ବୈଶାଖ ମାଶ ଶେଷ ଶନିବାରରେ ନବଗ୍ରହପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

Get real time updates directly on you device, subscribe now.

କୋଣାର୍କ : ଶନିବାର ବିଶ୍ୱ ଐତିହ୍ୟ କେଣାର୍କ ସୂର୍ଯ୍ୟମନ୍ଦିର ବେଢ଼ା ନିକଟରେ ଥିବା ନବଗ୍ରହ ମନ୍ଦିର ପରିସରରେ ଆଜି ଲକ୍ଷାଧିକ ଶ୍ରଦ୍ଧାଳୁ ନବଗ୍ରହଙ୍କୁ ଦର୍ଶନ କରିଥିବା ବେଳେ ଗଗ୍ରହପିଡ଼ାରୁ ମୁକ୍ତି ପାଇଁ ହୋମ ଯଜ୍ଞ କରିଥିଲେ । ଆଜି ବୈଶାଖ ମାଶର ଶେଷ ଶନିବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମାନସିକ ଧାରି ଶ୍ରଦ୍ଧାଳୁମାନେ ନବଗ୍ରହଙ୍କ ପିଡ଼ାରୁ ମୁକ୍ତି ପାଇଁ ପ୍ରତୁ୍ୟଶରୁ ପରମ୍ପରାନୁଯାୟୀ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରଣୀ ଓ ମହୋଦଧୀର ସଙ୍ଗମସ୍ଥଳିରେ ସ୍ନାନସୌଚ ହୋଇ ସଙ୍କଳ୍ପ କରିବା ସହିତ ସୂର୍ଯେ୍ୟାଦୟ ଦର୍ଶନ କରିଥିଲେ । ପରେ କୋଣାର୍କ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରି ସୂର୍ଯ୍ୟମନ୍ଦିର ପରିକ୍ରମା କରିବା ସହିତ ନବଗ୍ରହଙ୍କୁ ପୂଜାର୍ଚ୍ଚନା ଓ ଗ୍ରହଶାନ୍ତି ନିମନ୍ତେ ହୋମ କରିଥିଲେ । ବିଶେଷ କରି ବୈଶାଖ ମାସର ଶନିବାର ମାନଙ୍କରେ ନବଗ୍ରହଙ୍କୁ ଦର୍ଶନ କଲେ ଗ୍ରହ ପିଡ଼ାରୁ ମୁକ୍ତି ମିଳିଥାଏ ବୋଲି ଶ୍ରଦ୍ଧାଳୁମାନଙ୍କ ମନରେ ବିଶ୍ୱାସ ରହିଛି । ମାନସିକବିକାରଗ୍ରସ୍ତ, ଶାରୀରିକ ଅକ୍ଷମ ଓ ଦୂରାରୋଗ୍ୟ ବ୍ୟାଧିରୁ ମୁକ୍ତି ପାଇଁ ଶ୍ରଦ୍ଧାଳୁମାନେ ନିଜ ପିଲାମାନଙ୍କୁ ନବଗ୍ରହଙ୍କ ପୀଠ ପରିସରରେ ବାଲିରେ ଗାତଖୋଳି ସେଥିରେ ପୋତି ଗ୍ରହପିଡ଼ା ଓ ବିଭିନ୍ନ ପ୍ରକାର ରୋଗରୁ ଆରୋଗ୍ୟ କାମନା ପାଇଁ ପ୍ରାର୍ଥନା କରିଥିଲେ । ନବଗ୍ରହଙ୍କ ପୀଠ ପରିସରରେ ୯ଟି ଶନିବାର ମାନସିକବିକାରଗ୍ରସ୍ତ, ଶାରୀରିକ ଅକ୍ଷମ ଓ ଦୂରାରୋଗ୍ୟ ରୋଗରେ ପିଡ଼ିତଥିବା ପିଲାମାନଙ୍କୁ ଯଦି ପୋତାଯାଏ ତେବେ ସେମାନଙ୍କର ଏହି ଦୂରାରୋଗ୍ୟ ରୋଗରୁ ନିଶ୍ଚିତ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ନବଗ୍ରହଙ୍କୁ ଦର୍ଶନ ନିମନ୍ତେ ସଙ୍କୁଚିତ ଗର୍ଭଗୃହ ଭିତରକୁ ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ଏକକାଳୀନ ପ୍ରବେଶ ଶ୍ରଦ୍ଧାଳୁମାନଙ୍କୁ ବ୍ୟଥିତକରିଥିଲା । ପ୍ରଖର ରୈଦ୍ର ତାପ ହେଉଥିଲେ ମଧ୍ୟ ଶ୍ରଦ୍ଧାଳୁମାନେ ଶାନ୍ତି ସୃଙ୍ଖଳାର ସହିତ ନବଗ୍ରହଙ୍କୁ ଧାଡିଦର୍ଶନ କରିଥିଲେ ଶ୍ରଦ୍ଧାଳୁ । କୋଣାର୍କ ସୁରକ୍ଷା ସମିତି ଓ ସତ୍ୟ ସାଇ ସେବା ସମିତି ପକ୍ଷରୁ ଜଳଛତ୍ର ମାନ ଖୋଲାଯାଇ ଅଭଡା ତୋରାଣୀ, ଦହିପଣା ଓ ସୁମିÂ ପଣା ପାଣିର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ମନ୍ଦିର ସମ୍ମୁଖରେ ବିଭିନ୍ନ ସାମଗ୍ରୀର ଦୋକାନମାନ ଖୋଲିଥିଲା । ଗାଁଗହଳିରୁ ଆସିଥିବା ଶ୍ରଦ୍ଧାଳୁ ମହିଳାମାନେ ନବର୍ଗହଙ୍କ ଦର୍ଶନପରେ ଘରକରଣା ସାମଗ୍ରୀର କିଣୁଥିବା ଦେଖିବାକୁ ମିଳିଥିଲା । କୋଣାର୍କ ପୁଲିସ ପକ୍ଷରୁ ନବଗ୍ରହଙ୍କପୀଠରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟବସ୍ଥା କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons