ବନ୍ଧୁକ ଗୁଳି ଫୁଟି ମୃତୁ୍ୟ ଘଟଣା:ତଦନ୍ତ ଦାବି କଲେ ପୁଲିସ ଅଧିକାରୀଙ୍କ ପତ୍ନୀ

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନୁ୍ୟଜ): ଗଞ୍ଜାମ ଜିଲ୍ଲାରେ ନିଜ ବନ୍ଧୁକରୁ ଗୁଳିଫୁଟି ମୃତୁ୍ୟ ଘଟିଥିବା ଆଇଆଇସି ଦେବ ଗମାଙ୍ଗଙ୍କ ମୃତୁ୍ୟକୁ ନେଇ ସନେ୍ଦହ ପ୍ରକାଶ କରିଛନ୍ତି ତାଙ୍କ ପତ୍ନୀ କିରଣ ମହାନ୍ତି । ସେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ।
କିରଣଙ୍କ କହିବା ପ୍ରକାରେ ଘଟଣାଦିନ ତାଙ୍କ ଘରକୁ ୨ଜଣ ପୁଲିସ ଅଫିସର ଆସିଥିଲେ । ସେମାନେ ସମସ୍ତେ ଗୋଟିଏ ଟେବୁଲ୍ରେ ଖାଇଥିଲେ । ଦେବଙ୍କ ମା’ ଗାଧୋଇବା ପାଇଁ ବାଥରୁମ୍କୁ ଯାଇଥିଲେ । କିଛି ସମୟ ମଧ୍ୟରେ ଦେବଙ୍କ ମା’ଙ୍କୁ ଗୁଳି ଫୁଟିବା ଶବ୍ଦ ଶୁଭିଥିଲା । ସେ ଦେଖିବା ବେଳେ ଦେବ ତଳେ ପଡିଯାଇଥିଲେ ବୋଲି ମା’ କହିଛନ୍ତି । ଉଭୟ ସ୍ୱାମୀ ସ୍ତ୍ରୀ ପୁଲିସ ବିଭାଗରେ ଚାକିରି କରନ୍ତି । ପୁଲିସ ବିଭାଗରେ ଥାଇ ସ୍ୱାମୀଙ୍କ ଏଭଳି ମୃତୁ୍ୟ ଘଟିବା ସନେ୍ଦହ ସୃଷ୍ଟି କରୁଛି । ଯଦି ପୁଲିସରେ ଥାଇ ପୁଲିସ କର୍ମଚାରୀ ନ୍ୟାୟ ପାଇବେ ନାହିଁ କି ବୋଲି ସେ ପ୍ରଶ୍ନ ଉଠାଇବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇିଁ ଦାବି କରିଛନ୍ତି । କିରଣ ଆହୁରି କହିଛନ୍ତି,ଉଭୟ ସ୍ୱାମୀ ସ୍ତ୍ରୀ ପରସ୍ପର ଠାରୁ ବହୁ ଦୂରରେ ରହି ଡୁ୍ୟଟି କରୁଥିଲେ । ତାଙ୍କ ସ୍ୱାମୀ ଛୁଟି ଆବେଦନ କରିଥିଲେ ମଧ୍ୟ ମିଳୁ ନଥିଲା । ଏହି ଘଟଣା ସମ୍ପର୍କରେ ସେ ପରେ ଅବଗତ ହୋଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons