ଫିରିଙ୍ଗିଆ: ଗୋଟିଏ ରାତିରେ ୩ ଚୋରି

Get real time updates directly on you device, subscribe now.

ଗୋଚ୍ଛାପଡା, (ବି.ବି.ଆପ୍ର): ବୁଧବାର ବିଳମ୍ବିତ ରାତିରେ ଫିରିଙ୍ଗିଆ ଥାନା ଓ ଗୋଛାପଡ଼ା ଥାନା ଅଞ୍ଚଳରେ ତିନୋଟି ପୃଥକ ଚୋରି ଅଭିଯୋଗ ହୋଇଛି । ସୂଚନା ଅନୁସାରେ, ଫିରିଙ୍ଗିଆ ଥାନା ରତଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ବ୍ୟବସାୟୀ ଗିରିଶ ପ୍ରସାଦ ମହାକୁଡଙ୍କ ଘରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପ୍ରାୟ ଦେଢ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ପାଞ୍ଚ ଲକ୍ଷ ଟଙ୍କା ଚୋରି କରିଥିବା ଥାନାରେ ଅଭିଯୋଗ କରିଛନ୍ତିି । ଗତ ୩ ତାରିଖରେ ତାଙ୍କ ପରିବାର ଏକ ବାହାଘର କାର୍ଯ୍ୟରେ ଯୋଗଦେବା ପାଇଁ ବୌଦ୍ଧ ଯାଇଥିଲେ । ପରଦିନ ରାତି ୧୦ଟାରେ ଘରକୁ ଫେରିବା ପରେ ଘର ମୁଖ୍ୟ ଫାଟକର ତାଲା ଭାଙ୍ଗି ଥିବା ସହ ଘର ଭିତରେ ଥିବା ଆଲମାରୀରୁ ସୁନାଗହଣା ଓ ଟଙ୍କା, ଦୋକାନ ଘରେ ଥିବା ଡ୍ର’ରେ ଥିବା ସମସ୍ତ ଟଙ୍କା ଚୋରି ହୋଇଥିବା ଦେଖିବାକୁ ପାଇଥିଲେ । ତୁରନ୍ତ ଫିରିଙ୍ଗିଆ ଥାନାକୁ ଖବର ଦେବା ପରେ ପୁଲିସ ଅଧିକାରୀ ପ୍ରଦୀପ କୁମାର ରାଉଳଙ୍କ ସହ ଏକ ଟିମ ତଦନ୍ତ କରିଥିଲେ । ସାଇଣ୍ଟିଫିକ ଟିମ ମଧ୍ୟ ପହଞ୍ଚି ଛାନଭିନ୍ କରିଛି । ଏ ନେଇ ଥାନାରେ କେସ୍ ୭୧/୨୦୨୨ ରୁଜୁ କରାଯାଇଥିବା ଥାନା ଅଧିକାରୀ ଶ୍ୟାମ ସୁନ୍ଦର ରାଓ ସୂଚନା ଦେଇଛନ୍ତି । ସେହିଭଳି ଗୋଛାପଡା ମା’ ବାଉତୀ ମନ୍ଦିର ନିକଟରେ ଥିବା ଏକ ଲୁଗା ଦୋକାନରୁ ପ୍ରାୟ ୫୦ ହଜାର ଟଙ୍କାର କପଡ଼ା ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏହି ଥାନାର ପକାରି ଗାଁରେ ଥିବା ସୁବଳ ସାହୁ ନାମକ ଜଣେ ବ୍ୟବସାୟୀଙ୍କ ତେଜରାତିି ଦୋକାନରୁ ରାସନ ସାମଗ୍ରୀ ସହ ନଗଦ ୨୦ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡିଛି । ଏହି ଘଟଣାରେ ମଧ୍ୟ ଗେଛାପଡା ଥାନାରେ ୫୬/୨୦୨୨ ଓ ୫୭/୨୦୨୨ରେ ପୃଥକ ମାମାଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିବା ଗୋଛାପଡା ଥାନା ଅଧିକାରୀ ରଞିତ କୁମାର ମୁନୀ ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ପୁଲିସକୁ କୌଣସି ସୁରାକ ମିଳିନାହିଁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons