ବଜ୍ରପାତ: ୧୦ ବଳଦ ମୃତ

Get real time updates directly on you device, subscribe now.

ଦାରିଙ୍ଗବାଡ଼ି,(ବି.ବି.ନୁ୍ୟଜ): ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସାଙ୍ଗୁଡୁମାହା ଗ୍ରାମରେ ବଜ୍ରପାତ ହୋଇ ୧୦ଟି ବଳଦ ମୃତୁ୍ୟ ହୋଇଛି । ବୁଧବାର ଅପରାହ୍ନ ୨ଟାରେ ବଜ୍ରପାତ ସହିତ ଅଳରେ ବର୍ଷା ପବନ ହୋଇଥିଲା । ସାଙ୍ଗୁଡୁମାହା ଗ୍ରାମର ଯାକବ ପ୍ରଧାନଙ୍କର ୩ଟି, ସୁକଦେବଙ୍କ ୨ଟି, ଗୋପାଳ ପ୍ରଧାନ, ରମାକାନ୍ତ ପ୍ରଧାନ, ବେଗୁଲ ପ୍ରଧାନ, ଦେବେନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ପ୍ରଧାନଙ୍କ ଗୋଟିଏ ଲେଖାଏଁ ବଳଦ ମୃତ୍ୟ ହୋଇଛି । ଏହି ସବୁ ବଳଦ ଗଛ ତଳେ ରହିଥିବା ବେଳେ ବଜ୍ରପାତ ହୋଇଥିଲା । ଏହି ବଳଦଗୁଡିକ ମରିଯିବା ପରେ ମାଲିକମାନେ କିଭଳି ଚାଷ କରିବେ ବୋଲି ଚିନ୍ତାରେ ପଡିଛନ୍ତି । ସରକାରଙ୍କ ପକ୍ଷରୁ ଯଥାଶୀଘ୍ର କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons