ରମ୍ଭା, (ବି.ବି.ଆପ୍ର): ସାବୁଳିଆ ଗ୍ରାମର ଜନୈକ ଯୁବତୀଙ୍କୁ ପ୍ରେମ କରି ବିବାହ ପ୍ରତିଶ୍ରୁତି ଦେବା ପରେ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି । ରମ୍ଭା ଥାନା ଅଞ୍ଚଳର ସାବୁଳିଆ ଗ୍ରାମର ଯୁବତୀଙ୍କୁ ଖଲ୍ଲିକୋଟ ଥାନା ଅଞ୍ଚଳର ଡିମିରିଆ ଗ୍ରାମର ଜନୈକ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଗତ ଶନିବାର ଯୁବକ ଜଣକ ଭୁବନେଶ୍ୱରରେ କୋର୍ଟ ମ୍ୟାରେଜ କରିବା ପ୍ରଲୋଭନ ଦେଖାଇ ବାଲୁଗାଁରୁ ସିକନ୍ଦରବାଦର ପୋଲାରାମକୁ ନେଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ଯୁବକ ଜଣକ ଗ୍ରାମକୁ ଯିବାକୁ ମିଛ ପ୍ରଲୋଭନ ଦେଖାଇ ବିଶାଖାପାଟଣା ଷ୍ଟେସନରେ ଯୁବତୀଙ୍କୁ ଛାଡ଼ି ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ପ୍ରତାରୀତ ଯୁବତୀ ଟ୍ରେନରେ ପଲାସାରେ ଷ୍ଟେସନରେ ପହଞ୍ଚି ଫୋନ ଯୋଗେ ପରିବାର ଲୋକଙ୍କୁ ସମସ୍ତ ଘଟଣା କହିଥିଲେ । ଯୁବତୀ ଜଣଙ୍କ ଛତ୍ରପୁର ଷ୍ଟେସନରେ ପହଞ୍ଚିବା ପରେ ପରିବାର ଲୋକ ସେଠାରୁ ଉଦ୍ଧାର କରିଥିଲେ । ସାବୁଳିଆ ଗ୍ରାମର କିଛି ମହିଳାଙ୍କ ସହାୟତାରେ ପୀଡ଼ିତା ଯୁବତୀ ଜଣଙ୍କ ଯୁବକଙ୍କ ଘରକୁ ଯାଇଥିଲେ । ଏହି ସମୟରେ ପରିବାର ଲୋକ ଘରେ ତାଲା ପକାଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଗ୍ରାମର ଉତ୍ତ୍ୟକ୍ତ ମହିଳା ଯୁବତୀଙ୍କୁ ନ୍ୟାୟ ଦେବା ପାଇଁ ଗତକାଲି ଯୁବକଙ୍କ ଘର ଆଗରେ ଧାରଣାରେ ବସିଥିବା ଜଣାପଡ଼ିଛି । ଶନିବାର ଯୁବତୀ ନିଖୋଜ ହେବା ପରେ ପରିବାର ଲୋକ ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
Comments are closed, but trackbacks and pingbacks are open.