ବିଦୁ୍ୟତ୍ କମ୍ପାନିଙ୍କୁ ରୁଷୀ ହ୍ୟାକରଙ୍କ ଟାର୍ଗେଟ୍

Get real time updates directly on you device, subscribe now.

କିଏଭ: ରୁଷ ସେନା ସହ ସଂଶ୍ଳିଷ୍ଟ ଏକ ହ୍ୟାକିଙ୍ଗ୍ ଗ୍ରୁପ୍ ୟୁକ୍ରେନ୍ର ବିଦୁ୍ୟତ୍ କମ୍ପାନିଗୁଡ଼ିକୁ ଟାର୍ଗେଟ୍ କରୁଛି । ବିଦୁ୍ୟତ୍ ସବ୍ଷ୍ଟେସନ୍ଗୁଡ଼ିକୁ ଅଚଳ କରିବା ଲାଗି ଏହା ଚେଷ୍ଟା ଚଳାଇଛି । ସେହିଭଳି ବିଦୁ୍ୟତ୍ କାଟ୍ ପାଇଁ ଏହା ଅନିଷ୍ଟକାରୀ କୋଡ୍ ବ୍ୟବହାର କରିଥିବା ୟୁକ୍ରେନ୍ର ସରକାରୀ ଓ ଘରୋଇ ତଦନ୍ତକାରୀମାନେ ମଙ୍ଗଳବାର ସୂଚନା ଦେଇଛନ୍ତି ।
ସେମାନଙ୍କ ମୁତାବକ ରୁଷୀ ହ୍ୟାକରମାନଙ୍କ ଦ୍ୱାରା ହୋଇଥିବା ସାଇବର ଆକ୍ରମଣକୁ ଏବେ ପଣ୍ଡ କରିଦିଆଯାଇଛି । କିନ୍ତୁ ଭବିଷ୍ୟତରେ ଆହୁରି ଆକ୍ରମଣ ହୋଇପାରେ । ୟୁକ୍ରେନ୍ର ସାଇବର ନିରାପତ୍ତା ଅଧିକାରୀ ଭିକ୍ଟର ଝୋରା କହିଛନ୍ତି, ବିଦୁ୍ୟତ୍ କମ୍ପାନିଗୁଡ଼ିକର କୌଣସି ବିଜୁଳି ଭିତ୍ତିଭୂମି ପ୍ରତି କ୍ଷତି ପହଞ୍ଚି ନାହିଁ । ବର୍ତ୍ତମାନ ସୁଦ୍ଧା ଏହା ସୁରକ୍ଷିତ ରହିଛି ।
ରୁଷୀ ହ୍ୟାକରଙ୍କ ସାଇବର ଆକ୍ରମଣର ସୂତ୍ର ଖୋଜିବା ପାଇଁ ୟୁକ୍ରେନୀୟ ଅଧିକାରୀଙ୍କ ସହ ଆମେରିକାର ସାଇବର ନିରାପତ୍ତା ଓ ଭିତ୍ତିଭୂମି ସୁରକ୍ଷା ଏଜେନ୍ସି ମିଳିତ ଭାବେ କାର୍ଯ୍ୟ କରୁଛି । ଆମେରିକାର ଭିତ୍ତିଭୂମି ସୂଚନାକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ରୁଷର ଜିଆର୍ୟୁ ସାମରିକ ଗୁଇନ୍ଦା ଏଜେନ୍ସିର ସାଇବର ମିଲିଟାରି ୟୁନିଟ୍ ‘ସ୍ୟାଣ୍ଡ୍ୱାର୍ମ’ ଦ୍ୱାରା ଏଭଳି ଆକ୍ରମଣ କରାଯାଇ ଥାଇପାରେ ବୋଲି ଆମେରିକା ଆଶଙ୍କା କରୁଛି । ୨୦୧୫ ଓ ୨୦୧୬ରେ ୟୁକ୍ରେନ୍ର ବିଭିନ୍ନ ଅଞ୍ଚଳରେ ଉପୁଜିଥିବା ଅସ୍ୱାଭାବିକ ବିଜୁଳି ସଂକଟ ପଛରେ ମଧ୍ୟ ସ୍ୟାଣ୍ଡ୍ୱାର୍ମର ହାତ ଥିବା କୁହାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons