ବିଲେଇ ଶୁଖୁଆ ଖାଇବାରୁ ଜେଲ୍!

Get real time updates directly on you device, subscribe now.

ଜୟପୁର,(ବି.ବି.ବୁ୍ୟରୋ): ବିଲେଇ ଶୁଖୁଆ ଖାଇଦେବାରୁ ମହିଳାଙ୍କୁ ଆକ୍ରମଣ । ଏହି ମାମଲାରେ ସଦର ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସେ ହେଲା କୁନ୍ତରଖାଲର କାଳିଆ ନାୟକ ଓରଫ ସନିଆ(୨୨) । କାଳିଆକୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଜେଲ୍ ପଠାଇ ଦିଆଯାଇଥିବା ଓଆଇସି ଆଦିତ୍ୟ ମହାକୁଡ଼ କହିଛନ୍ତି । ବିଲେଇ ଶୁଖୁଆ ଖାଇବାରୁ ଜେଲ୍ ହେଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।
ପୁଲିସ ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ କୁନ୍ତରଖାଲ୍ର ଦିପ୍ତୀ ନାୟକଙ୍କ ଘରେ ବିଲେଇ ପଶିଥିଲା । ଘରେ ରଖାଯାଇଥିବା ଶୁଖୁଆକୁ ଖାଇ ଦେଇଥିଲା । ଯାହାକୁ ନେଇ କାଳିଆର ମା’ ଏବଂ ଦିପ୍ତୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କଥା ବଢିବା ସହ ଉଭୟଙ୍କ ମଧ୍ୟରେ ଗାଳିଗୁଲଜ ଆରମ୍ଭ ହୋଇଥିଲା । ଏହି ସମୟରେ କାଳିଆ ପହଞ୍ଚି ଏକ କାତିରେ ଆକ୍ରମଣ କରିଥିଲା । ଯଦ୍ୱାରା ଦିପ୍ତୀ ଆହତ ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅନ୍ୟପକ୍ଷରେ କାଳିଆଙ୍କ ପରିବାର ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି । ଏଏସ୍ଆଇ ସୁରେନ୍ଦ୍ର କୁମାର ସାମଲ ଉଭୟ ମାମଲାର ତଦନ୍ତକାରୀ ଅଧିକାରୀ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons