ବିଜେପି ଛାଡ଼ିଲେ ରାଜ୍ୟ ପୂର୍ବତନ ଉପସଭାପତି ଦେବାନନ୍ଦ

Get real time updates directly on you device, subscribe now.

ହିଞ୍ଜିଳିକାଟୁ, (ବି.ବି.ନୁ୍ୟଜ): ହିଞ୍ଜିଳିକାଟୁ ନିର୍ବାଚନମଣ୍ଡଳୀର ବରିÂ ନେତା ତଥା ଦଳର ପୂର୍ବତନ ରାଜ୍ୟ ଉପସଭାପତି ଦେବାନନ୍ଦ ମହାପାତ୍ର ପାର୍ଟି ଛାଡ଼ିଛନ୍ତି । ୧୯୮୮ ମସିହାରୁ ଏଯାବତ୍ ସେ ଦଳ ସହ ସମ୍ପୃକ୍ତ ରହି ଆସିଥିଲେ । ହିଞ୍ଜିଳିକାଟୁ ମଣ୍ଡଳ ସଭାପତି, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି, ରାଜ୍ୟ ସମ୍ପାଦକ, ରାଜ୍ୟ ଉପସଭାପତି, ରାଜ୍ୟ କୃଷକ ମୋର୍ଚ୍ଚା ପ୍ରଭାରୀ, ଜିଲ୍ଲା ପ୍ରଭାରୀ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ଦାୟିତ୍ୱ ନିର୍ବାହ କରିଥିଲେ ସେ । ୨୦୦୯ ଓ ୨୦୧୪ରେ ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନମଣ୍ଡଳୀରେ ସେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।
ନିଜ ଇସ୍ତଫା ଅବସରରେ ସେ ଦଳର ରାଜ୍ୟ ନେତୃବୃନ୍ଦଙ୍କ ଉପରେ ବର୍ଷିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ- ସମ୍ପ୍ରତି ବିଜେପିର କିଛି ରାଜ୍ୟସ୍ତରୀୟ ଶୀର୍ଷ ନେତା କ୍ଷମତାର ଅପବ୍ୟବହାର କରି ପ୍ରକୃତ କର୍ମୀଙ୍କୁ ଅଣଦେଖା କରୁଛନ୍ତି । ମହିଳା ଓ ବରିÂ କାର୍ଯ୍ୟକର୍ତ୍ତାଙ୍କୁ ଅସମ୍ମାନ ଓ ଅପମାନିତ କରାଯାଉଛି । ବ୍ୟବସ୍ଥାରେ ପରିବର୍ତ୍ତନ ନହେବାରୁ ମୁଁ ଇସ୍ତଫା ଦେଉଛି । ସେ ନିଜ ଇସ୍ତଫା ପତ୍ର କେନ୍ଦ୍ରୀୟ ସଭାପତି, କେନ୍ଦ୍ର ଗୃହ ମନ୍ତ୍ରୀ, କେନ୍ଦ୍ର ସଙ୍ଗଠନ ମହାମନ୍ତ୍ରୀ, କେନ୍ଦ୍ରରୁ ଓଡ଼ିଶା ପ୍ରଭାରୀ, ରାଜ୍ୟ ସଙ୍ଗଠନ ମନ୍ତ୍ରୀ, ଜିଲ୍ଲା ସଭାପତିଙ୍କୁ ପ୍ରଦାନ କରିଛନ୍ତି । ଏଥିସହ ଶୀଘ୍ର ହିଞ୍ଜିଳିକାଟୁ ବିଧାନସଭା ଓ ଗଞ୍ଜାମ ଜିଲ୍ଲାର ବହୁ ନେତା ତଥା କର୍ମୀ ଦଳରୁ ଇସ୍ତଫା ଦେବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons