ବଦଳିବ ଜଗନ୍ନାଥ ସାଗରର ରୂପରେଖ!

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ୧୪ ତାରିଖ ଅର୍ଥାତ ଗୁରବାର ପରିଦର୍ଶନରେ ଆସୁଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର । ୩ ଦିନିଆ ଏହି ଗସ୍ତରେ ଶ୍ରୀ ମହାପାତ୍ରଙ୍କ ସହ ବରିÂ ଅଧିକାରୀମାନେ କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବେ । ଜୟପୁରରେ ନିର୍ମାଣାଧୀନ ସ୍ପୋର୍ଟସ କମ୍ପେ୍ଲକ୍ସ, ଜିଲ୍ଲା ହସପିଟାଲ ପରିଦର୍ଶନ କରିବେ । ଏଥିସହ ଶ୍ରୀ ମହାପାତ୍ର ଜଗନ୍ନାଥ ସାଗର ବୁଲିବେ ବୋଲି ଆଶା କରାଯାଉଛି । ଏହା ଦ୍ୱାରା ସାଗର ଉନ୍ନତିକରଣ ବାଟ ଆପେ ଆପେ ଖୋଲିଯିବ ଏବଂ ଆବଶ୍ୟକ ଟଙ୍କା ମିଳିଯିବ ବୋଲି ସହରବାସୀ ଆଶାବ୍ୟକ୍ତ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ୧୪ ତାରିଖ ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ବିମାନରେ ଶ୍ରୀ ମହାପାତ୍ର ଜୟପୁର ଏୟାରଷ୍ଟ୍ରିପ୍ରେ ଓହ୍ଲାଇବେ । କିଛି ସମୟ ବିଶ୍ରାମ ପରେ ସିଧା ମାଲକାନଗିରି ଗସ୍ତରେ ବାହାରିବେ । ୧୫ ତାରିଖରେ ଶ୍ରୀ ମହାପାତ୍ର କୋରାପୁଟ ଫେରିବା କାର୍ଯ୍ୟକ୍ରମ ରହିଛି । ଉକ୍ତ ଦିନ ସେ ଜିଲ୍ଲା ହସପିଟାଲର ବିଭିନ୍ନ ଉନ୍ନତିମୂଳକ କାମ ତଦାରଖ କରିବେ । ଏଥିସହ ନିର୍ମାଣାଧୀନ ସ୍ପୋଟର୍ସ କମ୍ପେ୍ଲକ୍ସ କାମ ତଦାରଖ କରିବେ । ପରଦିନ କୋରାପୁଟ ଉପଖଣ୍ଡର ବିଭିନ୍ନ ବ୍ଲକ ଗସ୍ତ କରି ୧୭ ତାରିଖରେ ଭୁବନେଶ୍ୱର ଫେରିଯିବା କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।
ପୌରାଧ୍ୟକ୍ଷ ଶ୍ରୀ ମହାନ୍ତି କହିଛନ୍ତି, ମାଲକାନଗିରି ଗସ୍ତରୁ ଫେରିବା ବେଳେ ମୁଖ୍ୟ ଶାସନ ସଚିବ ଜଗନ୍ନାଥ ସାଗର ପରିଦର୍ଶନ କରିବେ । ଏ ସମ୍ପର୍କରେ ବିଧାୟକ ତାରାପ୍ରସାଦ ବାହିନୀପତି ପ୍ରସ୍ତାବ ଦେଇଥିଲେ । ପ୍ରସ୍ତାବରେ ଶ୍ରୀ ମହାପାତ୍ର ସହମତି ପ୍ରକାଶ କରିଛନ୍ତି । ସାଗର ଉନ୍ନତିକରଣ ସମ୍ପର୍କରେ ଶ୍ରୀ ମହାପାତ୍ରଙ୍କୁ ଅବଗତ କରାଯିବ । ଏଥିଲାଗି ଆବଶ୍ୟକ ଅର୍ଥ ମଞ୍ଜୁର ଲାଗି ଅନୁରୋଧ କରାଯିବ । ସାଗରର ଉନ୍ନତି ଜୟପୁର ଜନସାଧାରଣଙ୍କ ଭାବାବେଗ ସହ ଜଡ଼ିତ । ତେଣୁ ପରିଦର୍ଶନ ପରେ ଆବଶ୍ୟକ ଅର୍ଥ ମଞ୍ଜୁର ହେବ ବୋଲି ଆଶା କରାଯାଉଥିବା ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons