ବଳାକ୍ରାରରୁ ବର୍ତ୍ତିବାକୁ ଚୁଟି କାଟୁଛନ୍ତି ୟୁକ୍ରେନ ଯୁବତୀ

Get real time updates directly on you device, subscribe now.

କିଏଭ: ୟୁକ୍ରେନରେ ରୁଷର ବର୍ବରତା ଦିନକୁ ଦିନ ବଢିବାରେ ଲାଗିଛି । ରୁଷ ସୈନ୍ୟ ୟୁକ୍ରେନରେ ଥିବା ଯୁବତୀମାନଙ୍କର ଗଣ ବଳାକ୍ରାର କରିବା ସହ ସେମାନଙ୍କୁ ଶାରୀରିକ ଅତ୍ୟାଚାର ଦେଉଛନ୍ତି । ଏଣୁ ରୁଷ ସୈନ୍ୟଙ୍କଠାରୁ ନିଜକୁ ସୁରକ୍ଷିତ ରଖିବାକୁ ୟୁକ୍ରେନରେ ଯୁବତୀମାନେ ଲଣ୍ଡା ହେଉଛନ୍ତି । ଅସୁନ୍ଦର ଦିଶିଲେ ସେମାନେ ସମ୍ଭବତଃ ରୁଷ ସୈନ୍ୟଙ୍କ କବଳରୁ ବର୍ତ୍ତି ଯାଇପାରନ୍ତି ବୋଲି ଚିନ୍ତା କରି ଯୁବତୀମାନେ ଚୁଟି କାଟିଦେଉଛନ୍ତି । କେବଳ ଏତିକି ନୁହେଁ ରୁଷ ସୈନ୍ୟ ୟୁକ୍ରେନରେ ୧୦ ବର୍ଷ ବୟସର ଛୋଟଛୋଟ ଶିଶୁଙ୍କୁ ମଧ୍ୟ ବଳାକ୍ରାର କରୁଥିବା ୟୁକ୍ରେନ ସାଂସଦ ଲିଜିୟା ବାସିଲେକ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons