ବାଃରେ ମନରେଗା:ଶ୍ରମିକ ବଦଳରେ ମେସିନ୍

Get real time updates directly on you device, subscribe now.

ମୈଦଲପୁର,(ବି.ବି.ଆପ୍ର): ଜେସିବି ସହାୟତାରେ ଡ୍ରେନ୍ ଓ ପୋଖରୀ ଖୋଳା କାମ ଚାଲିଛି । ତା’ ପୁଣି ବିନା ସୂଚନାଫଳକରେ ଚାଲିଛି ମନରେଗା କାମ । ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ଏଭଳି ବେଆଇନ କାର୍ଯ୍ୟ ଚାଲିଛି । ଏ ଦୃଶ୍ୟ ଦେଖିବାକୁ ମିଳିଛି ପାପଡ଼ାହାଣ୍ଡି ବ୍ଲକ୍ ମୈଦଲପୁର ପଞ୍ଚାୟତ ଅଞ୍ଚଳରେ । ଉଭୟ ଠିକାଦାର ଓ ଯନ୍ତ୍ରୀଙ୍କ ମନମୁଖୀ କାମକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ମହାତ୍ମାଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା)ରେ ଅଞ୍ଚଳର ଶ୍ରମିକ ଓ ଜବ୍କାର୍ଡଧାରୀଙ୍କ ଦ୍ୱାରା କାର୍ଯ୍ୟ କରାଯିବା କଥା । କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖାଯାଇଛି । ଶ୍ରମିକ ବଦଳରେ ଏଠାରେ ମାଟି ଖୋଳୁଛି ଜେସିବି । ବ୍ଲକ୍ର କଣ୍ଟାମାଳ ଗାଁରେ ୪ଟି ପୋଖରୀ ଓ ଗୋଟିଏ ଡ୍ରେନ୍ ଖୋଲାଯାଇଛି । କାମ ସମ୍ପର୍କରେ କୌଣସି ସୂଚନାଫଳକ ଲଗାଯାଇନାହିଁ । ସୂଚନାଫଳକ ନଥିବାରୁ କେଉଁ କାମ, କେତେ ବ୍ୟୟ ଅଟକଳ, ଶ୍ରମ ଦିବସ, ଠିକାଦାର କିଏ, ଧାର୍ଯ୍ୟ ସମୟ କେତେଦିନ ରହିଛି, ସେ ସମ୍ପର୍କରେ ଲୋକେ ଜାଣିପାରୁନାହାନ୍ତି । ଉଭୟ ଠିକାଦାର ଓ ଯନ୍ତ୍ରୀଙ୍କ ମନମୁଖୀ କାମ ଯୋଗୁ ମନରେଗାରେ ମେସିନ ଦ୍ୱାରା କାମ କରାଯାଉଛି । ଏହି କାରଣରୁ ସ୍ଥାନୀୟ ଲୋକଙ୍କୁ କାମ ମିଳୁନାହିଁ । ଯାହାଫଳରେ ପ୍ରତିଦିନ ହଜାର ହଜାର ଶ୍ରମିକ ପଡେ଼ାଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ସେଠାରେ ନିର୍ଯାତନାର ଶିକାର ହୋଇ କିଏ ଜୀବିତ ଫେରୁଛି, ଆଉ କିଏ ଶବ ହୋଇ ଫେରୁଛି । ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons