ବିଦ୍ରୋହୀଙ୍କ ଆଗରେ ବିଧାୟକ ଫେଲ୍

Get real time updates directly on you device, subscribe now.

ଖଲ୍ଲିକୋଟ, (ବି.ବି.ନୁ୍ୟଜ): ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନକୁ ନେଇ ହାଇଭୋଲ୍ଟେଜ୍ ଡ୍ରାମାର ଅନ୍ତ ଘଟିଛି । ବିଦ୍ରୋୀଙ୍କ ଆଗରେ ବିଧାୟକ ଫେଲ୍ ମାରିଛନ୍ତି । ବାଲୁଗାଁ ଥାନା ଅନ୍ତର୍ଗତ ବରକୂଳସ୍ଥିତ ଚିଲିକା ହେରିଟେଜ୍ ରିସୋର୍ଟରେ ଶୁକ୍ରବାର ମଧ୍ୟରାତ୍ରରୁ ଶନିବାର ପୂର୍ବାହ୍ଣ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଘମାସାନ ହୋଇଛି । ଛତ୍ରପୁର ବିଧାୟକଙ୍କ ବିରୋଧୀ ଗୋÂୀର ସମିତି ସଭ୍ୟ ସଭ୍ୟାଙ୍କୁ ପଣବନ୍ଦୀ କରି ରଖାଯାଇଥିବା ଅଭିଯୋଗ ହୋଇଛି । ନିର୍ବାଚନରୁ ସମ୍ପୃକ୍ତ ଗୋÂୀକୁ ବଞ୍ଚିତ କରିବା ପାଇଁ ଏଭଳି ଷଡ଼ଯନ୍ତ୍ର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ପ୍ରରୋଚନାରେ କରାଯାଇଥିବା ଓ ଗଞ୍ଜାମ ଜିଲ୍ଲା ପୁଲିସ ତାଙ୍କୁ ସାଥ୍ ଦେଇଥିବା ବିଷୋଦ୍ଗାର କରିଛନ୍ତି ବିରୋଧୀ ଗୋÂୀ । ଶେଷରେ ପୁଲିସ ସୁରକ୍ଷା ମଧ୍ୟରେ ସେମାନେ ଛତ୍ରପୁର ବ୍ଲକ୍ ଅଫିସ୍ ଆସି ଅଧ୍ୟକ୍ଷା ନିର୍ବାଚନରେ ଭୋଟ ଦେଇଛନ୍ତି । ବିଧାୟକଙ୍କ ବିରୋଧୀ ଗୋÂୀର କିରଣ କୁମାରୀ ଦାସ ୧୨- ୬ ଭୋଟରେ ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀ ସୁଜ୍ଞାନୀ ସେଠୀଙ୍କୁ ପରାଜିତ କରି ଛତ୍ରପୁର ବ୍ଲକ୍ର ନୂତନ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ପୁଲିସ ପଣବନ୍ଦୀ କରାଯିବା ଅଭିଯୋଗକୁ ଖଣ୍ଡନ କରି କେବଳ ସମିତି ସଭ୍ୟସଭ୍ୟାଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସଫେଇ ଦେଇଛି ।
ଗତ ମାସ ୧୨ ତାରିଖରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍୍ରେ ଅଭାବନୀୟ ପରିସ୍ଥିତି ଉପୁଜି ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନ ସ୍ଥଗିତ ରହିଥିଲା । ନାମାଙ୍କନ ଦାଖଲ ପରେ ପରେ ବିଧାୟକଙ୍କ ସମର୍ଥିତ ୬ ଜଣ ସମିତି ସଭ୍ୟ ସଭ୍ୟା ଅସୁସ୍ଥତା ଦର୍ଶାଇ କୋଭିଡ୍ ପରୀକ୍ଷା କରାଇବାକୁ କହିଥିଲେ । ତୁରନ୍ତ କୋଭିଡ୍ ପରୀକ୍ଷା କରାଯାଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା ଓ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଫଳରେ ଭୋଟଦାନ ହୋଇପାରି ନଥିଲା । ଏହାପରେ ବିଧାୟକଙ୍କ ବିରୋଧୀ ଗୋÂୀର ସମିତି ସଭ୍ୟସଭ୍ୟା ବ୍ଲକ୍ ଅଫିସ୍୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସରକାରୀ ବାସଭବନ ଆଗରେ ଆନେ୍ଦାଳନ ମଧ୍ୟ କରିଥିଲେ । ଏହାପରେ ସେହି ଗୋÂୀ ନିଜ ନିଜ ଅଞ୍ଚଳ ଛାଡ଼ି ଅନ୍ୟତ୍ର ଚାଲି ଯାଇଥିଲେ । ମିଳିଥିବା ସୂଚନା ମୁତାବକ, ବିଧାୟକ ସୁବାସଙ୍କ ପ୍ରତିପକ୍ଷ ଗୋÂୀର ସମିତି ସଭ୍ୟ ସଭ୍ୟାମାନେ (୪ ସମିତି ସଭ୍ୟ ଓ ୮ ସମିତି ସଭ୍ୟା) ସମର୍ଥକ ଓ ଅସନ୍ତୁÂ ଗୋÂୀର ନେତାଙ୍କ ସହ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳକୁ ପୁରୀରୁ ଏକ ଟ୍ରାଭେଲର୍ରେ ଆସି ଚିଲିକା ହେରିଟେଜ୍ ରିସୋର୍ଟରେ ପହଞ୍ଚିଥିଲେ । ସେମାନେ ମୋଟ ୧୩ଟି ରୁମ୍ରେ ରହିଥିଲେ । ତେବେ ସେମାନେ ଅଭିଯୋଗ କରିଛନ୍ତି ଯେ- ରାତି ପ୍ରାୟ ଗୋଟାଏରେ ଛତ୍ରପୁର ଏଏସ୍ପି ଠାକୁର ପ୍ରସାଦ ପାତ୍ର, ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ, ଛତ୍ରପୁର ଥାନା ଆଇଆଇସି ସତ୍ୟରଞ୍ଜନ ପ୍ରଧାନ, ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ, ରମ୍ଭା ଥାନା ଆଇଆଇସି ଦୀପ୍ତିରଞ୍ଜନ ବେହେରା, ଚମାଖଣ୍ଡି ଥାନା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ଖଲ୍ଲିକୋଟ ଥାନା ଆଇଆଇସି ଜଗନ୍ନାଥ ମଲ୍ଲିକ ପ୍ରମୁଖ ଚିଲିକା ରିସୋର୍ଟରେ ସଦଳବଳେ ପହଞ୍ଚିଥିଲେ । ସବୁ ରୁମ୍ର କବାଟ ପିଟି ପିଟି ସମସ୍ତଙ୍କୁ ଉଠାଇବା ସହ ସେମାନଙ୍କ ମୋବାଇଲ୍ ନେଇ ଯାଇଥିଲେ । ପଚାରିବାରୁ ପୁଲିସ କହିଥିଲା ଯେ- ପରିଚୟପତ୍ର ନଦେଇ ରହିଥିବାରୁ ତୁମମାନଙ୍କ ମୋବାଇଲ୍ ନେଇଯାଉଛୁ । ତେବେ ପୁଲିସର ଏହି କାର୍ଯ୍ୟାନୁÂାନ ବେଳେ ଚେୟାର୍ମ୍ୟାନ୍ ସମର୍ଥକଙ୍କ ସହ ଗଞ୍ଜାମ ଆଇଆଇସିଙ୍କ ଯୁକ୍ତିତର୍କ ଏପରିକି ହାତାହାତି ମଧ୍ୟ ହୋଇଥିବା ଜଣାପଡିଛି ।
ପୁଲିସ ରିସୋର୍ଟର ମୁଖ୍ୟ ଫାଟକ ଓ ପଛ ଫାଟକରେ ତାଲା ପକାଇ ପୁଲିସ ଚାବି ନେଇ ଚାଲି ଯାଇଥିଲା । ରିସୋର୍ଟ ପରିସର ଓ ଚାରିପଟେ ପୁଲିସ ଫୋର୍ସ ମୁତୟନ ରହିଥଲେ । ସେପଟେ ଏହି ଗୋÂୀ ସହ ସମ୍ପର୍କରେ ଥିବା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ, ସିପିଆଇ ନେତା ଏନ୍. ଦୁର୍ଯେ୍ୟାଧନ ରେଡ୍ଡୀଙ୍କୁ ପୁଲିସ ଚିଲିକା ରିସୋର୍ଟରୁ ଉଠାଇ ନେଇ ଖଲ୍ଲିକୋଟ ଥାନାରେ ଅଟକ ରଖିଥିଲା । ତେବେ ଗୋଟିଏ ଛୋଟ ମୋବାଇଲ୍ ସମିତି ସଭ୍ୟାଙ୍କ ପାଖରେ ରହି ଯାଇଥିଲା । ସକାଳ ହେବା ପରେ ଏହି ସମିତି ସଭ୍ୟସଭ୍ୟାମାନେ ନିଜ ସମର୍ଥକ, ଗଣମାଧ୍ୟମ ସହ ଯୋଗାଯୋଗ କରିଥିଲେ । ସମୟ ବଢିବା ସହ ରିସୋର୍ଟ ବାହାରେ ସମର୍ଥକ ଓ ଗଣମାଧ୍ୟମର ଭିଡ ଜୁଟିବାରେ ଲାଗିଥିଲା ।
ପୂର୍ବାହ୍ଣ ପ୍ରାୟ ୮ଟା ବେଳକୁ ରିସୋର୍ଟ ପଛପଟ ବାଲ୍କୋନୀକୁ ସମିତି ସଭ୍ୟସଭ୍ୟାମାନେ ଆସିଥିଲେ । ବାଲ୍କୋନୀ ଉପରୁ ସେମାନେ ଗଣମାଧ୍ୟମକୁ କହିଥଲେ ଯେ- ବିଧାୟକଙ୍କ ପ୍ରରୋଚନାରେ ଆମକୁ ହଇରାଣ କରାଯାଉଛି ଓ ପୁଲିସ ତାଙ୍କୁ ସହଯୋଗ କରୁଛି । ପୂର୍ବରୁ କୋଭିଡ୍ ଆଳରେ ଭୋଟ ବନ୍ଦ କରିଥିଲେ, ଆଉ ଏବେ ଆମକୁ ଜବରଦସ୍ତ ତାଲା ପକାଇ ବନ୍ଦ କରି ଭୋଟ ଦେଇ ନପାରିବା ଷଡ଼ଯନ୍ତ୍ର କରାଯାଇଛି । ମଧ୍ୟାହ୍ଣ ୧୨ଟାରେ ବ୍ଲକ୍ ଅଧ୍ୟକ୍ଷା ନିର୍ବାଚନ ଅଛି । ଆମେ ଯାଇ ନପାରିଲେ ସେମାନଙ୍କ ଏକତରଫା ବିଜୟ ହେବ । ଯଦି ନଛଡ଼ାଯାଏ ତେବେ ଆତ୍ମହତ୍ୟା କରିବୁ ।
ପୂର୍ବାହ୍ଣ ପ୍ରାୟ ୯ଟା ବେଳକୁ ପୁରୁଷୋତ୍ତମପୁର ଥାନା ଆଇଆଇସି ପ୍ରିୟସରଞ୍ଜନ ଛୋଟରାୟ ରିସୋର୍ଟରେ ପହଞ୍ଚିଥିଲେ । ସେ ସମିତି ସଭ୍ୟସଭ୍ୟାଙ୍କ ସହ ଆଲୋଚନା କରି ସେମାନଙ୍କୁ ଆଶ୍ୱସ୍ତ କରିଥିଲେ ଯେ- ତୁମ ପ୍ରତି କିଛି ବିପଦ ନାହିଁ । ପୁଲିସ ସୁରକ୍ଷା ମଧ୍ୟରେ ତୁମେ ଭୋଟ ଦେବାକୁ ଯିବ । ଏହାପରେ ଛତ୍ରପୁର ଏସ୍ଡିପିଓ ମଧ୍ୟ ଆସି ସମିତି ସଭ୍ୟସଭ୍ୟାଙ୍କ ସହ ଆଲୋଚନା କରି ସମ୍ଭାବ୍ୟ ବିପଦ ଆଶଙ୍କା କରି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବୁଝାଇଥିଲେ । ତେବେ ଥାନାରେ ଅଟକ ମୁନା ଦାସ ଓ ଏନ୍.ଦୁର୍ଯେ୍ୟାଧନଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ ସମ୍ପୃକ୍ତ ସମିତି ସଭ୍ୟସଭ୍ୟା । ଦୁହିଁଙ୍କୁ ଛଡାଯିବା ପରେ ପୁଲିସ ସୁରକ୍ଷାରେ ୧୨ ସମିତି ସଭ୍ୟସଭ୍ୟା ନେତାଙ୍କ ସହ ନିଜ କାର୍, ବୋଲେରୋରେ ଛତ୍ରପୁର ବ୍ଲକ୍ ଅଫିସ୍୍ରେ ମଧ୍ୟାହ୍ଣ ପ୍ରାୟ ୧୨ଟା ବେଳେ ପହଞ୍ଚିଥିଲେ । ଗଣମାଧ୍ୟମରେ ଖବର ପ୍ରସାରଣ ପରେ ପୁଲିସ ଛଡାଇ ରଖିଥିବା ମୋବାଇଲ୍ ଫେରାଇ ଦେଇଥିବା କହିଛନ୍ତି ସମିତି ସଭ୍ୟସଭ୍ୟା ।
ପ୍ରାୟ ୧୨ଟା ୧୫ରେ ବିଧାୟକଙ୍କ ସମର୍ଥିତ ୬ ଜଣ ସମିତି ସଭ୍ୟସଭ୍ୟା ବ୍ଲକ୍ ଅଫିସ୍୍ରେ ପହଞ୍ଚିଥିଲେ । ୧୨ଟା ୩୦ରୁ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ପରେ ଫଳ ଘୋଷିତ ହୋଇଥିଲା । ଗଣମାଧ୍ୟମ ଆଗରେ ନବନିର୍ବାଚିତ ଅଧ୍ୟକ୍ଷା ଓ ବିଧାୟକଙ୍କ ବିରୋଧୀ ସମିତି ସଭ୍ୟସଭ୍ୟାମାନେ ଅଭିଯୋଗ କରିଥିଲେ ଯେ- ବିଧାୟକ ଓ ପୁଲିସ ଗତକାଲି ରାତିରୁ ଆଜି ସକାଳ ପର୍ଯ୍ୟନ୍ତ ଆମକୁ ବେଶ୍ ହଇରାଣ ହରକତ କରିଛନ୍ତି । ମାତ୍ର ଆମ ଏକତା ଆମକୁ ବିଜୟୀ କରାଇଛି ।
ଉଲ୍ଲେଖଯୋଗ୍ୟ ଯେ- ଛତ୍ରପୁର ଏସ୍ଡିପିଓ ଶନିବାର ପୂର୍ବାହ୍ଣରେ ଖଲ୍ଲିକୋଟ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ । ତେବେ କୌଣସି ସାମ୍ବାଦିକ ସେଠାକୁ ଯାଇ ନଥିଲେ । ଏହା ପରେ ଏସ୍ଡିପିଓ ଚିଲିକା ରିସୋର୍ଟରେ ପହଞ୍ଚିଥିଲେ । ସେଠାରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ ଯେ- ଆମେ ନିବାଚିତ ପ୍ରତିନିଧିଙ୍କୁ ସୁରକ୍ଷା ଦେଇଥିଲୁ, ବନ୍ଦୀ କରି ନଥିଲୁ । ତେବେ ନିଜ ଅଧୀନ ଇଲାକା ବାହାରେ ଅର୍ଥାତ୍ ବାଲୁଗାଁକୁ ଯାଇ ଏକ ରିସୋର୍ଟରେ ଗଞ୍ଜାମ ପୁଲିସର ଏତେ ଅଧିକାରୀ ଏଭଳି କାର୍ଯ୍ୟାନୁÂାନ ଗ୍ରହଣ କରିବା ପ୍ରଶ୍ନବାଚୀ ହୋଇଛି । ଏପରିକି ସ୍ଥାନୀୟ ପୁଲିସକୁ ମଧ୍ୟ ସୂଚନା ଦିଆଯାଇ ନଥିଲା କିମ୍ବା ସ୍ଥାନୀୟ ପୁଲିସ ମଧ୍ୟ ଆସି ନଥିଲା ବୋଲି ଜଣାଯାଇଛି । ଏ ବାବଦରେ ଏସ୍ଡିପିଓ କୌଣସି ପ୍ରତିକ୍ରିୟା ଦେବାକୁ ଏଡାଇ ଯାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons