ବୁଧବାର ଦିନଟି ଆପଣଙ୍କର କେମିତି କଟିବ

Get real time updates directly on you device, subscribe now.

ମେଷ – ଆଜି ସକାଳୁ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ହୋଇଯିବେ । ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ । ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ ।
ବୃଷ – ପରିସ୍ଥିତି ବିଶେଷ ଭଲ ନ ଥିବା ହେତୁ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ । ସାଧାରଣ କଥାରେ କୌଣସି ବ୍ୟକ୍ତିଙ୍କ ସହ ମତାନ୍ତର ଘଟିପାରେ ।
ମିଥୁନ – ଅସୁବିଧାଜନକ ସ୍ଥିତିକୁ ସୁଧାରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି । ଜଣେ ସହକର୍ମୀ ମାର୍ଗଦର୍ଶକ ସାଜିବେ, ଯାହା କି ଆପଣଙ୍କ ସକାଶେ ହିତକର ହେବ ।
କର୍କଟ – ଘରର ଆର୍ଥିକ ସମସ୍ୟା ନେଇ ମନରେ ଦୁର୍ଭାବନା ସୃଷ୍ଟି ହେବ । କର୍ମକ୍ଷେତ୍ରରେ ସାଧାରଣ କଥାକୁ ବଡ କଲେ କଳହ ବଢିପାରେ । ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନରେ ସମର୍ଥ ହେବେ ।
ସିଂହ – ମନରେ ସାହସ ବାନ୍ଧି କୋଣସି କାମ ଆରମ୍ଭ କଲେ ସଫଳତା ପାଇବେ । ପରିବାର ପାଇଁ ଯେତେ ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ସମସ୍ତେ ସନ୍ତୁଷ୍ଟ ନ ହୋଇ ନିନ୍ଦାଗାନ କରିବେ ।
କନ୍ୟା – ପ୍ରତ୍ୟେକ ପରିସ୍ଥିତିରେ କିଛିଟା ସମସ୍ୟାର ସାମ୍ନା କରିବେ । ଟଙ୍କା ବାକି ରଖିଥିବା ଲୋକଟି ଘରକୁ ଆସି ଟଙ୍କା ଦେଇଯାଇପାରେ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ହୋଇ ମତାନ୍ତରରୁ ବିତର୍କ ସୃଷ୍ଟି ହୋଇପାରେ ।
ତୁଳା – ଅଧିକାଂଶ ପରିସ୍ଥିତିରେ କିଛିଟା ସମସ୍ୟାର ସାମ୍ନା କରିବେ । ଟଙ୍କା ବାକି ରଖିବା ଲୋକଟି ଘରକୁ ଆସି ଟଙ୍କା ଦେଇଯାଇପାରେ ।
ବିଛା – ଅଭାବ ଦୂରେଇବା ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇ ନେବେ । ପରିବହନ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିପାରେ । ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ ।
ଧନୁ – ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ବାଧ୍ୟ ହେବେ । ଆଶା କରିଥିବା ଦ୍ରବ୍ୟ ଲାଭ ହେବ । ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ନିଜ ନିଜର ସ୍ଥାନରେ ବେଶ୍‌ ଖୁସି ରହିବେ ।
ମକର – ଆଜି କାମ ହାସଲ ସକାଶେ ବନ୍ଧୁଙ୍କ କଥାକୁ ପ୍ରାଧାନ୍ୟ ଦେବା ଭଲ । ଘରୋଇ କଳହରୁ ମଧ୍ୟ ରକ୍ଷା ପାଇପାରିବ । ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ ।
କୁମ୍ଭ – ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ଘାତପ୍ରତିଘାତ ମଧ୍ୟ ଦେଇ ଗତି କରିବେ । ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ ।
ମୀନ – ଆଜି ଯେକୌଣସି ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରନ୍ତୁ । ଯାତ୍ରା, ବ୍ୟବସାୟ, ମାଲିମୋକଦ୍ଦମା, ସଂଗଠନ କ୍ଷେତ୍ରରେ କିଛିଟା ସମସ୍ୟା ଦେଖା ଦେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons