ବାଇକ୍ ସହ ମଦ ଜବତ, ୨ ଗିରଫ

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବେଆଇନ ମଦ କାରବାର ଅଭିଯୋଗରେ ଅବକାରୀ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ବାଲିଆ ପଞ୍ଚାୟତ ନୂଆଗୁଡ଼ାର ତୁଳା ହରିଜନ(୪୦) ଏବଂ ତେଲେଙ୍ଗାନା ନାଲଗୋଣ୍ଡା ଜିଲ୍ଲା କୋ;ାନ୍ଗୁରର ନିଲମ୍ ଭିରାୟାହ୍(୪୩) । ଉଭୟଙ୍କ ପାଖରୁ ୨ଟି ବାଇକ୍, ୪୦ ଲିଟର ଖଜୁରୀ ତାଡ଼ି ଏବଂ ୧୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଏ ସମ୍ପର୍କରେ ଥାନାରେ ୨ଟି ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ଜେଲ ପଠାଇ ଦିଆଯାଇଥିବା ଓଆଇସି ସଞ୍ଜୟ କୁମାର କାଣ୍ଡି କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନରେ ଓଆଇସି ଶ୍ରୀ କାଣ୍ଡି, ଏଏସ୍ଆଇ ଏମ୍. ଲକ୍ଷ୍ମଣ ରାଓ ଏବଂ ବିଭାଗୀୟ କର୍ମଚାରୀ ପାଟ୍ରୋଲିଂ କରୁଥିଲେ । ନିଲମ ବାଇକ୍(ସିଜି ୧୭ କେଏଫ୍-୯୦୦୭)ରେ ୩୦ ଲିଟର ଖଜୁରୀ ତାଡ଼ି ନେଇ ବୈପାରିଗୁଡ଼ା ବିକ୍ରି ଲାଗି ନେଉଥିଲା । ପଲକାପୁଟ ଛକରେ ତାକୁ ଅଟକା ଯାଇ ମାଲ ଜବତ କରାଯାଇଥିଲା । ସେହିପରି ବାଇକ୍ (ଓଡି ୧୦ ଏଫ୍-୮୪୩୭)ରେ ତୁଳା ମଦ ନେଇ ପାଲିଗୁଡ଼ା ପଟକୁ ଯାଉଥିଲା । ତାକୁ ବାଲିଆ ଛକରେ ଧରାଯାଇଥିଲା । ଏଏସ୍ଆଇ ଶ୍ରୀ ରାଓ ପ୍ରଥମ ଏବଂ ଓଆଇସି ଶ୍ରୀ କାଣ୍ଡି ଦ୍ୱିତୀୟ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons