ବିଜୟ ଉତ୍ସବ ବେଳେ ଗୁଳି ଫୁଟାଇ କାଉନସିଲର ଗିରଫ

Get real time updates directly on you device, subscribe now.

ସୋନପୁର,(ବି.ବି.ନୁ୍ୟଜ): ସୋନପୁର ପୌରପରିଷଦ ନିର୍ବାଚନ ଫଳାଫଳ ଘୋଷାଣା ପରେ ଜଣେ ବିଜୟୀ କାଉନସିଲର ବିଜୟଉତ୍ସବ ପାଳନ ବେଳେ ବନ୍ଧୁକରୁ ଗୁଳି ଫୁଟାଇ ଅଡୁଆରେ ପଡ଼ିଛନ୍ତି । ଏଭଳି ବେଆଇନ କାର୍ଯ୍ୟ ପାଇଁ ପୁଲିସ ପକ୍ଷରୁ ତ+ାଳ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ନବନିର୍ବାଚିତ କାଉନସିଲରଙ୍କ ସମେତ ୨ଜଣଙ୍କୁ ସୋନପୁର ପୁଲିସ ଗିରଫ କରି ତଦନ୍ତ କରୁଛି । ଏହି ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନାମତେ, ସୋନପୁର ପୌରପରିଷଦ ୯ନଂ ୱାର୍ଡ କାଉନସିଲର ଭାବେ ବିଜେଡିର କଇରୁ ସ୍ୱାଇଁ ନିର୍ବାଚିତ ହୋଇଥିଲେ । ଶ୍ରୀ ସ୍ୱାଇଁ ନିଜ ସମର୍ଥକମାନଙ୍କ ସହ ସହରରେ ବିଜୟ ଶୋଭାଯାତ୍ରା କରୁଥିବା ବେଳେ ବନ୍ଧୁକରୁ ଗୁଳି ଫୁଟାଇଥିବା ଦେଖିବାକୁ ମିଳିଥିଲା । ନବନିର୍ବାଚିତ କାଉନସିଲର ଶ୍ରୀ ସ୍ୱାଇଁ ବିଜେଡିର ଜଣେ ବରିÂ ନେତା ହୋଇଥିବା ବେଳେ ପୂର୍ବରୁ ସୋନପୁର ପୌରାଧ୍ୟକ୍ଷ ମଧ୍ୟ ରହିଥିଲେ । ସର୍ବସାଧାରଣ ସ୍ଥାନରେ ବେଆଇନ ଭାବେ ବନ୍ଧୁକରୁ ଗୁଳି ଫୁଟାଇ ବିଜୟଉତ୍ସବ ପାଳନ କରିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପୁଲିସ ପକ୍ଷରୁ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି । ଶୋଭାଯାତ୍ରା ସମୟରେ ବେଆଇନ ଭାବେ ଗୁଳି ଫୁଟାଇଥିବା ବନ୍ଧୁକଟି କାହାର, ଉକ୍ତ ବନ୍ଧୁକର ଲାଇସନ୍ସ ଅଛି ନା ନାହିଁ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣାରେ ସୋନପୁର ପୁଲିସ କେସ୍ ନଂ ୬୭/୨୬.୩.୨୦୨୨, ଧାରା ୨୫(୧)(ଏ)/୨୭/(୧) ଆର୍ମସ୍ ଆକ୍ଟରେ ମାମଲା ରୁଜୁ କରି ନବନିର୍ବାଚିତ କାଉନସିଲର ମଝିପଡ଼ା ନିବାସୀ କଇରୁ ସ୍ୱାଇଁ(୬୮) ଏବଂ ପ୍ୟାଲେସଗାର୍ଡେନ୍ ନିବାସୀ ରାମବାହାଦୁର ସିଂ(୬୦)ଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଦ୍ୱୟଙ୍କୁ ସୋନପୁର ଥାନାରେ ରଖି ଅଧିକ ତଦନ୍ତ ଚାଲିଥିବା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ସୂଚନା ଦେଇଛନ୍ତି । ବ୍ଲାଙ୍କ୍ ଫାଇରିଂ ହୋଇଥିବା ବନ୍ଧୁକ(ଡିବିବିଏଲ୍)କୁ ପୁଲିସ ଜବତ କରିଛି । ଅନ୍ୟପକ୍ଷରେ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ ନା ନାହିଁ, ସେନେଇ ଏସପିଙ୍କୁ ପଚରାଯିବାରୁ, ତଦନ୍ତରେ ଯଦି କୌଣସି ଅପରାଧିକ ଉଦେ୍ଧଶ୍ୟ ଥିବା ଜଣାପଡ଼ିବ ତାହେଲେ କୋର୍ଟଚାଲାଣ କରାଯିବ ବୋଲି ଏସପି ଶ୍ରୀ ପଣ୍ଡା ସୂଚନା ଦେଇଥିଲେ । ପ୍ରକାଶ ଯେ, ନିର୍ବାଚନ ପୂର୍ବରୁ ଲାଇସନ୍ସପ୍ରାପ୍ତ ବନ୍ଧୁକଗୁଡ଼ିକୁ ନିକଟସ୍ଥ ଥାନରେ ଜମାଦେବାର ନିୟମ ରହିଛି । ସୋନପୁରରେ ତାହାର ବ୍ୟତିକ୍ରମ ହୋଇଥିବାରୁ ଏନେଇ ସୋନପୁର ଥାନାଧିକାରୀଙ୍କୁ କୈଫିୟତ୍ ତଲବ କରାଯିବ ବୋଲି ଏସପି କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons