ବିଜୟ ଘୋଷଣା କଲେ ରାଷ୍ଟ୍ରପତି ପୁଟିନ୍

Get real time updates directly on you device, subscribe now.

କିଏଭ୍/ମସ୍କୋ: ୟୁକ୍ରେନ୍ର ପ୍ରମୁଖ ବନ୍ଦର ସହର ମାରିଉପଲ୍କୁ ଶେଷରେ କବ୍ଜା କରିନେଇଛି ରୁଷ । ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଗୁରୁବାର ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି, ମାରିଉପଲ୍ ଉପରେ ରୁଷୀୟ ସେନାର ବିଜୟ ହୋଇଛି । ଏହି ସହର ଏବେ ସ୍ୱାଧୀନ । କିନ୍ତୁ ମାରିଉପଲ୍ରେ ଥିବା ଆଜୋଭଷ୍ଟଲ ଇସ୍ପାତ ପ୍ଲାଣ୍ଟ ଏବେ ବି ୟୁକ୍ରେନୀୟ ସେନା ହାତରେ ରହିଛି । ଏହି ପ୍ଲାଣ୍ଟ ଉପରେ ଜୋରଦାର ହମ୍ଲା ପାଇଁ ରୁଷ ଯୋଜନା କରିଥିଲା । ଏହାଦ୍ୱାରା ପ୍ଲାଣ୍ଟଟି ବିଧ୍ୱସ୍ତ ହେବା ସହ ୨,୦୦୦ରୁ ଅଧିକ ଲୋକ ଏବଂ ୟୁକ୍ରେନ୍ର କିଛି ସୈନ୍ୟ ପ୍ରାଣ ହରାଇଥାନ୍ତେ । କିନ୍ତୁ ଏହାକୁ ଛାଡ଼ିଦେବା ପାଇଁ ପୁଟିନ୍ ନିଦେ୍ର୍ଧଶ ଦେଇଛନ୍ତି ।
ମାରିଉପଲ୍ ଉପରେ ବିଜୟ ପ୍ରାପ୍ତ ପୂର୍ବରୁ ରୁଷ ସେନା ଏହାର ୯୦ଧ ପର୍ଯ୍ୟନ୍ତ ଅଞ୍ଚଳକୁ ବହୁ ପୂର୍ବରୁ ଧ୍ୱଂସ କରିଦେଇଥିଲା । ସବୁଠି କେବଳ ବିନାଶର ଚିତ୍ର ଦେଖିବାକୁ ମିଳିଥିଲା । ଆବାସିକ ଅ;ାଳିକାଠାରୁ ବଡ଼ ବଡ଼ ହସ୍ପିଟାଲ ପର୍ଯ୍ୟନ୍ତ ସବୁକିଛି ଭୂଇଁରେ ଲୋଟିସାରିଥିଲା । ତଥାପି ଏହି ସହରରେ ୧ ଲକ୍ଷରୁ ଅଧିକ ଲୋକ ଫସିରହିଥିଲେ । ସେମାନଙ୍କ ଜୀବନ ଏଣିକି ସୁରକ୍ଷିତ ବୋଲି କୁହାଯାଉଛି । କାରଣ ମାରିଉପଲ୍କୁ କବ୍ଜା କରିନେବା ପରେ ରୁଷ ସେନା ପକ୍ଷରୁ ଏହା ଉପରେ ଆଉ ବଡ଼ ଆକ୍ରମଣ ହୋଇନପାରେ ।
ମାରିଉପଲ୍ରେ ଥିବା ଆଜୋଭଷ୍ଟଲ୍ ଷ୍ଟିଲ୍ ପ୍ଲାଣ୍ଟରେ ୨,୦୦୦ରୁ ଅଧିକ ଲୋକ ରହିଥିବା ନେଇ ରୁଷର ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁ୍ୟ ପୁଟିନ୍ଙ୍କୁ ଅବଗତ କରିଥିଲେ । ଏହାପରେ ପ୍ଲାଣ୍ଟ ଉପରେ ଅଯଥା ଆକ୍ରମଣ ନ କରିବାକୁ ପୁଟିନ୍ ସୋଇଗୁ୍ୟଙ୍କୁ ନିଦେ୍ର୍ଧଶ ଦେଇଥିଲେ । ଅନ୍ୟପକ୍ଷରେ ମାରିଉପଲ୍ରେ ଥିବା ୟୁକ୍ରେନ୍ର କିଛି ସୈନ୍ୟଙ୍କୁ ଆତ୍ମସମର୍ପଣ ପାଇଁ ରାଷ୍ଟ୍ରପତି ପୁଟିନ୍ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ଆତ୍ମସମର୍ପଣ କଲେ ଘରୋଇ ସୈନ୍ୟଙ୍କ ପ୍ରତି କୌଣସି କାର୍ଯ୍ୟାନୁÂାନ ହେବନାହିଁ । ବରଂ ସେମାନଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦିଆଯିବ । ସସମ୍ମାନେ ବଞ୍ଚିବାକୁ ସୁଯୋଗ ମିଳିବ ।
ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ମୁତାବକ ଆଜୋଭଷ୍ଟଲ ଷ୍ଟିଲ୍ ପ୍ଲାଣ୍ଟ ଉପରେ ଅନ୍ତିମ ଆକ୍ରମଣ ପାଇଁ ଯୋଜନା ଥିଲା । କିନ୍ତୁ ଶେଷ ମୁହୂର୍ତ୍ତରେ ଆକ୍ରମଣ ନ କରି ପ୍ଲାଣ୍ଟକୁ ସମ୍ପୂର୍ଣ୍ଣ ଘେରାବନ୍ଦୀ କରିବାକୁ କୁହାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ଲାଣ୍ଟ ମଧ୍ୟରେ ଥିବା ୟୁକ୍ରେନ୍ର ସୈନ୍ୟଙ୍କୁ ତୁରନ୍ତ ଆତ୍ମସମର୍ପଣ ପାଇଁ ଆହ୍ୱାନ ଦିଆଯାଇଥିଲା ।
ଅନ୍ୟପକ୍ଷରେ ମାରିଉପଲ୍ ମେୟର ଭାଦିମ୍ ବୋଇଚେଙ୍କୋ କହିଛନ୍ତି, ଆଜୋଭଷ୍ଟଲ୍ ପ୍ଲାଣ୍ଟରୁ ନାଗରିକଙ୍କୁ ଉଦ୍ଧାର କରାଯାଇ ପାରୁନାହିଁ । ଯୁଦ୍ଧବିରତିରେ ରୁଷ ସେନା ସ୍ଥିରତା ରଖୁନାହିଁ । ଏଭଳି ସ୍ଥିତିରେ ମାରିଉପଲ୍ରେ ଉଦ୍ଧାର କାର୍ଯ୍ୟ ପାଇଁ ଯୁଦ୍ଧବିରତିକୁ ସୁନିଶ୍ଚିତ କରିବା ନିମନ୍ତେ ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ତାଙ୍କ ମୁତାବକ ୨୦୦ ଲୋକ ବସ୍କୁ ଅପେକ୍ଷା କରିଥିଲେ । କିନ୍ତୁ ତାହା ପହଞ୍ଚି ନାହିଁ । ବୁଧବାର ୮୦ ନାଗରିକଙ୍କୁ ନେଇ ୪ଟି ବସ୍ ମାରିଉପଲ୍ ଛାଡ଼ିଥିଲା । ଜାପୋରିଝିଆ ଅଭିମୁଖେ ଏହି ବସ୍ଗୁଡ଼ିକ ଯାଉଛି । ଏହିସବୁ କାରଣରୁ ମାରିଉପଲ୍ରେ ରହିଯିବା ପାଇଁ ଏବେ ଦୁର୍ଭାଗ୍ୟବଶତଃ ଭାବେ ଅନେକ ଲୋକ ନିଷ୍ପତ୍ତି ନେଇଛନ୍ତି । ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି । ଏବେ ବି ୧ ଲକ୍ଷ ଲୋକ ସହର ମଧ୍ୟରେ ଅଛନ୍ତି ।
ମେୟର ବୋଇଚେଙ୍କୋ କହିଛନ୍ତି, ମାରିଉପଲ୍ ବାସିନ୍ଦାଙ୍କୁ ଧଳା ରିବନ୍ ପିନ୍ଧିବା ପାଇଁ ରୁଷ ପକ୍ଷରୁ କୁହାଯାଇଛି । ଧଳା ରିବନ୍ ପିନ୍ଧି ବାହାରୁଥିବା ଲୋକଙ୍କ ଜୀବନ ସୁରକ୍ଷିତ । ସେମାନଙ୍କ ଉପରେ ଆକ୍ରମଣ କରାଯିବ ନାହିଁ । ଧଳା ରିବନ୍ ପିନ୍ଧି ନ ଥିବା ଲୋକଙ୍କୁ ଗୁଳି କରାଯିବ ବୋଲି ରୁଷ ଚେତାବନୀ ଦେଇଛି । କୁହାଯାଉଛି ଯେ ଆତ୍ମସମର୍ପଣ କରୁଥିବା ୟୁକ୍ରେନ୍ର ସୈନ୍ୟମାନେ ମଧ୍ୟ ଧଳା ରିବନ୍ ପିନ୍ଧୁଛନ୍ତି । ରୁଷ ସେନା ଏହାକୁ ପ୍ରମୁଖ ସଂକେତ କରିଛି । ଆତ୍ମସମର୍ପଣ କରିବାକୁ ଚାହୁଁଥିବା ଘରୋଇ ସୈନ୍ୟ ଧଳା ରିବନ୍ ପିନ୍ଧିଥିଲେ ଗୁଳି କରାଯିବ ନାହିଁ ବୋଲି ପୁଟିନ୍ ସେନା କହିଛି । ସେହି ନିୟମ ଏବେ ଦେଶର ନାଗରିକଙ୍କ ପାଇଁ ଲାଗୁ କରାଯାଇଛି ।
ରୁଷ-ୟୁକ୍ରେନ୍ ଯୁଦ୍ଧ ଆଜି ୫୭ ଦିନରେ ପହଞ୍ଚିଛି । ରୁଷ ସେନା ଏବେ ପୂର୍ବ ୟୁକ୍ରେନ୍ ଉପରେ ଫୋକସ୍ କରି ଆକ୍ରମଣ ଜୋରଦାର କରିଛନ୍ତି । ଡୋନ୍ବାସ୍ରେ ରୁଷ ଓ ୟୁକ୍ରେନ୍ ସେନା ମଧ୍ୟରେ ଘମାଘୋଟ ଲଢେ଼ଇ ଜାରି ରହିଛି । ଯୁଦ୍ଧ ଯୋଗୁ ୫୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନ୍ ଛାଡ଼ି ବିଦେଶ ପଳାଇଲେଣି । ୭୭ ଲକ୍ଷ ଲୋକ ଦେଶ ମଧ୍ୟରେ ବିସ୍ଥାପିତ ହୋଇଛନ୍ତି । ସେହିଭଳି ରୁଷର ପ୍ରାୟ ୨୧,୦୦୦ ସୈନ୍ୟ ପ୍ରାଣ ହରାଇଲେଣି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons