିତ ଜନ ପ୍ରତିନିଧି ମାନେ ଆଲୋଚନା କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons