ବଟି ଆଦାୟ ମାମଲା:ଜେଲ୍ ଗଲେ ତ୍ରିଲୋଚନ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତୟେତଙ୍କଠାରୁ): ଚନ୍ଦାହାଣ୍ଡି ବ୍ଲକ ଦୋଳବେଡା ଯୋଗାଣ ସହାୟକ ଜଗନ୍ନାଥ ଗୌଡଙ୍କଠାରୁ ବଟି ଆଦାୟ ମାମଲାରେ ମଙ୍ଗଳବାର ପୁଲିସ ମାଳଗାଁ ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ତ୍ରିଲୋଚନ ବେଶ୍ରା ଓରଫ ମୁନ୍ନାଙ୍କୁ ଗିରଫ କରିଛି । କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅନ୍ୟପକ୍ଷରେ, ଏଥିରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ବିଜେଡି ଦାବି କରିଛି । ଏହାକୁ ନେଇ ବ୍ଲକରେ ରାଜନୀତି ସରଗରମ ହେଉଥିବାବେଳେ ଚନ୍ଦାହାଣ୍ଡି ଥାନାରେ ବିଜେଡି ପକ୍ଷରୁ ମଙ୍ଗଳବାର ଆଉ ଗୋଟିଏ ଏତଲା ଦିଆଯାଇଛି । ବଟି କାରବାରର ମୁଖ୍ୟ କାର୍ପଟଦାର ବିଜେପି ମଣ୍ଡଳ ସଭାପତି ଡମ୍ବରୁ ମାଝିଙ୍କୁ ଗିରଫ କରିବାକୁ ବିଜେଡି ଦାବି କରିଛି । ଡମ୍ବରୁଙ୍କ ଇସାରାରେ ସବୁ କାମ ହୋଇଥିବା ବିଜେଡି କହିଛି ।
ବିଜେଡି ବ୍ଲକ ସଭାପତି ଗୌରହରି ନାୟକଙ୍କ ନେତୃତ୍ୱରେ ସାଧାରଣ ସମ୍ପାଦକ ଯୁବରାଜ ଜଗତ, ବଳରାମ ପଟ୍ଟନାୟକ, ଭୋଦେବ ଗୌଡ, କମଳୁ ମନହୀରା, ଭୋଜରାଜ ସିହ୍ନା, କୃଷ୍ଣଚନ୍ଦ୍ର ପୂଜାରୀଙ୍କ ସମେତ ବହୁ କର୍ମୀ ଥାନାରେ ପହଞ୍ଚି ଏତଲା ଦେଇଛନ୍ତି । ଥାନା ଅଧିକାରୀ ପରମାନନ୍ଦ ସୁନାନୀ ଏତଲା ଗ୍ରହଣ କରିଛନ୍ତି । ତ୍ରିଲୋଚନ ଯୋଗାଣ ସହାୟକ ଜଗନ୍ନାଥ ଗୌଡଙ୍କୁ ଭିଜିଲାନ୍ସ ଭୟ ଦେଖାଇ ୫୦ ହଜାର ଟଙ୍କା ବଟି ମାଗିଥିଲେ । ଜଗନ୍ନାଥ ଭୟଭୀତ ହୋଇ ଗତ ଅଗÂ ୧୯ ରେ ୩୦ ହଜାର ଟଙ୍କା ଦେଇଥିଲେ । ଟଙ୍କା ନେଣଦେଣ ବେଳେ ଏମାନଙ୍କ କଥାବାର୍ତ୍ତା ଅଡିଓ ଭାଇରାଲ ହୋଇଥିଲା । ପରେ ଗତ ୨୪ ରେ ଜଗନ୍ନାଥ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଥିଲେ । ଏ ନେଇ ଏକ ମାମଲା(୧୨୨/୨୧) ରୁଜୁ ହୋଇଥିଲା । ତଦନ୍ତ ଦାୟିତ୍ୱ ଶିବ ପ୍ରସାଦ ମହାନ୍ତି ନେଇଥିଲେ । ଏହା ପରେ ତ୍ରିଲୋଚନ ଫେରାର୍ ହୋଇଯାଇଥିଲେ । ତାଙ୍କୁ ଦଳରୁ ମଧ୍ୟ ନିଲମ୍ବନ କରାଯାଇଥିଲା । ଗତ ସୋମବାର ରାତିରେ ତାଙ୍କୁ ଗିରଫ କରାଯାଇଥିଲା । ମଙ୍ଗଳବାର ଚନ୍ଦାହାଣ୍ଡି ଜେଏମ୍ଏଫ୍ସିରେ ହାଜର କରାଯାଇଥିଲା । ଜଣେ ସରକାରୀ କର୍ମଚାରୀଙ୍କୁ ଧମକ ଦେଇ ବଟି ଆଦାୟ କରିବା ନିନ୍ଦନୀୟ ବୋଲି ବିଜେଡି କହିଛି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଏହି ମାମଲା ବ୍ଲକ ସମେତ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ମାମଲାର ଉପଯୁକ୍ତ ତଦନ୍ତ କରିବାକୁ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons