ବିପଦସଙ୍କୁଳ ଅଙ୍ଗନବାଡି :ପର ବାରଣ୍ଡା, ଗଛମୂଳେ ଶିଶୁ

Get real time updates directly on you device, subscribe now.

ପାପଡାହାଣ୍ଡି,(ଗଗନ ଗନ୍ତାୟତଙ୍କଠାରୁ): ଶୋଚନୀୟ ହୋଇପଡିଛି ପାପଡାହାଣ୍ଡି ବ୍ଲକ ପଣ୍ଡିକୋଟ ପଞ୍ଚାୟତ ବାଙ୍କସର୍ଗି ଅଙ୍ଗନବାଡି । ଛାତରୁ ଲୁହାଛଡଗୁଡିକ ଦେଖାଯାଉଥିବାବେଳେ ରୋଷେଇ ଘର ଭାଙ୍ଗିରୁଜି ଯାଇଛି । କେନ୍ଦ୍ରଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଅଭିଭାବକ ସେମାନଙ୍କ ପିଲାଙ୍କୁ ଛାଡିବାକୁ ପସନ୍ଦ କରୁନାହାନ୍ତି । କେତେବେଳେ ଏହା ଭୁଶୁଡି ପଡିବା ଆଶଙ୍କା ରହିଛି ।
ଗାଁ ଲୋକେ କହିଛନ୍ତି, କେନ୍ଦ୍ରର ଗୃହ ଭଲ ନଥିବାରୁ ଅଧିକାଂଶ ଦିନ ପିଲାଙ୍କୁ ବାହାରେ ପଢାଯାଉଛି । କେଉଁ ଦିନ କାହାର ଘର ବାରଣ୍ଡା ତ ଆଉ କେତେବେଳେ ଗଛମୂଳେ ଶିଶୁମାନେ ପଢୁଛନ୍ତି । ପ୍ରଶାସନ ଓ ସରପଞ୍ଚଙ୍କୁ ସମସ୍ୟା ସମ୍ପର୍କରେ ବାରମ୍ବାର ଅବଗତ କରାଯାଇଛି । କିନ୍ତୁ ଆଜିଯାଏ କିଛି ସୁଫଳ ମିଳିନି । କୌଣସି ପଦକ୍ଷେପ ବି ନିଆଯାଉନି । ଛାତରୁ ସିମେଣ୍ଟ ଛାଡି ଲୁହାଛଡ ସବୁ ଦେଖାଯାଉଛି । ରୋଷେଇ ଘର ବି ଭାଙ୍ଗିରୁଜି ଯାଇଛି । ଶୌଚାଳୟ କଥା ନକହିବା ଭଲ । ଦୀର୍ଘ ଦିନରୁ ଏହି ଅବସ୍ଥା ଲାଗି ରହିଥିବା ପରିତାପର ବିଷୟ ହୋଇଛି । ଶିଶୁଙ୍କ ପାଇଁ ସରକାର ନାନା ଯୋଜନା କରୁଥିବା କହୁଛନ୍ତି । ହେଲେ ବାସ୍ତବ ଦୃଶ୍ୟ କେହି ଦେଖିପାରୁନାହାନ୍ତି । ପଞ୍ଚାୟତ ସମିତି ପାପଡାହାଣ୍ଡିରୁ ମାତ୍ର ୬କିମି ଦୂରରେ ରହିଛି । ଦୀପତଳ ଅନ୍ଧାର ଭଳି ଏଠିକାର ଅଙ୍ଗନବାଡି ଅବସ୍ଥା ହୋଇଛି । ଏପରିସ୍ଥଳେ, ତୁରନ୍ତ ନୂତନ ଅଙ୍ଗନବାଡି କରିବାକୁ ଲୋକେ ପ୍ରଶାସନ ନିକଟରେ ୱାର୍ଡସଭ୍ୟା ମନି ସଗରିଅ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons